ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟଘାଟ ୨୦୨୬ 

ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟଘାଟ ୨୦୨୬ 

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ ପାମରା ଗ୍ରାମ ର ସାଇ ମନ୍ଦିର ଠାରେ ହେବକୁ ଯାଉଛି ପ୍ରତିବର୍ଷ ପରି ଶ୍ରୀ ଶ୍ରୀ ମା ଗଜଲକ୍ଷ୍ମୀ ପୂଜା,, ଗତ ୧୦ ବର୍ଷ ରୁ ଏହି ମା ଙ୍କର ପୂଜା ଆୟୋଜିତ ହେଇ ଆସୁଛି,,ହେଲେ ଏ ବର୍ଷ କିଛି ନୁଆଁ ସପ୍ନ ଏବଂ ନୁଆଁ ଆଶା ସହ କିଛି ନୁଆଁ ରୂପରେ ହେବାକୁ ଯାଉଛି ମା ଗଜଲକ୍ଷ୍ମୀ ପୂଜା। ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ଆୟୋଜିତ ହେବାକୁ ଯାଉଛି ଆସନ୍ତା ଅକ୍ଟବର ମାସ ୨୬ ତାରିଖ ୨୦୨୬ ନୁଆଁଖାଇ ଭେଟଘାଟ. ପଶ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ ସରି ଯାଇଛି ହେଲା ଏବେ ଭେଟଘାଟ ପାଇଁ ସାରା ଭାରତ ରେ ଭିନ୍ନ ଭିନ୍ନ ଅନୁଷ୍ଠାନ ମାନେ ନିଜର ନୁଆଁଖାଇ ଭେଟଘାଟ କରୁଛନ୍ତି, ଏ ବର୍ଷ ଆମର ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ମଧ୍ୟ୍ୟ ହେବାକୁ ଯାଉଛି ନୁଆଁଖାଇ ଭେଟଘାଟ ୨୦୨୬ ଏ ନେଇ ଅନୁଷ୍ଠାନ ର ସଭାପତି ଶ୍ରୀ ଟୋନିସ ରୋହିଦାସ ସୂଚନା ଦେଇଛନ୍ତି ଏବଂ ଏହି ନୁଆଁଖାଇ ଭେଟଘାଟ ରେ ସଭିଙ୍କୁ ଯୋଗଦାନ କରିବାକୁ ନିମନ୍ତ୍ରଣ କରିଛନ୍ତି.. ଆମର ସମ୍ବଲପୁରୀ ଭାଷା ସାହିତ୍ୟ କଲା ସଂସ୍କୃତି ଏବଂ ପରମ୍ପରା ର ଉନ୍ନତି ପାଇଁ ଯେଉଁ ସବୁ କାର୍ଯ୍ୟ ଅଛି ସବୁ ସମୟରେ ଅନୁଷ୍ଠାନ ନିଜର ମୁଖ୍ୟ ଭୂମିକା ରଖିଛି। ଏ ବର୍ଷ ର ନୁଆଁଖାଇ ଭେଟଘାଟ ଏବଂ ମା ଲଷ୍ମୀ ଙ୍କର ଆଶୀର୍ବାଦ ସାଙ୍ଗକୁ ଗୋଟେ ଜାଗାରେ ସହ ସହ ଲୋକ ଯୋଡି ହେବେ ବୋଲି ଆଶା ଅଛି।ସମ୍ବଲପୁରୀ ନାଚ ଗୀତ ଏବଂ କଳାକାର ଙ୍କର ନୁଆଁ ନୁଆଁ ସମ୍ବଲପୁରୀ କବିତା ସହ ହସ ଖୁସିରେ ଗାଁ ଚହଳ ହୋଇ ଉଠିବ,।

ଟୋନିସ ରୋହୀ ଦାସ ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ଦାବିନେଇ ଅଗ୍ନିଶମ ବାହିନୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

masiha

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ, ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି

ପ୍ରଶାନ୍ତଙ୍କ ଗସ୍ତ ମହିଳାଙ୍କ ମନରେ ଆତ୍ମ ବିଶ୍ୱାସ ବଢ଼ାଇଛି

masiha

Leave a Comment

error: Content is protected !!