ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶମାଇଲି ବଜାର ଜବର ଦଖଲ ଯୋଗୁଁ ବଢୁଛି ଦୁର୍ଘଟଣା

ଦଶମାଇଲି ବଜାର ଜବର ଦଖଲ ଯୋଗୁଁ ବଢୁଛି ଦୁର୍ଘଟଣା

ଆସିକା ,୧୦/୨/୨୫ // ଧରାକୋଟ ନିକଟସ୍ଥ ଜାହାଡା ପଞ୍ଚାୟତ ଅନ୍ତର୍ଗତ ଦଶମାଇଲି ବଜାର ର ଉଭୟ ପଟ କୁ ଦୋକାନୀ ମାନେ ଜବର ଦଖଲ କରି ରଖିଥିବା ଯୋଗୁଁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି। ଦଶମାଇଲି ଦେଇ ଜାତୀୟ ରାଜପଥ 59 ଯାଇଥିବା ଯୋଗୁଁ ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ପାଲଟିଛି । ପ୍ରତିଦିନ ଏହି ରାସ୍ତାରେ ବ୍ରହ୍ମପୁର ଠାରୁ ସୋରଡ଼ା,ଦାରିଂବାଡ଼ି, ବାଲିଗୁଡା,ଜି ଉଦୟଗିରି, ଖରୀଆର ରୋଡ ବସ ଚଳାଚଳ କରୁଥିବା ବେଳେ ଅନ୍ୟ ପଟରୁ ବ୍ରହ୍ମପୁର,ପୁରୀ ଓ ଭୁବନେଶ୍ୱର କୁ ବସ ଚଳାଚଳ କରୁଛି । ଦଶମାଇଲି ବଜାରରେ ଛୋଟ ବଡ 50 ଗୋଟି ଦୋକାନ ରହିଥିବା ବେଳେ କୁସପଡା, ଜାନବିଲି, ଘୋଡାପଲି, କୁସଗୁମା, କହିରା ପଲି, ବରଡାବିଲୀ, ଭରତ ପଲି,ହରିପୁର, ପ୍ରତାପୁର , ରାମ ପଲି ଓ ଆଠଘରିଆ ଭଳି ଗାଁଲୋକ ପ୍ରତିଦିନ ସଉଦାପତ୍ର ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ପାଇଁ ଦସମାଇଲି ଆସନ୍ତି । କୁଶପଡା ବିଦ୍ୟାଳୟ ବନ୍ଦ ପରେ ସେଠାରେ ପଢୁଥିବା ପ୍ରାୟ ଶହେରୁ ଅଧିକ ଛାତ୍ର ଛାତ୍ରୀ ଦସମାଇଲି ବିଦ୍ୟାଳୟ କୁ ବଜାର ରାସ୍ତାଦେଇ ଆସନ୍ତି । ରାଜପଥ ର ଉଭୟ ପଟ ରେ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ଡ୍ରେନ ଉପର ପ୍ଲେଟ ଉପରେ ଦୋକାନୀ ମାନେ ଜବର ଦଖଲ କରି ନିଜ ଦୋକାନର ସାମଗ୍ରୀ ରଖିଥିବା ଯୋଗୁଁ ବଜାର ରାସ୍ତା ସଙ୍କୁଚିତ ହୋଇଯାଇଛି। ଏଣୁ ଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ମାନେ ବଜାର ଭିତରେ ଯାଉଥିବା ବେଳେ ରାସ୍ତା ସଙ୍କୁଚିତ ହୋଇ ରହିଥିବା ଯୋଗୁଁ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଏଣୁ ଧରାକୋଟ ଥାନା ପକ୍ଷରୁ ଲୋକଙ୍କୁ ସଚେତନ କରାଇବା ସହ ଜବର ଦଖଲକାରି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବୀ କରିଛନ୍ତି।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଅବ୍ଯବସ୍ତା ଘେରରେ ଥୁଆମୂଳ ରାମପୁର ବ୍ଳକ ସଦରମହକୁମା

Sunil Chandra Nayak

ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସ୍ବାଧିନ ଫେଡେରସନ୍ ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିକ୍ଷୋଭ

Sunil Chandra Nayak

ଶିଳ୍ପୀ ଗତି କୃଷ୍ଣ ନାଏକ ପାଇଲେ ଶରତ କୁମାର ରଥ ମେମୋରିଆଲ ପୁରସ୍କାର 2023

Sunil Chandra Nayak

Leave a Comment

error: Content is protected !!