ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟକୁ ଶିକ୍ଷକ ନିୟମିତ ଯିବା ଅଭାବ ପାଳି କରି ଆସୁଛନ୍ତି ଶିକ୍ଷକ ଗ୍ରାମବାସୀଙ୍କ ଅଭିଯୋଗ

ବିଦ୍ୟାଳୟକୁ ଶିକ୍ଷକ ନିୟମିତ ଯିବା ଅଭାବ ପାଳି କରି ଆସୁଛନ୍ତି ଶିକ୍ଷକ ଗ୍ରାମବାସୀଙ୍କ ଅଭିଯୋଗ

ମାତ୍ର ଗୋଟିଏ କୋଠରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ 

ଥୁଆମୂଳ ରାମପୁର,୩୦/୦୯(ମନିସ) :- : ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ପୁଣିଥରେ ପଦାକୁ ଆସିଛି। କେଉଁଠି ଶ୍ରେଣୀକୋଠରୀର ଅଭାବ, ତୋ ଆଉ କେଉଁଠି ଶିକ୍ଷକଙ୍କ ଅନୁପସ୍ଥିତି। ପାଳି କରି ଶିକ୍ଷକ ଯାଉଛନ୍ତି ବିଦ୍ୟାଳୟ। ଏଭଳି ପରିସ୍ଥିତିରେ ସିଧାସଳଖ ଛାତ୍ରଛାତ୍ରୀଙ୍କୁ ଏହାର ପ୍ରଭାବ ପଡୁଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏଭଳି ଶିକ୍ଷା ବ୍ଯବସ୍ଥା ରହିଥିବା ବିଦ୍ୟାଳୟ କାଣିଗୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୁବାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାସ୍ତବ ଚିତ୍ର। ବିଦ୍ୟାଳୟରେ ବର୍ତ୍ତମାନ ଶିଶୁ ବାଟିକାକୁ ମିଶାଇ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୩ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଠପଢୁ ଥିବା ବେଳେ ଶ୍ରେଣୀକୋଠରୀ ମଧ୍ୟ ଆଭାବ ସେହି କାରଣରୁ ଗୋଟିଏ ମାତ୍ର କୋଠରୀରେ ପାଠପଢ଼ା ଚାଲୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ନିଯୁକ୍ତ ରହିଛନ୍ତି କିନ୍ତୁ ଉଭୟ ଶିକ୍ଷକ ନିୟମିତ ଭାବେ ବିଦ୍ୟାଳୟ ଆସୁନଥିବା ଘଟଣାକୁଶନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଉଛି। ଗ୍ରାମବାସୀଙ୍କ କହିବାଅନୁଯାୟୀ, ଶିକ୍ଷକ ବିଶ୍ୱରଞ୍ଜନ ପ୍ରଧାନ ଓ ଡୋଲେଶ୍ୱର ମେହେର ପାଳି କରି ସପ୍ତାହରେ ପ୍ରାୟ ତିନିଦିନ ଲେଖାଏଁ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ କରିଛନ୍ତି। ଏହିଭଳି ପରିସ୍ଥିତିରେ ପୁଣି ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ଖୋଲା ରହୁଥିବା ସ୍ବତ୍ବେ ଶିକ୍ଷକଙ୍କ ଦେଖା ମିଳୁନଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ ଜଣାପଡିଛି। ଅପରପକ୍ଷରେ ଥୁଆମୂଳ ପଞ୍ଚାୟତ ଅଧୀନ ପୋଖରେସ୍ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ମଙ୍ଗଳବାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟଟି ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ନିଯୁକ୍ତ ଦୁଇ ଶିକ୍ଷକ ଜିତେନ୍ଦ୍ର ହାତୀ ଓ ବରୁଣ ନାଏକ ଉଭୟ ଙ୍କ ମଧ୍ୟରୁ କାହାକୁ ମଧ୍ୟ ଦେଖା ମିଳିନଥିବା କୁହାଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ହାତୀ ପ୍ରାୟତଃ ଅନୁପସ୍ଥିତ ରହୁଥିବା ଏବଂ ସହକାରୀ ଶିକ୍ଷକ ବରୁଣ ନାଏକ ମଧ୍ୟ ନିୟମିତ ବିଦ୍ୟାଳୟକୁ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତଦନୁଯାୟୀ ଗୋକଲମା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଦୁଇଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ସନ୍ତୋଷୀ ପ୍ରସାଦ ନାଏକ ଏବଂ ସହକାରୀ ଶିକ୍ଷକ ଭାବେ ରମେଶ ଚନ୍ଦ୍ର ବାଗ କାର୍ଯ୍ୟରତ ଥିବା ଜଣାପଡ଼ିଛି। ପ୍ରଧାନ ଶିକ୍ଷକ ଜଣକ ବିନା ଛୁଟି ଦରଖାସ୍ତ ଆଧାରରେ ଅନୁପସ୍ଥିତ ଥିବା ସୂଚନା ମିଳିଥିଲେ ମଧ୍ୟ ଉଭୟ ଶିକ୍ଷକ ପାଳି କରି ଜଣେ ଲେଖାଏଁ ବିଦ୍ୟାଳୟରେ ଉପସ୍ଥିତ ରହୁଥିବା ଏବଂ ଏଭଳି ବ୍ୟବସ୍ଥା ଦୀର୍ଘଦିନ ଧରି ଚାଲିଆସୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିଭଳି ସିଆଲିପଦର ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିନବନ୍ଧୁ ନାଏକ ଉପସ୍ଥିତ ଥିବା ବେଳେ ସହକାରୀ ଶିକ୍ଷକ ରମାକାନ୍ତ ମାଝୀ ଅନୁପସ୍ଥିତ ଥିବା ଜଣାପଡ଼ିଥିବା କୁହାଯାଇଛି। ତାଙ୍କ ଅନୁପସ୍ଥିତିର କାରଣ ସମ୍ପର୍କରେ ତତ୍କାଳ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଦୁର୍ଗମ ଅଞ୍ଚଳର ଏହି ବିଦ୍ୟାଳୟଗୁଡ଼ିକ ଉପରେ ଶିକ୍ଷା ବିଭାଗ ନିୟମିତ ନଜର ରଖିବା ସହ ଶିକ୍ଷକଙ୍କ ଉପସ୍ଥାନ, ପାଠପଢ଼ାର ଗୁଣବତ୍ତା ଏବଂ ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥାର ଯାଞ୍ଚ କରିବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି। ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେପରି ଶିକ୍ଷକଙ୍କ ଅନିୟମିତ ଉପସ୍ଥିତି କିମ୍ବା ଭିତ୍ତିଭୂମିର ଅଭାବ ଯୋଗୁଁ ପ୍ରଭାବିତ ନହୁଏ, ସେଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ଦାବି ଜୋର ଧରିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜନ ସୂଚନା ଅଧିକାରୀଙ୍କ ଅବହେଳା ,ଅପିଲ ପରେ ବି ଆବେଦନ କାରୀଙ୍କ ହାତ ଖାଲି 

ଡାବୁଗାଁ ଭୈରବ ଉଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

ଶିକ୍ଷାବିତ୍ ପ୍ରବୀର କୁମାର ଦୁବେଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!