ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ପଡ଼ାଗ୍ରାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ହିନ୍ଦୋଳ (ମ ନି ସ)୧୮/୦୫_ଗତକାଲି ହିନ୍ଦୋଳ ପଡା ଗ୍ରାମରେ ବାର୍ଷିକ ଉତ୍ସବ ଆନୁଷ୍ଠାନିକ ଭାବେ ପାଳିତ ହୋଇଥିଲା. ଗ୍ରାମର ବରିଷ୍ଠ ନାଗରିକ ତଥା କଳାକାର ମାନଙ୍କୁ ନେଇ ସ୍ୱର୍ଗତଃ ନିରୋଦ ପ୍ରଧାନ ଙ୍କ ରଚିତ କଳାକାର ପ୍ରଫୁଲ୍ଲ ସାହୁଙ୍କ ନିର୍ଦ୍ଦେଶନା ରେ ଗୀତିନାଟ୍ୟ ଇନ୍ଦୁମତୀ ହରଣ ମଞ୍ଚସ୍ଥ ହୋଇଥିଲା। ପରେ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ପବିତ୍ର ସାହୁଙ୍କ ସଂଯୋଜନାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ବର୍ଷିଆନ୍ ସମାଜସେବୀ ହାଡିବନ୍ଧୁ ବେହେରା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସମାଜସେବୀ ରତିକାନ୍ତ ଗଡନାୟକ ଉପସ୍ଥିତ ରହି ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ମାନଙ୍କ ନିଖୁଣ ଅଭିନୟ ପାଇଁ କୃତଜ୍ଞତା ଜଣାଇଥିଲେ। ଦିର୍ଘ 20 ବର୍ଷ ପରେ ଗ୍ରାମର ପୂରାତନ କଳାକାର ମାନେ ମିଶି ଏକ ସଫଳ ଗୀତିନାଟ୍ୟ ପ୍ରଦର୍ଶନ କରି ଗ୍ରାମବାସୀଙ୍କ ସମେତ ସମସ୍ତ ଦର୍ଶକ ମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଛନ୍ତି। ସ୍ଵେଚ୍ଛାସେବୀ ତଥା କଳାକାର ସତ୍ୟାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବୁଦ୍ଧ ବିହାର ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ – ୨୦୨୫ ସମ୍ମାନ ପାଇଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବହ୍ନିମାନ ରଥ 

masiha

ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ରେ ଆଦର୍ଶ ବିବାହ

masiha

ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ୧୯ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ 

Sunil Chandra Nayak

Leave a Comment

error: Content is protected !!