ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋତୋମୁଣ୍ଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି

କୋକସରା,୧୮/୦୫ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତିର ନୂତନ ସମବାୟ ସମିତି ଗୋତୋମୁଣ୍ଡା ପେକ୍ସ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ପୂର୍ବରୁ ଟେମରା ସମବାୟ ସମିତି ଅଧୀନରେ ଥିବା ବେଳେ ନୂତନ ଭାବେ ଗୋତୋମୁଣ୍ଡା ସମବାୟ ସମିତି ନୂତନ ପେକ୍ସର ମାନ୍ୟତା ପାଇଛି । ଏଣିକି ଏହି ସମବାୟ ଅଧୀନର ଚାଷି ଗୋତୋମୁଣ୍ଡା ସମବାୟରେ କୃଷି ଋଣ ପରାମର୍ଶ ସମ୍ପର୍କିତ ସମସ୍ତ କାରବାର କରିପାରିବେ। ଉଦଘାଟନୀ ଉତ୍ସଵ ଅବସରରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ଆନୁଷ୍ଠାନିକ ଭାବେ ଗୋତୋମୁଣ୍ଡା ସମବାୟ ସମିତିର ଉଦଘାଟନ କରିଥିଲେ ଓ କୃଷକଙ୍କ ମେରୁଦଣ୍ଡ ହେଉଛି ସମବାୟ ସମିତି ଏବେ ରାଜ୍ୟ ସରକାର ଚାଷିଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେଇଛନ୍ତି ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଉପସ୍ଥିତ ରହି ଗୋତୋମୁଣ୍ଡା ଭଳି ଉପାନ୍ତ ଅଞ୍ଚଳରେ ସମବାୟ ସମିତି ଖୋଲିବା ପରେ ଚାଷିଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହେବ ବୋଳି କହିଛନ୍ତି। ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ଼ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼, ସରପଞ୍ଚ ପଦ୍ମିନୀ ପୁଝାରି, ସମିତି ସଭ୍ୟା ଶାମୁକା ନାଏକ, ଟେମରା ପେକ୍ସ ସଭାପତି ନବୀନ ପୁଝାରି, ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରି, ଟେମରା ପେକ୍ସ ସମ୍ପାଦକ ରଞ୍ଜନ ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ରହି ନୂତନ ଭାବେ ଗୋତୋମୁଣ୍ଡା ସମବାୟ ସମିତି ଖୋଲିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଏହି ସମବାୟ ସମିତି ଖୋଲିବା ପରେ ଏହି ଅଞ୍ଚଳର ଚାଷି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନାରେ ସାମିଲ ହୋଇ ଉପକୃତ ହେବେ ବୋଲି ମତ ଦେଇଥିଲେ। ଏହି ଅବସରରେ ଗୋତୋମୁଣ୍ଡା ସମବାୟ ଅଧୀନରେ ଥିବା ଅନେକ ଚାଷି ଓ ଜନସାଧାରଣ ଯୋଗ ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

A Voluntary Blood donation camp organised by BCT at Bhubaneswar.

ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

masiha

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୨୭ ଟି ଅଭିଯୋଗର ଶୁଣାଣି 

Leave a Comment

error: Content is protected !!