ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୁଲିସ ର ବୈଠକ 

ଆମ ପୁଲିସ ର ବୈଠକ 

ରାଉରକେଲା: ସେକ୍ଟର ୧୯ ଥାନା ପରିସରରେ ଆମ ପୁଲିସ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମ ପୁଲିସ ର ବରିଷ୍ଠ ସଦସ୍ୟ ଡ ସୁମନ ଦତ୍ତ ଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରିବା ସହ ଆଗାମୀ ପାର୍ବଣ ଉତ୍ସବ ସମସ୍ତଙ୍କ ପାଇଁ ଶୁଭମୟ ଓ ସୁଖମୟ ହେଉ ବୋଲି କାମନା କରିଥିଲେ। ଏହି ଅବସରରେ ଥାନା ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା, ଟ୍ରାଫିକ ସମସ୍ୟା, ମାଦକଦ୍ରବ୍ୟ ର ନିରାକରଣ, ସାଇବର ଠକେଇରୁ ରକ୍ଷା, ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ତଥା କୈ।ଣସି ଦୁର୍ଘଟଣାରେ ଲୋକଙ୍କୁ ସାହାଯ୍ୟ କଲେ ଓ ସେ ଲୋକ ବଞ୍ଚିଗଲେ ସରକାରଙ୍କ ତରଫରୁ ୨୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ପାର୍ବଣ ସମୟରେ ସମସ୍ତଙ୍କ ସହଯୋଗ, ଭାଇଚାରା ବଜାୟ ରଖିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ସଦସ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଅଧିକ ସଂଖ୍ୟକ ଜନସାଧାରଣଙ୍କୁ ଆମ ପୁଲିସରେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସବଇନିସପେକ୍ଟର ଦୁର୍ଯୋଧନ ପ୍ରଧାନ, ନିହାର ଦାସ, କୁଞ୍ଜବିହାରୀ ରାଉତ, ଶଙ୍କର ଜେନା, ଚିତ୍ତରଞ୍ଜନ ରାଉତ, ମୁରଲୀଧର ମିଶ୍ର,ସୁବାସ କୁମାର ଗୁପ୍ତା, ବିକ୍ରମ କେଶରୀ ସ୍ବାଇଁ, ଲକ୍ଷ୍ମୀଧର ମହାନ୍ତି, ସନ୍ତୋଷ ସ୍ବାଇଁ, ସଂଗ୍ରାମ ମହାନ୍ତି, ଗଣେଶ ଜୟସିଂହ, ଅକ୍ଷୟ ରାଉତ,ଅଲେଖ ବେହେରା, ଗୋପାଳ ମହାନ୍ତି, ଶ୍ୟାମସୁନ୍ଦର ସ୍ବାଇଁ, ରଞ୍ଜନ ପୃଷ୍ଟି, ଅକ୍ଷୟ ଧଳ, ନିଶିକାନ୍ତ ଦାସ, ରମେଶ ଯାଦବ, କୃଷ୍ଣଚନ୍ଦ୍ର ମିଶ୍ର, ମନୋଜ ନାୟକ, ପ୍ରସନ୍ନ ସାହାଣୀ,ଟିକନ ପାଲ୍, ପ୍ରଦୀପ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲାରେ ବିଶ୍ଵ ଆଦିବାସୀ ଦିବସ ପାଳିତ

Sunil Chandra Nayak

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବିରେ ଅଧ୍ୟକ୍ଷା ଓ କାଉନସିଲର ମାନଙ୍କ ଅନଶନ

Sunil Chandra Nayak

ମିଲେଟ୍ ମିଶନ କାର୍ଯ୍ୟକ୍ଷମ ଲାଗି ‘ଜନ ମଙ୍ଗଳ ‘କୁ ଓ ଏଲ୍ ଏଚ୍ ଏବଂ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଙ୍କ ନିର୍ଭର ପ୍ରତିଶୃତି 

Sunil Chandra Nayak

Leave a Comment

error: Content is protected !!