ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଆଇନ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା ଆଇନ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା: ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଲୋକଙ୍କ ଜୀଵନ ରକ୍ଷା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନକୁ ବ୍ୟାପକ କରାଯାଇଛି l ବିଶେଷକରି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଏବଂ ସୁରକ୍ଷା ମାସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା ଓ କଡା ଚେକିଂ କରlଯାଉଛି l ସଡ଼କ ସୁରକ୍ଷା ନିୟମ ପାଳନ କରି ନିଜର ଏବଂ ଅନ୍ୟମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଉରକେଲା ଆଇନ ମହାବିଦ୍ୟାଳୟ ରେ ଭାରପ୍ରାପ୍ତ ଅଧକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓ ୟୁଥ ରେଡ଼କ୍ରସ ଦ୍ୱାରା ଆୟୋଜିତ ଏବଂ IQAC କୋଡିନେଟର ଡକ୍ଟର ତନ୍ମୟ ରାଜ ପାଢ଼ୀଙ୍କ ତତ୍ୱାବଧାନରେ, ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଲୋଗାନ ସହିତ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ l ସଡ଼କ ସୁରକ୍ଷା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ ବରଂ ପ୍ରତେକ ନାଗରିକର ଦାୟିତ୍ୱ, ଏ ବିଷୟରେ ସେମାନେ ଲୋକମାନଙ୍କୁ ଅବଗତ କରାଇଥିଲେ l ମହାବିଦ୍ୟାଳୟ ପକ୍ଷରୁ ସମସ୍ତ ହେଲମେଟଧାରୀ ବାଇକ ଚାଳକ ଓ ସିଟବେଲ୍ଟ ବାନ୍ଧିଥିବା କାର ଚାଳକମାନଙ୍କୁ ପ୍ରୋତ୍ସାହିତ କରିବାପାଇଁ ଚକଲେଟ ପ୍ରଦାନ କରଯାଇଥିଲା l ଏଥିରେ ମହାବିଦ୍ୟାଳୟର ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ମାଇ ଭାରତ କଳାହାଣ୍ଡି ପକ୍ଷରୁ ଯୁବ ଉତ୍ସବ ପାଳିତ 

masiha

ବ୍ଲକ୍ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଶୁଭାରମ୍ଭ ତଥା ଶିକ୍ଷା ସଚେତନତା ରଥର ଉଦଘାଟନ 

masiha

Leave a Comment

error: Content is protected !!