ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ରକ୍ତଦାନ ଶିବିର ଆୟୋଜିତ
ରାଉରକେଲା : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ସମଗ୍ର ଦେଶରେ ଗତ ୧୭ ସେପ୍ଟେମ୍ବର ରୁ ଆସନ୍ତା ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ସେବା ସଂକଳ୍ପ ଅଭିଯାନ ନାମରେ ବିଭିନ୍ନ ସ୍ଥାନରେ ନାନାଦି ପ୍ରକାରର ସେବା କାର୍ଯ୍ୟ ଚାଲୁଅଛି । ଏହି କ୍ରମରେ ଆଜି ରାଉରକେଲା ବିପିୟୁଟି ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଆଜିର ଏହି ରକ୍ତ ଦାନ ଶିବିରରେ ମୋଟ ୭୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିପିୟୁଟି ର କୁଳପତି ପ୍ରଫେସର ଅମୀୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିବା ବେଳେ ବିପିୟୁଟିର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

