‘ସେବା ସଂକଳ୍ପ ଅଭିଯାନ’ ପରିପେକ୍ଷୀରେ ଆୟୋଜିତ ରକ୍ତଦାନ ଶିବିରରୁ ୮୩ ୟୁନିଟ୍ ରକ୍ତ ସଂଗୃହୀତ
ଜଳେଶ୍ଵର,୨/୧୦(ମନିସ): ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଗୋବରଘାଟା ପଞ୍ଚାୟତ ଅଧୀନ କୃଷ୍ଣନଗର ସ୍ଥିତ ଲୀଲା କଲ୍ୟାଣ ମଣ୍ଡପରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ବିଜେପିର ପୂର୍ବତନ ମଣ୍ଡଳ ସଭାପତି ମାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।‘ସେବା ସଂକଳ୍ପ ଅଭିଯାନ’ ପରିପେକ୍ଷୀରେ ଆୟୋଜିତ ଏହି ଶିବିରକୁ ବିଜେପି ବରିଷ୍ଠ ନେତା ସିଦ୍ଧେଶ୍ୱର ପଣ୍ଡା ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଉପଦେଷ୍ଟା ସୁକୁମାର ରଣା,ବ୍ଲକ ସଭାପତି ଡ.ଅଜିତ୍ କୁମାର ମହାନ୍ତି,ବରିଷ୍ଠ ଯୁବ ନେତା ଦିବ୍ୟକାମ ମହାନ୍ତି, ସମାଜସେବୀ ଚନ୍ଦନ କର, ହାତିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭୀଷ୍ମ ଚରଣ ପରିଡ଼ା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରାଇବଣିଆ ମଣ୍ଡଳର ପୂର୍ବତନ ସଭାପତି ମନୋଜ କୁମାର ସାସମଲ,ସୁବର୍ଣ୍ଣରେଖା ମଣ୍ଡଳର ପୂର୍ବତନ ସଭାପତି ପ୍ରଣବ କୁମାର ପଣ୍ଡା,ପୂର୍ବତନ ସମ୍ପାଦକ ସଞ୍ଜୀବ କୁମାର ରାଉତ, ପଶ୍ଚିମବାର୍ଡ ମଣ୍ଡଳର ପୂର୍ବତନ ସଭାପତି ପ୍ରତାପ ସେନାପତି, ବିଜେପି ନେତା ସରୋଜ କୁମାର ଗିରି, ସତ୍ୟବାନ ଚାନ୍ଦ,ରବୀନ୍ଦ୍ର କୁମାର ଦତ୍ତ,ସତ୍ୟ ରଞ୍ଜନ ବେହେରା, ଯୁବ ବ୍ୟବସାୟୀ ଶଙ୍କର ମିର୍ଦ୍ଧା(ଖକନ୍ ଭାଇ), ନାଥୁ ରାମ ଅଣ୍ଡିଆ, ଚନ୍ଦନ କୁମାର ଦାସ, ବିଦ୍ୟାଧର ବେହେରା, ଅଚ୍ୟୁତ ମହାନ୍ତି, ବିଜୟ ଖଟୁଆ, ଜ୍ୟୋତିର୍ମୟୀ ବାଡ, ଆଶୁତୋଷ ଘୋଷ, ରବୀନ୍ଦ୍ର ଦାସ, ରଞ୍ଜନ ଜେନା, ରବୀନ୍ଦ୍ର ନାରାୟଣ ସିଂହ,ସମୀର କୁମାର ସିଂହ,ମହେଶ୍ୱର ସେଠୀ ଶିବିରକୁ ପରିଚାଳନା କରିଥିବା ବେଳେ ସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।ଉକ୍ତ ଶିବିରରୁ ୮୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।
ମନା ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ
ଜଳେଶ୍ଵର,୨/୧୦(ମନିସ)- ଅହିଂସାର ମହାମୁନି ମହାତ୍ମାଗାନ୍ଧୀ ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ମନା ଓ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ମିଳିତ ସହଯୋଗରେ ଗାନ୍ଧୀସେବାଶ୍ରମର ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରାରମ୍ଭରେ ଗାନ୍ଧୀସେବାଶ୍ରମର ପରିସରରେ ଥିବା ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଥିଲା । ମନାର ସଭାପତି ଦିଲ୍ଲୀପ କୁମାର ଗିରି ମହାପୁରୁଷ ଦ୍ବୟଙ୍କ ଜୟନ୍ତୀ ସଭାରେ ସଭାପତିତ୍ବ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗାନ୍ଧୀ ସେବାଶ୍ରମର ସଭାପତି ସିତାଂଶୁ ସେନାପତି, ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି, ମନାର ସମ୍ପାଦକ ଡକ୍ଟର ଅଜିତ କୁମାର ମହାନ୍ତି, ଶିକ୍ଷାବିତ ଶ୍ଯାମା ଚରଣ ଦାସ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଖଗେନ୍ଦ୍ର ନାଥ ସାହୁ,ସୁବର୍ଣ୍ଣରେଖା ରାଇବଣିଆ ରୋଟାରୀ କ୍ଲବର ସଭାପତି ସୁକୁମାର ରଣା, କାଳିଚରଣ ପୃଷ୍ଟି, ଇଂ ଶ୍ରୀମନ୍ତ କୁମାର ଘୋଷ, ଅନନ୍ତ କୁମାର ଦତ୍ତ ଓ ନିତ୍ୟାନନ୍ଦ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗାନ୍ଧିଜୀଙ୍କ ନିରାଡ଼ମ୍ବର ଜୀବନଚର୍ଯ୍ୟା ,ଉଚ୍ଚଚିନ୍ତା,ଅହିଂସା,ସତ୍ଯ ଓ ସେବାର ମହାମନ୍ତ୍ର ଆଜିବି ସମଗ୍ର ବିଶ୍ବକୁ ପଥ ପ୍ରଦର୍ଶନ କରେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରି ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ବୈଠକରେ ଆହ୍ବାନ ଦିଆଯାଇ ଥିଲା। ସେହିପରି ଆଜି ବିଭିନ୍ନ ଦେଶ-ଦେଶ ମଧ୍ଯରେ ଭୟାବହ ଯୁଦ୍ଧ ଚାଲିଥିବା ବେଳେ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଶାନ୍ତିର ବାର୍ତ୍ତା ଯୁଦ୍ଧର ଅବସାନ ପାଇଁ ଅଧିକ ପ୍ରାସଙ୍ଗିକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଶେଷରେ ଜଳଧର ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।
ଜଳେଶ୍ୱର ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ଜଳେଶ୍ୱର-୨ /୧୦(ମନିସ) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ତାରିଖରୁ ରାଜ୍ୟବ୍ୟାପୀ ଜଣ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଯାଇଛି।ଏହି କ୍ରମରେ, ଆଜି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ପ୍ରଥମ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଳେଶ୍ୱର ବିଧାୟକ ଅଶ୍ଵିନୀ କୁମାର ପାତ୍ରଙ୍କ ନେତୃତ୍ୱରେ ଶୁକ୍ରବାର ଦିବା ୧୦ ଘଟିକା ସମୟରେ ମାକିଡ଼ିଆ ଜଗନ୍ନାଥ ମନ୍ଦିର ଠାରୁ ଏହି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଓଲମରା ପଞ୍ଚାୟତ ଅନ୍ତର୍ଗତ ରାଇବଣିଆ ଥାନା ପର୍ୟ୍ଯନ୍ତ ଚାଲିଥିଲା ଓ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଏହି ପଦଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଏହା ଲୋକଙ୍କ ସହ ଯୋଡ଼ି ହେବା, ଲୋକଙ୍କ କଥା ଶୁଣିବା ଏବଂ ଜନସେବାର ସଂକଳ୍ପକୁ ଆହୁରି ଦୃଢ଼ କରିବାର ଏକ ପ୍ରୟାସ ବୋଲି ବ୍ଲକ ସଭାପତି ଦିଲ୍ଲୀପ କୁମାର ସାମଲ ମତ ପ୍ରକାଶ କରିଥିଲେ ।ଆଜିର ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଜଳେଶ୍ୱର ବିଧାୟକ ଅଶ୍ବିନୀ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା,ଜିଲ୍ଲା ପରିଷଦ ଉପାଧକ୍ଷା ଅନୁସୂୟା ପ୍ରଧାନ,ଜଳେଶ୍ୱର ପୋୖରାଧକ୍ଷ ପ୍ରତୀପ୍ କୁମାର ପ୍ରଧାନ ,ବ୍ଲକ ଉପାଧକ୍ଷା ସଞ୍ଚିତା ସେନାପତି, ଜିଲ୍ଲାପରିଷଦ ସଭ୍ୟା ତୁଳସୀ କିସ୍କୁ, ଜିଲ୍ଲାପରିଷଦ ସଭ୍ୟ ଗୌରାଙ୍ଗ ସିଂ, ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ଧ୍ରୁବଜ୍ୟୋତି ଗିରି ,ବ୍ଲକ ଯୁବ ବିଜେଡି ସଭାପତି ନିମାଇଁ ଘୋଷ, ଛାତ୍ର ସଭାପତି ଗୌତମ ପାତ୍ର, ମାକିଡ଼ିଆ ସରପଞ୍ଚ ବିଷ୍ଣୁ ପ୍ରିୟା ଘୋଷ,ସମୀର ଘଡେଇ, ସଞ୍ଜୟ ଘୋଷ, କଳମା ସରପଞ୍ଚ ସୁବିନିତା ଦତ୍ତ,ବରଡ଼ିହା ସରପଞ୍ଚ ଅଜୟ ମହାନ୍ତି, ଓଲମରା ସରପଞ୍ଚ ବାସନ୍ତୀ ବେହାର ,ସଦସ୍ୟା କବିତା ଦାସ, କେ.ଏମ .ସାହି ସଦସ୍ୟ ବିଶ୍ୱମ୍ବର ଦେହୁରୀ, ଆନନ୍ଦ କର, ବିଜୟ କାମିଳା, ମଧୁସୂଦନ ସେନାପତି, ଲେଳୀନ ପ୍ରଧାନ, ମନୋରଞ୍ଜନ ଦେ, ବିଷ୍ଣୁପଦ ଆଚାର୍ଯ୍ୟ,ରାଜେଶ ଘୋଷ, ରବିକାନ୍ତ ପାତ୍ର,ସଞ୍ଜୟ ମହାନ୍ତି, ମନୋରଂଜନ ଦାସ,ପ୍ରମୁଖ ଉପସ୍ଥିତ ରହି ବଜେପି ସରକାରକୁ ଆସିବା ପରେ ଭତ୍ତା ,ବିଜୁଳି ,ଧାନ କିଣାରେ ଚାଷୀଙ୍କୁ କିପରି ହଇରାଣ ହେବାକୁ ପଡୁଛି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ସେ ବାବଦରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ। ପଦଯାତ୍ରା କମିଟିର ସଂଯୋଜକ ତଥା ଯୁବ ନେତା ବ୍ରିଜେଶ ରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ସୁକୁମାର ରଣା ଙ୍କ ରିପୋର୍ଟ୍

