ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ପିକଅପ ଭେନ୍/ବାଇକ୍ ମୁହାଁମୁହିଁ,ଦୁଇ ଗୁରୁତର

ମୟୂରଭଂଜ– ୨୦/୫/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ରାସ୍ତା ଦୁବୁଲାବେଡା ଛକ ପାଖାପାଖି ରେ ପିକଅପଭେନ ସହ ବାଇକ୍ ମୁହାଁମୁହିଁ ଫଳରେ ବାଇକ୍ ଚାଳକ ସହ ଆରୋହୀ ଗୁରୁତର । ଘଟଣାଟି ଅପରାହ୍ନର ୫.୩୦ ପାଖାପାଖି ସମୟରେ ହୋଇଥିଲା । ସୂଚନାଯୋଗ୍ୟ ଵହଳଦା ଥାନା ଝରାଡିହି ଅଂଚଳର ମଝିଗାଁ ବାସିନ୍ଦା ପ୍ରାଥମିକ ଶିକ୍ଷକ କାଂଚନ ବାରିକ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବାରିକ ବାଇକ୍ ଯୋଗେ ନିଜ ଶ୍ଵଶୁର ଘର ରାଇରଙ୍ଗପୁର ବ୍ଳକର ସାନପାଖଣା ଆସି ପୁଣି ନିଜ ଘରକୁ ଫେରୁଥିବା ସମୟରେ ଏକ ସାମନପଟୁ ପିଅପଭେନ ସହିତ ମୁହାଁମୁହିଁ ହେବା ଫଳରେ ବାଇକ୍ ରେ ପତିପତ୍ନୀ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ ।ରକ୍ତ ଜୁଡୁବୁଡୁ ସେମାନଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ପରିସ୍ଥିତି ଗୁରୁତର ହେବାରୁ ଟାଟାମେଡିକାଲକୁ ଦୁଇଜଣ ଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜଣା ଅଜଣା.. ରାଜ୍ୟରେ ସାମ୍ବାଦିକଙ୍କ ସଂଖ୍ୟା କେତେ ଓ ସେମାନଙ୍କୁ ରାଜ୍ୟ ସରକାର କ’ଣ ସୁବିଧା ଦେଇଥାନ୍ତି? 

Sunil Chandra Nayak

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ

Sunil Chandra Nayak

Leave a Comment

error: Content is protected !!