ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ପିକଅପ ଭେନ୍/ବାଇକ୍ ମୁହାଁମୁହିଁ,ଦୁଇ ଗୁରୁତର

ମୟୂରଭଂଜ– ୨୦/୫/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ରାସ୍ତା ଦୁବୁଲାବେଡା ଛକ ପାଖାପାଖି ରେ ପିକଅପଭେନ ସହ ବାଇକ୍ ମୁହାଁମୁହିଁ ଫଳରେ ବାଇକ୍ ଚାଳକ ସହ ଆରୋହୀ ଗୁରୁତର । ଘଟଣାଟି ଅପରାହ୍ନର ୫.୩୦ ପାଖାପାଖି ସମୟରେ ହୋଇଥିଲା । ସୂଚନାଯୋଗ୍ୟ ଵହଳଦା ଥାନା ଝରାଡିହି ଅଂଚଳର ମଝିଗାଁ ବାସିନ୍ଦା ପ୍ରାଥମିକ ଶିକ୍ଷକ କାଂଚନ ବାରିକ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବାରିକ ବାଇକ୍ ଯୋଗେ ନିଜ ଶ୍ଵଶୁର ଘର ରାଇରଙ୍ଗପୁର ବ୍ଳକର ସାନପାଖଣା ଆସି ପୁଣି ନିଜ ଘରକୁ ଫେରୁଥିବା ସମୟରେ ଏକ ସାମନପଟୁ ପିଅପଭେନ ସହିତ ମୁହାଁମୁହିଁ ହେବା ଫଳରେ ବାଇକ୍ ରେ ପତିପତ୍ନୀ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ ।ରକ୍ତ ଜୁଡୁବୁଡୁ ସେମାନଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ପରିସ୍ଥିତି ଗୁରୁତର ହେବାରୁ ଟାଟାମେଡିକାଲକୁ ଦୁଇଜଣ ଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

କୂଅରେ ପଡିଥିବା ବିଲୁଆକୁ ଉଦ୍ଧାର କଲା ବନ ବିଭାଗ , ଚିକିସ୍ସା କରି ଜଙ୍ଗଲରେ ଛାଡିଲା 

Sunil Chandra Nayak

ଢେ଼ଙ୍କାନାଳ ରେ ବାଜି ରାଉତ ଫୁଟବଲ୍ କପ୍ ମ୍ୟାଚ୍ ଉଦ୍ଘାଟିତ

Sunil Chandra Nayak

ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!