ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ମକ୍ଷେତ୍ରରୁ ଅବସର ଗ୍ରହଣ କଲେ ରାଉରକେଲା ସିଡିପିଓ ଶ୍ରୀମତୀ ଦର୍ଶନୀ ଏକ୍କା

କର୍ମକ୍ଷେତ୍ରରୁ ଅବସର ଗ୍ରହଣ କଲେ ରାଉରକେଲା ସିଡିପିଓ ଶ୍ରୀମତୀ ଦର୍ଶନୀ ଏକ୍କା

ରାଉରକେଲା , ୩୯ ବର୍ଷ ସିଡିପିଓ ଭାବେ କର୍ମକ୍ଷେତ୍ରରେ କାର୍ଯ୍ୟ କରିବା ପରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ଦର୍ଶନୀ ଏକ୍କା। ରାଜ୍ଯ ମହିଳା ଓ ଶିଶୁ ବିଭାଗ ଅଧିନସ୍ଥ ରାଉରକେଲା ଉଦିତନଗର ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାବେ କାର୍ଯ୍ୟ କରି ଶ୍ରୀମତୀ ଏକ୍କା ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଚାକିରିରୁ ଅବସର ନେଇଛନ୍ତି। 

     ବ୍ଲକ ସ୍ତରରେ ଶିଶୁ ବିକାଶ ଏବଂ ପୁଷ୍ଟିସାର କାର୍ଯ୍ୟକ୍ରମ ପରିଚାଳନା କରି ଶ୍ରୀମତୀ ଦର୍ଶନୀ ଏକ୍କା ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ତଦାରଖ କରନ୍ତି। ପୁଷ୍ଟିହୀନତା ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ଥିଲା ତାଙ୍କର ମୁଖ୍ୟ କାର୍ଯ୍ୟ।

    ୨୦୨୬ ସେପ୍ଟେମ୍ବର ୩୦ ତାରିଖ ବୁଧବାର ଦିନ ଏକ ସ୍ଵତନ୍ତ୍ର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀମତୀ ଦର୍ଶନୀ ଏକ୍କାଙ୍କୁ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର ସୁପରଭାଇଜର ଏବଂ ଅଙ୍ଗନୱାଡି କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅବସରରେ କେକ୍ କାଟି ତାଙ୍କୁ କର୍ମକ୍ଷେତ୍ରରୁ ବିଦାୟ ଦେବା ସହିତ ୩୯ ବର୍ଷ ଚାକିରୀ ଜୀବନରେ ଶ୍ରୀମତୀ ଯେଉଁ କାର୍ଯ୍ୟ ଦକ୍ଷତା ଦେଖାଇଥିଲେ, ତାହାର ମଧ୍ୟ ପ୍ରଶଂସା କରିଥିଲେ ଉପସ୍ଥିତ ସୁପରଭାଇଜର ଏବଂ ଅଙ୍ଗନୱାଡି କର୍ମୀମାନେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ

masiha

କନିଷ୍ଟ ଶିକ୍ଷକ ମାନେ ନିଜ ଦାବି ହାସଲ ପାଇଁ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ

Sunil Chandra Nayak

ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!