ଟେମରି ଗ୍ରାମ ପଞ୍ଚାୟତ ର କୁମ୍ଭାରିଠାରେ ଗ୍ରାମ ସଭା ଆୟୋଜିତ
ଜୁନାଗଡ(ମ ନି ସ):-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍ଭାରି ଗ୍ରାମ ରେ ଗ୍ରାମ ସଭା ଆୟୋଜିତ ହୋଇଯାଇଛି। ଗୋଲାମୁଣ୍ଡା ବିଡିଓ ତ୍ରିପୁରା ମହାନନ୍ଦ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଟେମରି ଗ୍ରାମ ପଞ୍ଚାୟତ ପି ଇ ଓ ପୁରୁଷୋତ୍ତମ ନାଏକ, ଏ ଡି ଇ ଓ ଡୁକୁରୁ ସୁନାନୀ, ଭି ଏ ଡବଲୁ ଚିନ୍ମୟ ପଣ୍ଡା, ଦଶପୁର ଆର ଆଇ ଦେବସ୍ମିତା ଶବର, ନାଏବ ସରପଞ୍ଚ ଦୁଃଖୀରାମ ସା, ଜୟ କୁମାର ସୁନାନୀ, ଲବଣୀ ଗୋପାଲ, ଦିବ୍ୟ ପଧାନ, ତଥା ଅନ୍ୟାନ୍ୟ ୱାର୍ଡ ମେମ୍ବର ବୃନ୍ଦ,ବି ଜେ ପି ଦଶପୁର ଜୋନ ମଣ୍ଡଳୀ ସଭାପତି ପ୍ରମୋଦ ପଧାନ, ବିଷ୍ଣୁ ସାହୁ, ବେଦବର ସା, ସାମ୍ୱାଦିକ ଜଗଜ୍ଜିବନ ସା, ତଥା ଟେମରି ଗ୍ରାମ ପଞ୍ଚାୟତ ର ଏମ ବି କେ, ସିଆରପି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଜନ ସାଧାରଣ ଉପସ୍ଥିତ ଥିଲେ। ଡୁଙ୍ଗରୀ ଗୁଡା ଗ୍ରାମ ର କଳା କାର ମାନଙ୍କୁ ନେଇ ଅଧ୍ୟାପକ ପ୍ରଦୀପ ମିଶ୍ର ଙ୍କ ନିର୍ଦ୍ଦଶନାରେ ଏକ ନାଟକ ପ୍ରଦର୍ଶନ କରା ଯାଇଛି।ଏଥିରେ ନରେନ୍ଦ୍ର ମୋଦି ଙ୍କ ରାଜନୀତି ଜୀବନୀ ବିଷୟରେ ନାଟକ ପ୍ରଦର୍ଶନ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନୋହର ହୋଇ ଯାଇଛି।
ଜଗଜ୍ଜୀବନ ସାଙ୍କ ରିପୋର୍ଟ

