ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାନଚେରଗାଁ ବସ୍ତିପଡା ନୂତନ ପ୍ରାଥମିକ ବିଦ୍ୟାଲୟକୁ ତାଲା ମାରିଲେ ପଡ଼ାବାସୀ

ଏବିଇଓ  ଙ୍କ ହସ୍ତଗତ ପରେ ସମାଧାନ ର ବାଟ ଫିଟିଲା

ଗୋଳାମୁଣ୍ଡା ୨୧/୫ ମସିହା ନ୍ୟୁଜ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସାନଚେରଗାଁ ବସ୍ତିପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବହେତୁ ବିଦ୍ୟାଳୟରେ ତାଲା ମାରିଥିଲେ ପଡ଼ାବାସୀ । ସୂଚନାରୁ ପ୍ରକାଶ ଯେ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୯୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପୂର୍ବରୁ ତିନି ଜଣ ଶିକ୍ଷକ କର୍ଯ୍ୟରତ ଥିଲେ ସେଥି ମଧ୍ୟରୁ ମହିଳା ଶିକ୍ଷୟିତ୍ରୀ ଜଣକ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଆସୁଛନ୍ତି । ବାକି ରହିଲେ ଦୁଇ ଶିକ୍ଷକ ସେମାନଙ୍କ ମଧ୍ୟରୁ ଜଣେ ଡେପୁଟେସନରେ ଯିବା ହେତୁ ଜଣେ ପାଠ ପଢେଇବେ ନା କାଗଜ କାମ କରିବେ । ଏ ନେଇ ଗତ ଏପ୍ରିଲ ୧୮ରେ ବିଦ୍ୟାଳୟର କମିଟି ଓ ପଡ଼ାବାସୀ ପକ୍ଷରୁ ଗୋଳାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୋୖଣସି ଶିକ୍ଷକ ନିଯୁକ୍ତ ନ ଦେଇଥିବାରୁ ଆଜି ସକାଲ ୬ଘଟିକା ସମୟରେ ପଡ଼ାବାସୀ ପକ୍ଷରୁ ବିଦ୍ୟାଳୟକୁ ତାଲାବନ୍ଦ କରିଥିଲେ । ଗୋଳାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନବ ସାହୁ ତାଲା ପକାଇଥିବା ଖବର ପାଇ ତୁରନ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଲବଣୀ ନାଏକଙ୍କୁ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ଶ୍ରୀ ନାଏକ ବିଦ୍ୟାଳୟର କମିଟି ଓ ପଡ଼ାବାସୀଙ୍କ ସହ ଆଲୋଚନା କରି ଏକମାସ ଭିତରେ ଏକ ପ୍ରଧାନ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲିଦେଇଥିବା ପ୍ରକାଶ ପାଇଛି ।ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭିନ୍ନ ଏକ ରଜ

Sunil Chandra Nayak

ଆଦିବାସୀ ଲୋକଙ୍କ ଧାନ କାଟି ନେବା ଘଟଣା, ପ୍ରଶାସନ ର ହସ୍ତକ୍ଷେପ ପରେ ସମସ୍ୟା ର ହେଲା ସମାଧାନ

Sunil Chandra Nayak

ନାଳ ଉପରେ ପୋଲ ନ ଥିବାରୁ ପଲସାପଦର ତଥା ଆଖପାଖ ଅଞ୍ଚଳ ଗ୍ରାମବାସୀ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!