ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟରେ ଆୟୋଜିତ ହେବ ‘ସେବା ଜ୍ୟୋତି ଯାତ୍ରା’ର ମୁଖ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା

ଉମରକୋଟରେ ଆୟୋଜିତ ହେବ ‘ସେବା ଜ୍ୟୋତି ଯାତ୍ରା’ର ମୁଖ୍ୟ କାର୍ଯ୍ୟକ୍ରମ

ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା

ନବରଙ୍ଗପୁର:(୦୩ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସେବା ଜ୍ୟୋତି ଯାତ୍ରା’ର ମୁଖ୍ୟ କାର୍ଯ୍ୟକ୍ରମ ଉମରକୋଟ ବ୍ଲକ୍‌ରେ ଆୟୋଜନ କରାଯିବ। ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟରୁ ଯୁବକ-ଯୁବତୀମାନେ ନିଜ ନିଜ ‘ସେବା ଜ୍ୟୋତି’ ଯାନ ଏବଂ ସାଂସ୍କୃତିକ ଦଳ ସହ ଯୋଗଦେଇ ମୁଖ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ।ଏହାର ସୁଚାରୁ ଆୟୋଜନ ଓ ପରିଚାଳନା ନିମନ୍ତେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଅଧ୍ୟକ୍ଷତାରେ ସ୍ଥାନୀୟ ଅଶୋକ ମେହେତା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନବରଙ୍ଗପୁରର ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ମୁଖ୍ୟାଳୟରୁ ‘ସେବା ଜ୍ୟୋତି ଯାତ୍ରା’ ଆରମ୍ଭ କରି ଉମରକୋଟରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଏକତ୍ରିତ ହେବା ନେଇ ବିସ୍ତୃତ ରୂପରେଖା ଉପରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ବ୍ଲକ୍‌ରୁ ଯୁବକ-ଯୁବତୀମାନେ ନିଜ ନିଜ ସେବା ଜ୍ୟୋତି ଯାନ ସହ ଯାତ୍ରାରେ ଯୋଗଦେବା ସହିତ ସମ୍ପୃକ୍ତ ସାଂସ୍କୃତିକ ଦଳଗୁଡ଼ିକ ଯାତ୍ରା ଓ ମୁଖ୍ୟ କାର୍ଯ୍ୟକ୍ରମରେ ସାଂସ୍କୃତିକ ପ୍ରଦର୍ଶନ କରିବେ।ଯାତ୍ରା ପାଇଁ ରୁଟ୍ ମ୍ୟାପ୍ ପ୍ରସ୍ତୁତି, ପ୍ରତ୍ୟେକ ଯାତ୍ରା ପାଇଁ ପ୍ରଭାରୀ ନିଯୁକ୍ତି, ଯାନବାହନ ବ୍ୟବସ୍ଥା, ଟ୍ରାଫିକ୍ ଓ ପାର୍କିଂ ପରିଚାଳନା, ଅଂଶଗ୍ରହଣକାରୀଙ୍କ ପାଇଁ ପାନୀୟ ଜଳ ଓ ଜଳଖିଆ ବ୍ୟବସ୍ଥା ଏବଂ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହ ସମନ୍ୱୟ ନେଇ ଆଲୋଚନା ହୋଇଥିଲା। ଏହା ସହିତ ଉମରକୋଟରେ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳରେ ମଞ୍ଚ, ସାଉଣ୍ଡ ସିଷ୍ଟମ୍, ଏଲଇଡ଼ି ସ୍କ୍ରିନ୍, ଭିଡିଓ କନଫରେନ୍ସିଂ, ଇଣ୍ଟରନେଟ୍ ସଂଯୋଗ, ଆଲୋକୀକରଣ ଓ ଅନ୍ୟାନ୍ୟ ଆବଶ୍ୟକ ବୈଷୟିକ ବ୍ୟବସ୍ଥା ସୁନିଶ୍ଚିତ କରିବା ସହିତ ଜିଲ୍ଲା IT ଟିମ୍‌ର ସହଯୋଗ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ, ସେବା ଜ୍ୟୋତି ଯାନ ଏବଂ ସାଂସ୍କୃତିକ ଦଳର ଯୋଗଦାନ ମାଧ୍ୟମରେ ଏହି ଯାତ୍ରାକୁ ଜନସଂପୃକ୍ତ ଓ ସୁସଂଗଠିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଡ଼ିଓ ମାନଙ୍କୁ ନିଜ ନିଜ ଦାୟିତ୍ୱ ଅନୁଯାୟୀ ପୂର୍ବ ପ୍ରସ୍ତୁତି ସମ୍ପନ୍ନ କରିବା ସହିତ ବିଭିନ୍ନ ବିଭାଗ ଓ ବ୍ଲକ୍ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର ବ୍ୟବହାର କରିବା ନିମନ୍ତେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ

masiha

ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଚିଲିଚିଲା ଠାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ

masiha

ବିଜେପି ମହିଳା ମୋର୍ଚ୍ଚା ତରଫରୁ ନାରୀ ଶକ୍ତି ବନ୍ଦନ ଯାତ୍ରା

masiha

Leave a Comment

error: Content is protected !!