ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଡିକାଲ ସିଟ୍‌ ଦେବା ନାଁରେ ୩୦ ଲକ୍ଷ ଠକେଇ, ଗିରଫ ହେଲେ ଠକ…

ମେଡିକାଲ କଲେଜରେ ସିଟ୍‌ ଦେବା ନାଁରେ ଠକେଇ । ଦୁଇଜଣ ଠକଙ୍କୁ ଗିରଫ କଲା ଇନଫୋସିଟି ପୋଲିସ । ଦୁଇ ଠକ ହେଉଛନ୍ତି କଲିକତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ମେ ୫ ରେ ପଲ୍ଲବୀ ସାହା ନାମକ ଯୁବତୀ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରିଥିଲା ପୋଲିସ । ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେରେ ସିଟ ଦେବାକୁ କହି ଟଙ୍କା ଠକିଥିଲେ ଠକ । ୩୦ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ ପଲବୀ ।ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ପାଖରୁ ୧୧ ଲକ୍ଷ ଜବତ ହୋଇଛି । ୧୦ ବର୍ଷ ହେଲାଣି ଦୁଇ ଠକ ଲୋକଙ୍କୁ ଠକୁଥିବା ନେଇ ସୂଚନା ମିଳିଛି । ମେଡ଼ିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରୁଥିଲେ । ପ୍ରାଙ୍କ କଲ ଆପ ଜରିଆରେ ଫୋନ କରୁଥିଲେ ଠକ । ପ୍ରାଙ୍କ କଲ ଆପରେ କଲ୍‌ କଲେ ଟ୍ରୁ କଲରରେ କୌଣସି ନାଁ ଆସୁ ନଥିଲା । ଫେକ ଅଧାର କାର୍ଡ଼ ଓ କାଗଜପତ୍ର ବ୍ୟବହାର କରି ଫ୍ଲାଇଟରେ ଆସୁଥିଲେ ଓ ହୋଟେଲରେ ରହୁଥିଲେ । ବିଭିନ୍ନ ରାଜ୍ୟରେ ଠକିଥିବା ନେଇ ଅଭିଯୋଗ ରହିଛି ଏମାନଙ୍କ ନାଁରେ । ଦୁଇ ଠକଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋକସରା ବ୍ଲକ ଡିବିଟି ମାଧ୍ୟମରେ ଆଜିଠୁ ଭତ୍ତା ପ୍ରଦାନ

ମାଆ ଜଗତ ଜନନୀ ଦୁର୍ଗାଙ୍କ ନବଦିନାତ୍ମକ ପୂଜା

Sunil Chandra Nayak

ଆମ୍ବୁଲାନ୍ସ ଧକ୍କାରେ ବାଇକ ଚାଳକ ଗୁରୁତର

Sunil Chandra Nayak

Leave a Comment

error: Content is protected !!