ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଘ ଛାଲ ସହ ଶିକାରୀ ଜବତ

ଗ୍ରାମବାସୀ ଙ୍କ ଆକ୍ରମଣ ରେ ୪ ବନ କର୍ମଚାରୀ ଆହତ , ଗାଡ଼ି ଭଙ୍ଗା ରୁଜା

ଆନନ୍ଦପୁର (ମ ନି ସ): କେନ୍ଦୁଝର ଜିଲ୍ଲା  ଆନନ୍ଦପୁର ରେଞ୍ଜ ଅନ୍ତର୍ଗତ ହତିଖୁନ୍ତି ଗ୍ରାମରୁ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଏକ ମହାବଳ ବାଘ ଛାଲ ଜବତ କରିବା ସହିତ ଶିକାରୀ କୁ ଗିରଫ କରିଛନ୍ତି । ଗିରଫ କରି ଫେରୁଥିବା ସମୟ ରେ କିଛି ଗ୍ରାମବାସୀ ଙ୍କ ଆକ୍ରମଣ ରେ ୪ ବନ କର୍ମଚାରୀ ଆହତ ହେବା ସହିତ ବିଭାଗ ର ଗାଡ଼ି ଭଙ୍ଗା ରୁଜ କରିଛନ୍ତି । ଆହତ ବନ କର୍ମଚାରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ଦୟିତରି ରେଞ୍ଜ ର ବୁଢ଼ୀ ପଦା ପାଳସ ପାଳ ନିକଟସ୍ଥ ହାତୀ ଖୁଣ୍ଟି ଗ୍ରାମର ଦୁର୍ଯ୍ୟଧନ ମହାକୁଡ ଙ୍କ ପୁଅ ବୁତୁ ମହାକୁଡ଼ (୨୫) ଗତ ଏପ୍ରିଲ ମାସ ରେ ଏହି ମହାବଳ ବାଘ କୁ ବିଷ ଦେଇ ମାରି ଦେଇଥିବା ବିଭାଗୀୟ ଅଧିକାରୀ ଙ୍କ ନିକଟ ରେ ସ୍ବୀକାର କରିଛି । ଗତ ୨୦୧୯ ମସିହା ବାଘ ଗଣନା ରେ ଦୈତାରି ରେଞ୍ଜ ର ହାତୀ ଖୁଣ୍ଟି ଅଞ୍ଚଳ ରେ ମହାବଳ ର ପାଦ ଚିହ୍ନ ଠାବ କରାଯାଇଥିଲା । ପ୍ରତିବର୍ଷ ଏହାର ଗତିବିଧି ଉପରେ ବିଭାଗୀୟ କର୍ମଚାରୀ ମାନେ କଡ଼ା ନଜର ରଖିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ୧୧ ତାରିଖ ଦିନ ହତିଖୁନ୍ତି ଜଙ୍ଗଲ ରେ ଥିବା ମଇଁଷି ଗୋଠ ରେ ଏକ ମଇଁଷି କୁ ମାରି ଦେଇଥିଲା । ପରଦିନ ସକାଳୁ ଅଭିଯୁକ୍ତ ଦୁର୍ଯ୍ୟୋଧନ ଓ ତାର ପୁଅ ବୁଟୁ ମୃତ ମଇଁଷି ଉପରେ ବିଷ ପକାଇଥିଲେ । ସେହି ମଇଁଷି ର ମାଂସ ଖାଇ ଏହି ମହାବଳ ମୃତ୍ୟୁ ବରଣ କରିଛି ବୋଲି ଅଭିଯୁକ୍ତ ନିଜର ବୟାନ ରେ ପ୍ରକାଶ କରିଛି । ଗତ ୧୯ ତାରିଖ ରାତି ୧୦ ଟା ବେଳେ ଆନନ୍ଦପୁର , ଦେଓଗାଁ , ଦୈତାରି ରେଞ୍ଜ ର କର୍ମଚାରୀ ଓ କେନ୍ଦୁଝର ବନ ବିଭାଗ ମିଳିତ ଭାବେ ଚଢାଇ କରିଥିଲେ । ରାତି ପ୍ରାୟ ୧୨ ଟା ୩୦ମିନିଟ ସମୟ ରେ ବାଘ ଛାଲ ସହ ଅଭିଯୁକ୍ତ ଶିକାରୀ କୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ସୁନପେନ୍ଥ ନିକଟ ରେ ଛୁଆ ଚୋର କହିବବାନ କର୍ମଚାରୀ ଙ୍କ ଉପରେ ଆକ୍ରମଣ କରିଥିଲେ । ଖବର ପାଇ ଆନନ୍ଦପୁର ଡିଏଫ ଓ ଅଜିତ ଶତପଥୀ , ଏ ସି ଏଫ୍ ପ୍ରଫୁଲ୍ଲ ମଲ୍ଲିକ , ରେଞ୍ଜର ସୁରେନ୍ଦ୍ର ହେମ୍ବ୍ରମ , ବାନପାଳ ଶ୍ୟାମ ସୁନ୍ଦର ସାହୁ ଘଟଣା ର ତଦନ୍ତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣା ଯାଇଛି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍।

Related posts

ଜନରଞ୍ଜନ ପ୍ରଧାନ ଙ୍କ କବିତା ନିଷ୍ଠା ଓ ଲକ୍ଷ୍ଯ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଫୁଲ ,ଫଗୁଣ ଓ ମଳୟ

Sunil Chandra Nayak

ମାରୁଓ୍ବାଡୀ ଯୁବା ମଞ୍ଚ ପକ୍ଷରୁ ବୋଲବମ ଭକ୍ତମାନଙ୍କୁ ସେବା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!