ବହୁଚର୍ଚ୍ଚିତ ଅନଲାଇନ ଠକେଇ ଘଟଣା ରେ ଅଭିଯୁକ୍ତ କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ
ନବରଙ୍ଗପୁର:(୭|୧୦)(ରବି ନାରାୟଣ ମହାନ୍ତି)ମାନ୍ୟବର ନବରଙ୍ଗପୁର ଉପଖଣ୍ଡିୟ ବିଚାର ବିଭାଗୀୟ ବିଚାରପତି ଶ୍ରୀ ସୌମ୍ୟ ଶଙ୍କର ମହାନ୍ତ ଏକ ଅନ ଲାଇନ ଠକେଇ ଘଟଣା ର ବିଚାରଣା କରି ଅଭିଯୁକ୍ତ ଅଜୟ କୁମାର ପାଉଲ କୁ 3 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ 10,000/-ଟଙ୍କା ର ଅର୍ଥଦଣ୍ଡ ରେ ଦଣ୍ଡିତ କରିଛନ୍ତି ଓ ଏଥି ସହ ଜୋରିମାନା ଅନାଦେୟ 3 ମାସ ର ଅତିରିକ୍ତ କାରାଦଣ୍ଡ ରେ ଦଣ୍ଡିତ କରିବାକୁ ରାୟ ଦେଇଛନ୍ତି । ସୂଚନା ଅନୁଯାୟୀ ,ଗତ 07/11/2025 ତାରିଖ ଦିନ ତେନ୍ତୁଳୀଖୁଣ୍ଟି ଗ୍ରାମର ଭି. ପ୍ରଶାନ୍ତ କୁମାର କଟକ ସ୍ଥିତ ଆରକ୍ଷୀ ଅଧିକ୍ଷକ CID, କ୍ରାଇମ ବ୍ରାଞ୍ଚ ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ l ତାଙ୍କ ଅଭିଯୋଗ ପ୍ରକାରେ କେସ ନମ୍ବର 38/25 ନମ୍ବର ପ୍ରକାରେ ଉକ୍ତ ଘଟଣା ଟି ରେଜିଷ୍ଟର ହୋଇଥିଲା l ସେ କରିଥିବା ଅଭିଯୋଗ ପ୍ରକାରେ,ଗତବର୍ଷ ଅକ୍ଟୋବର ମାସ ର ପ୍ରଥମ ସପ୍ତାହ ରେ ଏକ ଅଜଣା ନମ୍ବର ରୁ ଫୋନ କଲ ଆସିଥିଲା ଓ ଜଣେ ବ୍ୟକ୍ତି ସେୟାର ମାର୍କେଟ ରେ ଅର୍ଥ ବିନିଯୋଗ କରିବା ପାଇଁ ପ୍ରଲୋଭନ ଦେଖାଇଥିଲା l ସେହି ଅଜଣା ବ୍ୟକ୍ତି ଅଭିଯୋଗକାରୀ କୁ ସେୟାର ମାର୍କେଟ ର କଳା କୌଶଳ ଶିଖିବା ପାଇଁ ଅନ୍ୟ ଏକ ବ୍ୟକ୍ତି ସହ ଯୋଗାଯୋଗ କରିବା ପାଇଁ କହିଥିଲେ l ଉକ୍ତ ବ୍ୟକ୍ତି ଜଣକ ଅଭିଯୋଗକାରୀ କୁ ଡିଜିଟାଲ ଡ଼ାଇନାମୋଶ ନାମକ ଏକ Whatsapp ଗ୍ରୁପ ରେ ଯୋଡ଼ିଥିଲେ ଯେଉଁ ଗ୍ରୁପ ରେ ଅଭିଯୋଗକାରୀ ଙ୍କ ସହ ସାତ ଜଣ ମେମ୍ବର ଥିଲେ l ଉକ୍ତ ଗ୍ରୁପ ରେ ସେହି ଅଜଣା ବ୍ୟକ୍ତି ନିଜକୁ ଗ୍ରୁପ ଏଡମିନ ବୋଲି କହି ସେୟାର ମାର୍କେଟ ର କୌଶଳ ଶିଖାଉଥିଲେ ଓ ତାଙ୍କ ପରାମର୍ଶ ଅନୁଯାୟୀ ଅଭିଯୋଗକାରୀ ସମସ୍ତ କାର୍ଯ୍ୟ କରୁଥିଲେ ଓ ଅଭିଯୋଗକାରୀ ଙ୍କ ସମସ୍ତ ଆବଶ୍ୟକୀୟ କାଗଜପତ୍ର ନେଇ ଗ୍ଲୋବିକ୍ସଭଲ୍ଟ ନାମକ ଏକ ଟ୍ରେଡିଙ୍ଗ ପ୍ଲାଟଫର୍ମ ରେ ଯୋଗ ଦେଇ ଆକାଉଣ୍ଟ ତିଆରି କରିଥିଲେ l ପ୍ରଥମ ପର୍ଯ୍ୟାୟ ରେ ଅଭିଯୋଗକାରୀ ଙ୍କୁ ସେମାନେ 25,100/-ଟଙ୍କା ଏବଂ 35,000/- ଟଙ୍କା ନିବେଶ କରାଇଥିଲେ ଏବଂ ଲାଭ ବାବଦରେ ଅଭିଯୋଗକାରୀ ଙ୍କ ଆକାଉଣ୍ଟ ରେ 8500/- ଓ 63,000/- ତାଙ୍କ ଆକାଉଣ୍ଟ ରେ ଜମା ହୋଇଥିଲା l ଏଥିରେ ଉତ୍ସାହିତ ହୋଇ ଅଭିଯୋଗକାରୀ ସେମାନଙ୍କ ନିର୍ଦ୍ଧେଶ କ୍ରମେ 12/10/2025 ଠାରୁ 04/11/2025 ପର୍ଯ୍ୟନ୍ତ 1,94,62,310/-(ଏକକୋଟି ଚଉରାନବେ ଲକ୍ଷ ବାସଠି ହଜାର ତିନି ଶହ ଦଶ ) ଟଙ୍କା ନିବେଶ କରିଥିଲେ ଏବଂ ଉକ୍ତ ପ୍ଲାଟଫର୍ମ ରେ ନିବେଶ କରି ସେ ମୋଟ 5,15,17,985/-(ପାଞ୍ଚ କୋଟି ପନ୍ଦର ଲକ୍ଷ ସତର ହଜାର ନଅ ଶହ ପଞ୍ଚାଅସୀ) ଟଙ୍କା ର ଲାଭ ଦେଖାଇଥିଲେ l କିନ୍ତୁ ଅଭିଯୋଗକାରୀ ଯେତେବେଳେ ଉକ୍ତ ଟଙ୍କା କୁ ଉଠାଇବାକୁ ଚାହିଁଲେ ସେତେବେଳେ ଉକ୍ତ ଟଙ୍କା କୁ ଉଠାଇବା ପାଇଁ ଆହୁରି ଷାଠିଏ ଲକ୍ଷ ଟଙ୍କା ନିବେଶ କରିବାକୁ ପଡିବ ବୋଲି କହିଥିଲେ l ଅଭିଯୋଗକାରୀ ଆଉ ଏତେ ଟଙ୍କା ନିବେଶ ପାଇଁ ନିଜର ଅକ୍ଷମତା ପ୍ରକାଶ କରିବା ସହ ସେ ପାଇବା ଅର୍ଥ ରୁ ଉକ୍ତ ଟଙ୍କା କୁ କାଟି ବଳକା ଅର୍ଥ ପଇଠ କରିବା ପାଇଁ ଅନୁରୋଧ କରିଥିଲେ ଏବଂ ଏହା ପରେ ଅଭିଯୋଗକାରୀ ବାରମ୍ବାର ଫୋନ କରିବା ସହ ଟଙ୍କା ପଇଠ କରିବା ପାଇଁ ଅନୁରୋଧ କରିବା ପରେ ସେମାନେ ଅଭିଯୋଗକାରୀ କୁ ଉକ୍ତ Whatsapp ଗ୍ରୁପ ରୁ କାଢ଼ିଦେବା ସହ ଆଉ ଫୋନ ଉଠାଇ ନଥିଲେ l ଏହାପରେ ଅଭିଯୋଗକାରୀ କଟକ ସ୍ଥିତ CID କ୍ରାଇମ ବ୍ରାଞ୍ଚ ରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ଘଟଣା ର ତଦନ୍ତ କରି ଏବଂ ସେ ଦେଇଥିବା ଫୋନ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ କାଗଜ ପତ୍ର କୁ ତଦନ୍ତ କରି ଅଭିଯୁକ୍ତ ଅଜୟ କୁମାର ପାଉଲ କୁ ପଶ୍ଚିମବଙ୍ଗ ର ହୁଗୁଳି ଜିଲ୍ଲାର ରିସ୍ରା ଥାନା ର ସେରମପୁର ରୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ନ୍ୟାୟ ସଂହିତା 2023 ର ଧାରା 318(2)(4),319(2),336(2) (3),338,340(2),61 (2),3(5) ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ର ଧାରା 66(C)66(D)ପ୍ରକାରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିଲେ ଯାହାର କୋର୍ଟ କେସ ନମ୍ବର ଥିଲା GR-1505/25 l ସମସ୍ତ 6 ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଉପଖଣ୍ଡିୟ ବିଚାର ବିଭାଗୀୟ ବିଚାରପତି ଅଭିଯୁକ୍ତ ଅଜୟ କୁମାର ପାଉଲ କୁ 3 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ 10,000/- ଟଙ୍କା ଅର୍ଥ ଦଣ୍ଡ ରେ ଦଣ୍ଡିତ କରିଛନ୍ତି ଓ ଜରିମୋନା ଅନାଦେୟ ଅତିରିକ୍ତ 6 ମାସ ର ଅତିରିକ୍ତ କାରାଦଣ୍ଡ ରେ ଦଣ୍ଡିତ କରିବା ପାଇଁ ରାୟ ଶୁଣାଇଛନ୍ତି l ନବରଙ୍ଗପୁର ଜିଲ୍ଲାର ଏହି ବହୁ ଚର୍ଚ୍ଚିତ ମାମଲା କୁ ସରକାର ଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ରାମଚନ୍ଦ୍ର ନାୟକ ପରିଚାଳନା କରୁଥିବା ବେଳେ ପବ୍ଲିକ ପ୍ରୋସିକ୍ୟୁଟର ମନୋଜ କୁମାର ଏକ୍କା କେସ କୁ ପ୍ରତ୍ୟକ୍ଷ ଭାବରେ ତଦାରଖ କରୁଥିଲେ l ତ୍ୱରିତ ନ୍ୟାୟ ପାଇଥିବା ଯୋଗୁଁ ପୀଡିତ ଓ ତାଙ୍କ ପରିବାର ସହ ଜିଲ୍ଲାର ଜଣାସାଧାରଣ ନ୍ୟାୟିକ ପ୍ରକ୍ରିୟା ଉପରେ ସନ୍ତୋଷ ପ୍ରକଟ କରିଛନ୍ତି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

