ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଚୋରି ଘଟଣାରେ ବଡ଼ଗଡ଼ ପୋଲିସ କୁ ସଫଳତା , ଚବିଶ ଘଣ୍ଟାରେ ଅଭିଯୁକ୍ତ ଗିରଫ, ଟଙ୍କା ଉଦ୍ଧାର , ୨-

ଚୋରି ଘଟଣାରେ ବଡ଼ଗଡ଼ ପୋଲିସ କୁ ସଫଳତା , ଚବିଶ ଘଣ୍ଟାରେ ଅଭିଯୁକ୍ତ ଗିରଫ, ଟଙ୍କା ଉଦ୍ଧାର 

ଆସିକା, ୮/୧୦/୨୬(ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତର କେ. ବୁରୁପଡ଼ା ଗ୍ରାମରେ ଗତ ସୋମବାର ମଧ୍ଯ ରାତ୍ରୀରେ ଘଟିଥିବା ଚୋରି ଘଟଣାରେ ବଡ଼ଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବା ସହ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ୧,୯୯,୮୦୦ ଟଙ୍କା ଉଦ୍ଧାର କରି ପୋଲିସ ତରଫରୁ ପୀଡ଼ିତାଙ୍କୁ ହସ୍ତାନ୍ତର କରା ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ତାରିଖ ବିଳମ୍ବିତ ରାତିରେ କେ. ବୁରୁପଡ଼ା ଗ୍ରାମର ବବିତା ମଲ୍ଲିକଙ୍କ ଘରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା ଚୋରି ହୋଇଥିଲା। ଏନେଇ ବବିତା ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ। ଏତଲାରେ ସେ ଚୋରକୁ ଦେଖିଥିବା ଏବଂ ଚିହ୍ନିପାରିବେ ବୋଲି ଉଲ୍ଲେଖ କରିଥିଲେ । ଏତଲା ଆଧାରରେ ବଡ଼ଗଡ଼ ଥାନା ଅଧିକାରୀ ବିମଳ କୁମାର କହଁର ତତ୍ପରତା ପ୍ରକାଶ କରି ତୁରନ୍ତ ପୋଲିସ ଟିମ୍‌କୁ ଅଭିଯୁକ୍ତକୁ ଧରିବା ପାଇଁ ନିୟୋଜିତ କରିଥିଲେ। ଥାନା ଅଧିକାରୀ ନିଜେ ମଧ୍ୟ ଘଟଣାସ୍ଥଳକୁ ଯାଇ ଚୋରି କିପରି ଘଟିଥିଲା, ସେନେଇ ତଦନ୍ତ କରିଥିଲେ । ମିଳିଥିବା ଖବର ଅନୁଯାୟୀ, ଗତ ୫ ତାରିଖ ରାତିରେ ବଳରାମପୁର ଗ୍ରାମରେ ଏକ ସାମାଜିକ ନାଟକ ମଞ୍ଚସ୍ଥ ହେଉଥିଲା। ଏହାକୁ ଦେଖିବା ପାଇଁ ବୁରୁପଡ଼ା ଗ୍ରାମର ଅଧିକାଂଶ ଲୋକ ବଳରାମପୁର ଯାଇଥିଲେ। ଘରେ ଏକାକି ବବିତା ଶୋଇଥିବା ସମୟରେ ଚୋର ଘରର ମଝି ଅଗଣା ପଟୁ ପ୍ରବେଶ କରି ଟଙ୍କା ଥିବା କାଠ ପେଡ଼ି ଖୋଲି ଟଙ୍କା ନେଇ ଚାଲିଯାଉଥିଲା। କବାଟ ଖୋଲିବାର ଶବ୍ଦ ଶୁଣି ବବିତା ମୋବାଇଲ୍ ଟର୍ଚ୍ଚ ଧରି ପଛ ଘରକୁ ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ଟଙ୍କା ନେଇ ଚାଲିଯାଉଥିବା ଦେଖିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କୁ ସେ ଚିହ୍ନିଥିବା ପୋଲିସକୁ କହିଥିବା ଜଣାପଡ଼ିଛି। ସୂଚନା ମୁତାବକ ବିଧବା ମହିଳା ବବିତା ମଲ୍ଲିକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ଆଣି ଘର କାମରେ ଲଗାଇବା ପାଇଁ ତିନି କିସ୍ତିରେ ମିଳିଥିବା ମୋଟ ୨ ଲକ୍ଷ ୧୦ ହଜାର ଟଙ୍କା ସେ ନିଜ ଘରର କାଠ ପେଡ଼ିରେ ସାଇତି ରଖିଥିଲେ। ଟଙ୍କା ଚୋରି ହୋଇଯିବା ପରେ ବବିତା ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ତେବେ ତାଙ୍କ ଏତଲାର ୨୪ ଘଣ୍ଟା ମଧ୍ୟରେ ବଡ଼ଗଡ଼ ପୋଲିସ ଅଭିଯୁକ୍ତକୁ ଧରିବା ସହ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ୧,୯୯,୮୦୦ ଟଙ୍କା ଉଦ୍ଧାର କରି ବବିତା ମଲ୍ଲିକଙ୍କୁ ହସ୍ତାନ୍ତର କରିଥିଲା। ପରେ ଅଭିଯୁକ୍ତକୁ ହାଜତକୁ ପଠାଯାଇଥିବା ଜଣାପଡ଼ିଛି। ବଡ଼ଗଡ଼ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ଋଷିକୁଲ୍ୟା କେନାଲରେ ଭାସିଯାଇ ବୃଦ୍ଧ ମୃତ

ଆସିକା, ୮/୧୦/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ଗଡଦାମୋଦର ପଲ୍ଲୀ ଗ୍ରାମର କୃଷ୍ଣ ଗୌଡ ଙ୍କ ପୁଅ ଦେବରାଜ ଗୌଡ ( 65) ଆଜି ସକାଳ ଦଶ ଘଣ୍ଟ ସମୟରେ ଗାଁ ନିକଟରେ ବହିଯାଉଥିବା ଋଷିକୁଲ୍ୟା ମୁଖ୍ୟ କେନାଲ କୁ ଗାଧୋଇବା ପାଇଁ ଯାଇଥିଲେ। କଇଠବାଟିଆ ତୁଠ ରେ ଗାଧେଇବା ବେଳେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ କେନାଲରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଲୋକଙ୍କ ନିକଟରୁ ସୁଚନା ପାଇବା ପରେ ପରିବାର ଲୋକେ ତୁରନ୍ତ ଧରାକୋଟ ଥାନା ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଏହାପରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଉପସ୍ଥିତିରେ ଖୋଜିବା ଆରମ୍ଭ ହୋଇଥିଲା । ଅପରାହ୍ନ ଚାରି ଘଣ୍ଟ ସମୟରେ ତାଳପାଟଣା ବ୍ରିଜ ନିକଟରୁ ଦମକଳ ବାହିନୀ ଶବଟିକୁ ଉଦ୍ଧାର କରିଥିଲେ । ଧରାକୋଟ ପୋଲିସ ଶବ ଜବତ କରି 14/2026 ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related posts

କଳାହାଣ୍ଡି ଜିଲ୍ଲାରେ ନୀତି ଆୟୋଗର ଆକାଂକ୍ଷି ଜିଲ୍ଲା ଅନ୍ତର୍ଗତ ” ସମ୍ପୂର୍ଣତା ଅଭିଯାନ” ର ଶୁଭାରମ୍ଭ

masiha

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

masiha

ଉଚ୍ଚ ଶିକ୍ଷା, ନୈତିକତା ଓ ମାନବିକତାର ପ୍ରତୀକ : ପ୍ରାଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲା

masiha

Leave a Comment

error: Content is protected !!