ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ଦୁର୍ଗମ ଚାତୁରପଦରର ୦୩ ପରିବାର ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ 

ଲାଞ୍ଜିଗଡ ଦୁର୍ଗମ ଚାତୁରପଦରର ୦୩ ପରିବାର ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ 

 କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟ୍ଟାଙ୍ଗପଦର ଗ୍ରାମ ପଞ୍ଚାୟତର ଅଧିନସ୍ଥ ଦୁର୍ଗମ ଚାତୁରପଦର ଗାଁରେ ଆଜି ବି ୩ଟି ପରିବାର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅସୁବିଧାରେ ଜୀବନ ବିତାଉଥିବା ଅଭିଯୋଗ ହୋଇଛି I ଭାରତ ସ୍ୱାଧୀନ ହୋଇ ୮୦ ବର୍ଷ ପୁରିଗଲା କିନ୍ତୁ ଆଜି ପର୍ଯ୍ୟନ୍ତ ବି ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଏମିତିଆ ପରିବାର ଅଛନ୍ତି ସମ୍ପର୍ଣ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି I ବିକାଶର ଯୁଗରେ ଗାଁର ପ୍ରତ୍ୟେକ ପରିବାର ମୌଳିକ ସୁବିଧା ପାଇବା କଥା । କିନ୍ତୁ ଚାତୁରପଦରର ଏହି ୦୩ ପରିବାରଙ୍କ ପାଇଁ ଆଜି ବି ସୁବିଧା ସାତ ସ୍ୱପ୍ନ ହୋଇପଡିଛି । ପାନୀୟ ଜଳ, ରାସ୍ତା,ବିଦ୍ୟୁତ, ଆବାସ ଓ ଅନ୍ୟାନ୍ୟ ଆବଶ୍ୟକ ସରକାରୀ ସୁବିଧା ପାଇବାରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଉଛି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଜରୁରୀ ସମୟରେ ଏହି ପରିବାରମାନେ ଅଧିକ ଅସୁବିଧାରେ ପଡ଼ୁଛନ୍ତି,ବର୍ଷା ଦିନରେ ସମସ୍ୟା ଆହୁରି ବଢ଼ିଯାଉଥିବା ଜଣାପଡ଼ିଛି I ଏହି ୦୩ ପରିବାରଙ୍କ ସମସ୍ୟା ପ୍ରତି ଲାଞ୍ଜିଗଡ ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ,ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ମୌଳିକ ସୁବିଧା ଯୋଗାଇଦେବାକୁ ଗ୍ରାମ ବାସୀଙ୍କ ପକ୍ଷରୁ ଦାବି ହୋଇଛି I ଏହି ଦୁର୍ଗମ ଗ୍ରାମ ଉପରେ ବ୍ଲକ ପ୍ରଶାସନର ୦୩ ପରିବାର ଉପଯୁକ୍ତ ନ୍ୟାୟ ଦେବେ ବୋଲି ଜନସାଧାରଣ ମତ ଦେଇଛନ୍ତି I ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ବିକାଶ ପହଞ୍ଚିଲେ ହିଁ ପ୍ରକୃତ ସରକାର ଙ୍କ ବିକାଶର ଅର୍ଥ ସାର୍ଥକ ହେବ I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କାହା ପାଇଁ ଆବାସ ଯୋଜନା ନିରୀହ ଗରୀବ ଭିନ୍ନକ୍ଷମ ଭୁଜବଳ ଆବାସ ଖଣ୍ଡିଏ ପାଇଁ ଜଗି ଜଗି ଶେଷରେ ଚାଲିଗଲା ଜୀବନ ,ଏବେ ଘରେ ବିଧବା ମା ,ସ୍ତ୍ରୀ ଓ ଚାରି ଛୁଆ ଅସହାୟ

masiha

ଏସ୍‌ଏଲ୍‌ଏନ୍‌ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା 

Sunil Chandra Nayak

ରାଇରଙ୍ଗପୁର ବ୍ଳକ ସ୍ତରୀୟ ବିକାଶଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମ ର ପ୍ରଥମ ଦିନର ଜାତି ଓ ଜନଜାତି ସମ୍ବାଦ କାର୍ଯ୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!