ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ୭୦ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ,୩ ଜଣଙ୍କ ନାମାଙ୍କନ ନାକଚ 

ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ୭୦ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ,୩ ଜଣଙ୍କ ନାମାଙ୍କନ ନାକଚ 

ଜଳେଶ୍ଵର,୯/୧୦(ମନିସ)- ଆସନ୍ତା ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ଉତ୍ତର ବାଲେଶ୍ୱର ଅଞ୍ଚଳର ସର୍ବପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ୭୦ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ,୩ ଜଣଙ୍କ ନାକଚ ହୋଇଥିବା ସମ୍ପର୍କରେ ଅଧ୍ୟକ୍ଷ ଡ. ହିମାଂଶୁ କୁମାର ସାମଲ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ମହାବିଦ୍ୟାଳୟର ୧୧୦୦ ଡିଗ୍ରୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୯୦୦ ଜଣ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଆଜି ମନୋନୟନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ରୂପେ ପ୍ରାଧ୍ୟାପକ ସନ୍ନ୍ୟାସୀ ଚରଣ ପାତ୍ର, ଡ. ମାନସ କୁମାର ଦାଶ ଓ ଡ. ଦୀପକ ସେନାପତି ଏବଂ ପ୍ରଭାରୀ ରୂପେ ପ୍ରାଧ୍ୟାପକ ପ୍ରଦୀପ ରାଉଳ ଓ ଡ. ସୁଶାନ୍ତ କୁମାର ଗିରି ପ୍ରମୁଖ ସମେତ ଅନ୍ୟ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜଳେଶ୍ଵର ଥାନା ଆଇ.ଆଇ.ସି ଅଶୋକ କୁମାର ବାରିକ୍,ସବ୍ ଇନ୍ସପେକ୍ଟର ଚିରଞ୍ଜିବୀ ରାଉତ, ନାମ୍ପୋ ଫାଣ୍ଡି କର୍ମଚାରୀ ନିତ୍ୟାନନ୍ଦ ଧଳ ଓ ମାନସ କୁମାର ପାଲ ପ୍ରମୁଖ ଉପସ୍ଥିତ ଥିଲେ।ସଭାପତି ପ୍ରାର୍ଥୀ ରୂପେ ନୀତିନ କୁମାର ନନ୍ଦୀ, ଶତୃଘ୍ନ ପାଲ, ସୁଜନ କୁମାର ଦାସ ଓ ସ୍ଵରୂପାନନ୍ଦ ପ୍ରଧାନ,ଉପ ସଭାପତି ପ୍ରାର୍ଥୀ ରୂପେ ଦେବଶୀ ଚନ୍ଦ,ଲକ୍ଷ୍ମଣ ଘୋଷ ଓ ସଞ୍ଜୀବ ସିଂ,ସମ୍ପାଦକ ରୂପେ ବର୍ଷା ରାଣୀ ବାରିକ୍,ଉର୍ମିଳା ରାଉଳ ଓ ରଚିତା ଜେନା ,ସହ ସମ୍ପାଦକ ରୂପେ ଅଚ୍ୟୁତାନନ୍ଦ ଜେନା ଓ ସୂର୍ଯ୍ୟକାନ୍ତ ବଂଶୀ ପ୍ରମୁଖ ନିର୍ବାଚନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି।ଚଳିତ ବର୍ଷ ନିର୍ବାଚନରେ ଏ.ବି.ଭି.ପି,ବି.ସି. ଜେ.ଡି ଓ ଏନ୍.ଏସ.ୟୁ. ଆଇ ମଧ୍ୟରେ ତ୍ରିମୂଖୀ ଲଢ଼େଇ ହେବ।ଚଳିତ ବର୍ଷ ଏସ.ଏଫ୍.ଆଇ କୌଣସି ପ୍ରାର୍ଥୀ ନ ଦେଇ ଏନ୍.ଏସ.ୟୁ. ଆଇକୁ ସମର୍ଥନ ଦେବ ବୋଲି ବରିଷ୍ଠ ସି.ପି.ଏମ୍ ନେତା ଦିଲ୍ଲୀପ ଗିରି ସୂଚନା ଦେଇଛନ୍ତି।ଆଜି ପୂର୍ବାହ୍ନରେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ନିଜର ନେତା ମାନଙ୍କ ସହିତ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ।ବିଜେପି ନେତା ଫାଲଗୁନି ପାଣିଗ୍ରାହୀ,ଶିବ ନାରାୟଣ ମହାପାତ୍ର,ରାଜେଶ୍ ଖଟୁଆ, ଅନନ୍ତ ଦାସ,ବିପ୍ଳବ କୁମାର ପ୍ରଧାନ,ରାମ ଚନ୍ଦ୍ର ପ୍ରାମାଣିକ,ରବୀନ୍ଦ୍ର ପ୍ରଧାନ,ଅରୁଣ କୁମାର ରାଉଳ,ସୁଧୀର ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ କଂଗ୍ରେସ ପକ୍ଷରୁ ରାଜୀବ କୁମାର ପରିଡ଼ା,ହେମନ୍ତ ଗିରି,ଜଗଦୀଶ ନନ୍ଦୀ,ମଧୁସୂଦନ ଦାସ,ସପନ କୁମାର ଜେନା, ସୌଭିକ କୁମାର ଜେନା,ଗୋପାଳ କୃଷ୍ଣ ଜେନା,ଶୁଭଦୀପ ଚକ୍ରବର୍ତ୍ତୀ,ଖଗେନ୍ଦ୍ର ସାମଲ,ହରି ଶଙ୍କର ଜେନା ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ବିଜେଡି ପକ୍ଷରୁ ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା,ସରପଞ୍ଚ ଜୟନ୍ତୀ ପରିଡ଼ା,ସଞ୍ଜୟ ମହାନ୍ତି,ଆନନ୍ଦ କର,ସୂରଜ ଚୌରାଶିଆ ପ୍ରମୁଖ ଉପସ୍ଥିତ ଥିଲେ।ନାମାଙ୍କନ ପତ୍ର ସରିବା ପରେ ଏନ୍.ଏସ.ୟୁ. ଆଇ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ସେମାନଙ୍କ ଅଗ୍ରୀମ ବିଜୟ ଶୋଭାଯାତ୍ରା ବାହାର କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ

Sunil Chandra Nayak

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

masiha

ଛୀଲିପା ରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅନୁଷ୍ଠିତ 

masiha

Leave a Comment

error: Content is protected !!