ଶ୍ରଦ୍ଧା ଅନୁଷ୍ଠାନରେ ବିଶ୍ବ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ
ରାଉରକେଲା: ମାନସିକ ଭିନ୍ନକ୍ଷମ ବର୍ଗଙ୍କ ପ୍ରତି ସମର୍ପିତ ଥିବା ଅନୁଷ୍ଠାନ ଶ୍ରଦ୍ଧା ଟିପିଡବ୍ଳୁଓଡିଏଲ ( ଟାଟା ପାୱାର) ସହାୟତାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ସଚେତନତା ଦିବସ ଶ୍ରଦ୍ଧା ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ରାଉରକେଲା ର ଶ୍ରଦ୍ଧା ଓ ସୁନ୍ଦରଗଡ ର ଏସଏସଇପିଡି ର ମିଳିତ ଆନୁକୂଲ୍ୟରେ ଆୟୋଜିତ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ସଂଯୋଜନା କରିଥିଲେ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ଏ ବର୍ଷର ବିଷୟ ବସ୍ତୁ ( ଥିମ୍ ) ସ୍ବକୀୟ ଅନୁଭୂତି କୁ ଶୁଣିବା, ପ୍ରକୃତ ସ୍ବର, ପ୍ରକୃତ ପରିବର୍ତ୍ତନ ଥିଲା । ମୁଖ୍ୟ ଅତିଥିଭାବେ ରାଉରକେଲା ର ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ, ମାନସିକ ଭିନ୍ନକ୍ଷମ ଙ୍କୁ ସହାନୁଭୂତି ନୁହେଁ ବରଂ ସଦିଚ୍ଛା ରଖିବା ଦରକାର। ବୈ।ଦ୍ଧିକ ବିକାଶ ର ଦୁର୍ବଳତା ପାଇଁ ୨୦୧୬ ଦିବ୍ୟାଙ୍ଗ ଙ୍କ ଅଧିକାର ଓ ଆଇନ ପ୍ରଣୟନ ହୋଇଛି । ଯେଉଁ ଥିରେ ମାନସିକ ଦୁର୍ବଳତା ଯୁକ୍ତ ମାନଙ୍କ ପାଇଁ ଏବଂ ସେମାନଙ୍କ ର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଉନ୍ନତି ପାଇଁ ଯଥେଷ୍ଟ ସୁବିଧା ସୁଯୋଗ ରହିଛି, କିନ୍ତୁ ସେମାନଙ୍କୁ ସେମାନଙ୍କ ମୋଳିକ ଅଧିକାର ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ମୁଖ୍ୟବକ୍ତା ଭାବେ ଆରଜିଏଚ ର ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମନୋରଞ୍ଜନ ନାୟକ ଚିକିତ୍ସା ଭିତରେ ଥିବା ମାନସିକ ରୋଗୀମାନଙ୍କ ର ବିଭିନ୍ନ ସମସ୍ୟା ଅଥବା ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ବିଷୟରେ ପରାମର୍ଶ ଦେଇଥିଲେ । ସ୍ତମ୍ଭକାର ଗଗନ ବିହାରୀ ଧଳ ଓ ଦିବ୍ୟ ଜୀବନ ସଂଘ ର ରବିନ୍ଦ୍ର କୁମାର ପାଣ୍ଡବ ମତବ୍ୟକ୍ତ କରିଥିଲେ ଯେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ଆମ୍ଭମାନଙ୍କୁ ଆତ୍ମିୟତା ଓ ସାମାଜିକ ପ୍ରତିବଦ୍ଧତା ରଖିବା ଦରକାର। ଏଥିପାଇଁ ଆବଶ୍ୟକ ସ୍ଥଳେ ଟେଲି ମାନସ ନମ୍ବର ୧୪୪୧୬ରେ ପରାମର୍ଶ କରିବା ପାଇଁ ସୂଚନା ଦିଆଯାଇଥିଲା। ଏହି ଅବସରରେ ଅଭିଭାବକ ସନ୍ତୋଷ ସାହୁ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଶେଷରେ ସମ୍ପାଦକ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସୁଜାତା ସାମଲ, ଅର୍ଚ୍ଚନା ମିଞ୍ଜ, ସୈ।ଦାମିନୀ ପଟ୍ଟନାୟକ,ଚନ୍ଦ୍ରିକା ପାଣ୍ଡବ, ଅଞ୍ଜଳି ମହାରଣା, ସୁକୁମାର ପାଣ୍ଡବ, ଧୀରେନ୍ ଓଝା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

