ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବାରମ୍ବାର ଗୁହାରୀ ସ୍ବତ୍ବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଜଦୁର ସଂଘର ଦାବିକୁ ଅଣଦେଖା, ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ, ୨- ଠିକା ଶ୍ରମିକଙ୍କ ଛଟେଇ ବନ୍ଦ, ପୁନଃ ନିଯୁକ୍ତି ଓ ସର୍ବନିମ୍ନ ମଜୁରୀ ଦାବି

ବାରମ୍ବାର ଗୁହାରୀ ସ୍ବତ୍ବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଜଦୁର ସଂଘର ଦାବିକୁ ଅଣଦେଖା, ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଢେଙ୍କାନାଳ: ୧୦/୧୦ – (ମନିସ) :- ଗୋଟିଏ ସମୟରେ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ କମ୍ପାନୀ ମାନେ ତାଙ୍କର କାରଖାନା ସ୍ଥାପନ କରି ଉତ୍ପାଦନ କରୁଛନ୍ତି। ତେବେ କାରଖାନା ସ୍ଥାପନ ସମୟରେ ନିରୀହ ଗ୍ରାମବାସୀ, ଜମିହୀନ ପ୍ରଜାମାନଙ୍କୁ ନାନା ପ୍ରଲୋଭନ ଦେଖାଇ ମିଥ୍ଯା ପ୍ରତିଶ୍ରୁତି ଦେଇ ନିଜର ଫାଇଦା ହାସଲ କରୁଛନ୍ତି। ଏହି ସବୁର ବିରୋଧ କରି ଜିଏମଆର କାମଳାଙ୍ଗ ଏନର୍ଜି ଲିଃ ମଦଜୁର ସଂଘ ତରଫରୁ ଦାବି ବିଷୟରେ ବାରମ୍ବାର ଜଣାଇ ଆସିଥିଲେ। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଚାଲିଛନ୍ତି। ଏହାକୁ ପ୍ରତିବାଦ କରି ସଂଘ ତରଫରୁ ସମସ୍ତ ଶ୍ରମିକମାନେ ଏକ ବିଶାଳ ଶୋଭାଯାତ୍ରାରେ ବାଜିଚୌକ ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପର୍ଯ୍ୟନ୍ତ ଆସିବା ସହିତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାବି ପ୍ରତି କରୁଥିବା ଅଣଦେଖାକୁ ନେଇ ଦୃଢ ପ୍ରତିବାଦ କରିଥିଲେ। ସଂଘ ତରଫରୁ ବାରମ୍ବାର ଚିଠି ଦେଇଥିଲେ ମଧ୍ୟ ଏହାକୁ କମ୍ପାନୀ କର୍ତ୍ତୃପକ୍ଷ ଭ୍ରୃକ୍ଷେପ କରୁନଥିଲେ। ସଂଘ ତରଫରୁ ବିଭିନ୍ନ ଦାବି ତଥା କ୍ଯାଟିଙ୍ଗ ସୁବ୍ଯବସ୍ଥା କରିବା ସହିତ ସବସିଡି ମାଧ୍ୟମରେ ଠିକା ଶ୍ରମିକମାନଙ୍କୁ ଖାଦ୍ଯ ଯୋଗାଇବା ପ୍ଳାଂଟ୍ ଭିତରେ ରେଷ୍ଟ ରୁମର ବ୍ଯବସ୍ଥା ଓ ମହିଳାମାନଙ୍କ ପାଇଁ ଶୌଚାଳୟ ଯୋଗାଇ ଦେବା କାରଖାନାରେ ଲାଗୁ ହେଉଥିବା ବିଭିନ୍ନ ପ୍ରକାର ଭର୍ତ୍ତା ଶ୍ରମିକମାନଙ୍କୁ ପ୍ରଦାନ କରିବା, ଠିକା ଶ୍ରମିକ ଦୁର୍ଘଟଣା ଶୀକାର ହେଲେ କିମ୍ବା ବିକଳାଙ୍ଗ ହେଲେ ତାଙ୍କର ପରିବାରର ଜଣଙ୍କୁ ଯୋଗ୍ଯତା ଭିତ୍ତିକ ନିଯୁକ୍ତି ପ୍ରଦାନ କରିବା, ଏହା ସହିତ ଇସଆଇ ଏବଂ ଇପିଏଫଓ ର ସୁଧାର କରିବା, ଶିକ୍ଷାଗତ ଯୋଗ୍ଯତା ଓ ଅଭିଜ୍ଞତା ଆଧାରରେ ପଦୋନ୍ନତିର ସୁବ୍ଯବସ୍ଥା କରିବା ଏବଂ ଠିକା ଶ୍ରମିକ ଉପରେ ଆକ୍ରୋଶମୂଳକ କାର୍ଯ୍ଯାନୁଷ୍ଠା ଗ୍ରହଣ ନକରିବା ପ୍ରଭୃତି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ୧୪ ଦିନ ମଧ୍ୟରେ ଏହାର ସମାଧାନ କରିବା ପାଇଁ ନିବେଦନ କରିଥିଲେ। ଯଦି ଏହାର ସମାଧାନ ନ ହୁଏ ତେବେ ମୁଖ୍ୟ ଫାଟକ ଓ କାରଖାନାର ବିଭିନ୍ନ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ସଭାପତି ଶଶଧର ବେହେରା ଓ ସମ୍ପାଦକ ଅନିରୁଦ୍ଧ ନାୟକ ଚେତାବନୀ ଦେଇଥିଲେ।

ଠିକା ଶ୍ରମିକଙ୍କ ଛଟେଇ ବନ୍ଦ, ପୁନଃ ନିଯୁକ୍ତି ଓ ସର୍ବନିମ୍ନ ମଜୁରୀ ଦାବି, 

ଓଡିଶା ବିଦ୍ଯୁତ ଠିକା କର୍ମଚାରୀ ମିଳିତ ମଞ୍ଚର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଢେଙ୍କାନାଳ:୧୦/୧୦ – (ମନିସ) :- ଓଡିଶା ବିଦ୍ଯୁତ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଠିକା ଶ୍ରମିକ ଛଟେଇ ବନ୍ଦ କରିବା,ପୁନଃ ନିଯୁକ୍ତି ପ୍ରଦାନ କରିବା ଏବଂ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବିରେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଦାବି ଥିବା ଏକ ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରାଙ୍କୁ ପ୍ରଦାନ କରିଥିଲେ। ସୂଚନା ଥାଉକି, ଓଡିଶା ବିଦ୍ଯୁତ ବିତରଣ ବ୍ଯବସ୍ଥାରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ହଜାର ହଜାର ଶ୍ରମିକ କାର୍ଯ୍ୟକରି ଆସୁଛନ୍ତି। ଏହାକୁ ଟାଟା ପାଓ୍ବାର କମ୍ପାନୀ ଟେଣ୍ଡର ଓ ଏଜେନ୍ସି ପରିବର୍ତ୍ତନ ଆଳରେ ଛଟେଇ କରିବାର ଯୋଜନା କରୁଛନ୍ତି। ପୂର୍ବରୁ ଗତ ମଇ ମାସରେ ଶ୍ରମିକମାନଙ୍କ ଆନ୍ଦୋଳନ ସମୟରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀଙ୍କ ଆଶ୍ୱାସନା ଉପରେ ଭରସା କରି ଶ୍ରମିକମାନେ ସେତେବେଳେ ଆନ୍ଦୋଳନକୁ ପ୍ରତ୍ଯାହାର କରିଥିଲେ। ଦୀର୍ଘ ୪ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଦାବି ବିଷୟରେ କୌଣସି ବିଚାର କରାଯାଇନଥିବାରୁ ଏହାର ପ୍ରତିବାଦ ସ୍ବରୂପ ସଂଘ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରି ମୁଖ୍ୟମନ୍ତ୍ରୀଙ୍କୁ ମନେପକେଇ ଦେବା ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମିଳିତ ମଞ୍ଚ ପକ୍ଷରୁ ହୋଇଥିବା ଦାବି ଗୁଡିକ ଭିତରେ ଠିକା ଶ୍ରମିକଙ୍କ ଅନ୍ଯାୟପୂର୍ଣ୍ଣ ଛଟେଇକୁ ବନ୍ଦ କରିବା, କାର୍ଯ୍ୟରୁ ବାଦ ପଡିଥିବା ଅଭିଜ୍ଞ ସିସିଏ ଓ ଅନ୍ଯାନ୍ଯ କର୍ମଚାରୀଙ୍କୁ ପ୍ରାଥମିକ ଭର୍ତ୍ତିରେ ପୁନଃ ନିଯୁକ୍ତି ଦେବା, ମିଟର ଲିଡର ଓ କଲେକ୍ସନରକାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଯାହାକି କେତେକ କ୍ଷେତ୍ରରେ ମାସିକ ୪/୫ ହଜାର ମଜୁରୀ ମିଳୁଛି ତାହାର ତଦନ୍ତ କରି ନିୟମାନୁଯାୟୀ ମଜୁରୀ ଓ ବକେୟା ପାରିଶ୍ରମିକ ପ୍ରଦାନ କରିବା, ଶ୍ରମିକଙ୍କ ଚାକିରୀ ସୁରକ୍ଷା,ଉପଭୋକ୍ତାଙ୍କ ସ୍ବାର୍ଥ ଓ ବିଦ୍ଯୁତ ସେବାର ଗୁଣବତ୍ତାକୁ ଦୃଷ୍ଟିରେ ରଖି ଓଡିଶାରେ ଟାଟା ପାଓ୍ବାର କୁ ପ୍ରଦତ୍ତ ବିଦ୍ଯୁତ ବିତରଣ ଲାଇସେନ୍ସ ସମ୍ପର୍କରେ ପୁନଃବିଚାର କରିବା, ଶ୍ରମିକ ପ୍ରତିନିଧିଙ୍କ ମର୍ଯ୍ୟାଦାପୂର୍ଣ୍ଣ ଆଲୋଚନା ଓ ଅଭିଯୋଗ ଗୁଡିକର ସାମାଧାନ କରିବା,ବିଦ୍ଯୁତ ବିତରଣ, ରକ୍ଷଣାବେକ୍ଷଣ ଓ ଉପଭୋକ୍ତା ସେବା ଗୁଡିକ ଅଭିଜ୍ଞ ଶ୍ରମିକ ମାନଙ୍କୁ ହଟାଇ ଦେବା ଯୋଗୁଁ ହେଉଥିବା ପ୍ରଭାବ ଉପରେ ଆବଶ୍ୟକ ପଦକ୍ଷେପ ନେବା ପ୍ରଭୃତି ଦାବି ନେଇ ବିକ୍ଷୋଭ କରାଯାଇଥିଲା। ଦାବିପତ୍ର ପ୍ରଦାନ ପରେ ସଂଘ ତରଫରୁ ଏହି ଦାବିଗୁଡିକ ଉପରେ ବିଚାର କରାନଗଲେ ଅକ୍ଟୋବର ୧୫ ତାରିଖ ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଗ୍ରାମରୁ ଠିକା ଶ୍ରମିକମାନେ ଭୁବନେଶ୍ୱର ଠାରେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀଙ୍କୁ ଗୋଲାପ ଫୁଲ ପ୍ରଦାନ କରିବା ପାଇଁଚେତାବନୀ ଦେଇଥିଲେ। ଏହାସହିତ ମଞ୍ଚ ତରଫରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଆନ୍ଦୋଳନ କୌଣସି ବ୍ଯକ୍ତି ବା ସଂସ୍ଥା ପ୍ରତି ବ୍ଯକ୍ତିଗତ ବିରୋଧ ନୁହେଁ ପରନ୍ତୁ ଶ୍ରମିକମାନଙ୍କର ଜୀବିକାର ସୁରକ୍ଷା, ନ୍ଯାୟ ସଙ୍ଗତ ମଜୁରୀ, ସରକାରୀ ଆଶ୍ବାସନାର କାର୍ଯ୍ୟକାରୀତା ଓ ରାଜ୍ୟର ବିଦ୍ଯୁତ ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ପାଇଁ ଏହା ଏକ ଗଣତାନ୍ତ୍ରିକ ପଦକ୍ଷେପ ବୋଲି ଜଣାଇବା ସହିତ ବିଚାର କରାନଗଲେ ଏହି ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଗଳାପୋଲ ତଳେ ବର୍ଷା ଯୋଗୁଁ ୫ ଫୁଟ ପାଣି ଠିଆ; ଯୋଗାଯୋଗ ବିଚ୍ଛିନ୍ନ; ଉତ୍ୟକ୍ତ ଜନତାଙ୍କ ଦ୍ୱାରା ଟ୍ରେନ ଅଟକ 

Sunil Chandra Nayak

ଘରେ ଘରେ ପୃଷ୍ଟି” ପ୍ରୟାସ

Sunil Chandra Nayak

ଐତିହାସିକ ପୀଠ ପୋଡ଼ାଗଡ ରାସ୍ତା ହୋଇଛି ରାସ୍ତାରୋକ

Sunil Chandra Nayak

Leave a Comment

error: Content is protected !!