ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା – ଏନ୍‌ପିଏସ୍ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

କୋକସରା,୨୧ା୫- (ମ ନି ସ )କଳାହା ଜିଲ୍ଲା କୋକସରା ବ୍ଲକ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା ଠାରେ ପୁରଣା ପେନସନ୍ ଯୋଜନା (ଏନଏମଓପିଏସ) ରାଜ୍ୟ ସଂଗଠନ ଡାକରା ରେ ଶନିବାର କୋକସରା ବ୍ଲକ ଏନପିଏସ୍ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ପୁରଣା ପେନସନ୍ ଯୋଜନା (ଏନ୍‌ଏମ୍‌ଓପିଏସ୍‌) ଅନ୍ତର୍ଭୁକ୍ତ ଶିକ୍ଷକ ସଂଘ ର କଳାହାଣ୍ଡି ଜିଲ୍ଲା ସଭାପତି ସାମନ୍ତ କୁମାର ପାଟ୍ଟଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଅତିଥି ଭାବେ ଜିଲ୍ଲା ସଂପାଦକ ଗିରୀଜା ଶଙ୍କର ସାହୁ, ଜିଲ୍ଲା ସହ ସଂପାଦକ ସୂର୍ଯ୍ୟ ପ୍ରସାଦ ଠାକୁର, ଜିଲ୍ଲା ଆବାହକ ସରୋଜ କୁମାର ସାହୁ, ମଳୟ କୁମାର କରୁଆଁ, କୋକସରା ବ୍ଲକ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ କୁମାର ପାଢୀ, ପଟାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁରୁକ୍ଷେତ୍ର ନାଏକ ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ବୈଠକରେ ରାଜ୍ୟ ସରକାର ଯେଉଁ ନୂତନ ପେନ୍‌ସନ୍ ଯୋଜନା (ଏନପିଏସ) କାର୍ଯ୍ୟକାରୀ କରିଛନ୍ତି ତାହାକୁ ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଦାବି ହୋଇଥିଲା । ଚାକିରୀ ଭିତରେ ୬ ବର୍ଷ କାଳ ଖଟିଥିବା ସମୟକୁ ସରକାର ଗଣନା କରି ନାହାନ୍ତି, ତେଣୁ ସେହି ୬ବର୍ଷର ଗଣନା କରିବା ଦରକାର ଏବଂ ଆଗମୀ ଦିନରେ ପ୍ରତ୍ୟେକ ଅବସର ନେଉଥିବା ଶିକ୍ଷକ କର୍ମଚାରୀ ମାନଙ୍କୁ ପୁରୁଣା ପେନସନ ଦେବାକୁ ଦାବି ଉଠିଥିଲା । ଏହି ଅବସରରେ ଏନ୍‌ଏମ୍‌ଓପିଏସ୍ ରାଜ୍ୟ ସଂଗଠନର ଡାକରାରେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ସଂଗଠନ ଗଠନ କରିବା ପାଇଁ ନିଷ୍ପତ୍ତି ଅନୁସାରେ ୯ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ କୋକସରା ବ୍ଲକ ସ୍ତରୀୟ ସଂଘ ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବରେ ବୁଧିରାମ ନାଏକ ମନୋନିତ ହୋଇଥିଲେ । ସଂପାଦକ ଭାବରେ ହେମନ୍ତ ମାଝୀ, ସହ ସଂପାଦକ ବନିତା ଦତ୍ତ, ଜ୍ୟୋତି ପ୍ରକାଶ ମହାନନ୍ଦ, ଉପ ସଭାପତି ନିଲିମା ନାଏକ ଓ ସୁରଜ ତାଣ୍ଡି ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବରେ ଦିପ୍ତି ରଞ୍ଜନ ଠାକୁର ମନୋନିତ ହୋଇଥିଲେ । ସଭାକୁ ଲୋକନାଥ ନାଏକ ପରିଚାଳନା କରିଥିଲେ । ଲିଲାମ୍ବର ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ଭାରତୀୟ ନବବର୍ଷ ଚେତନା ଜାଗରଣରେ ସଂସ୍କାର ଭାରତୀ ପରିବାର

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନୂଆଁଖାଇ

Sunil Chandra Nayak

ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମି ଙ୍କ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!