ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୬

ବ୍ରାହ୍ମଣୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୬

ସିନାପାଲି,୧୪/୧୦): ସିନାପାଲି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗୁଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟ କୁସୁମଯୋର ଠାରେ ଅନୁଷ୍ଠିତ ହୋଇଛି। ଏଥିରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ର ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିଥିଲେ। ଏ ଅବସର ରେ ସିଆରସିସି ଦୁର୍ଯୋଧନ ମାଝୀଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବରେ ସିନାପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଧୁରୀ ମାଝୀ, ମୁଖ୍ୟ ବକ୍ତା ଭାବେ ଏବିଇଓ ସତ୍ୟବ୍ରତ ଗହିର, ବିଶିଷ୍ଟ ଅତିଥି ଭାବରେ ଏବିଇଓ ଖଗେଶ୍ବର ନାୟକ, ସମ୍ମାନିତ ଅତିଥି ଭାବରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ସରୋଜ କୁମାର ସାହୁ, ଦେବେନ୍ଦ୍ର ନାରାୟଣ କଶ୍ୟପ, ଜଗମୋହନ ମାଝୀ, ପର୍ଶୁରାମ ମାଝୀ, ଚକ୍ରଧର ଧାକଡ, ତୁଳସୀ ରାମ ରାଉତ, ଖଗେଶ୍ବର ନିଆଲ ଯୋଗ ଦେଇଥିଲେ। ଜିତେନ୍ଦ୍ର କୁମାର ବେହେରା ସମସ୍ତଙ୍କୁ ସ୍ଵାଗତ ସହ ପରିଚୟ ପ୍ରଦାନ କରିଥିଲେ । ଭୂତେଶ୍ୱର ନାୟକ ମଞ୍ଚ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମୁଖ୍ୟ ଆକର୍ଷଣ ଥିଲା। ବିଭିନ୍ନ ପ୍ରତିଯୋଗିତା ପରିଚାଳନା ରେ ଯାଦବ ବାଗ, ମହେଶ ସୁନାନି, ଭୂଜବଲ୍ ମାଳି, ସୁମନ୍ତ ମାଝୀ, ଜନ୍ମେଜୟ ମେହେର, ପଦ୍ମଲୋଚନ ନାୟକ, ସୁରେଶ କୁମାର ମାଝୀ, ଆଶିଷ ଅଗସ୍ତି, ନବୀନ ନିଆଲ୍, ଟିକେଶ୍ଵରି ମାଝୀ, ବୈଜୟନ୍ତୀ ନାୟକ, ନିବେଦିତା ନାୟକ, କମଳାକାନ୍ତ ନାୟକ, ଲାବଣ୍ୟ ବୈଠାରୁ, ସନ୍ତୋଷ ମେହେର, ଜିତେନ୍ଦ୍ର ସାହୁ, ସନ୍ତୋଷ ବୈଠାରୁ, ବିନୟ ଯୋଶୀ ଇତ୍ୟାଦି ସମସ୍ତେ ସହଯୋଗ କରିଥିଲେ। ଗ୍ରାମାଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସୁରଭି ଏକ ସ୍ବାଗତଯୋଗ୍ୟ ମାଧ୍ୟମ ବୋଲି ସମସ୍ତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ରଙ୍ଗମଞ୍ଚ ରେ ପୁରସ୍କୃତ କରାଯାଇଥିଲା। ଶେଷରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

masiha

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା

masiha

ଧର୍ମଗଡ ଏନ୍ଏସି ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!