ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଗର

ସାଗର

ଉପେନ୍ଦ୍ର କୁମାର ବସ୍ତିଆ 

 

ସାଗର ହେ ସାଗର 

    ତୁମେ ଭାରି ସୁନ୍ଦର 

ପଚାରିବି ପ୍ରଶ୍ନ ଏକ 

    ଦେବକି ତା ଉତ୍ତର ? 

ପରବତ ଠାରୁ ବେଶୀ 

    କାହିଁ ଏତେ ଗଭୀର 

କି କାରଣେ ଲୁଣି ତୋର 

    ଜଳ ନୀଳ ରଙ୍ଗର ?

ସାଗର ହେ ସାଗର ।୧।

 

ଜନ୍ମ ଜନ୍ମାନ୍ତରୁ କେଉଁ 

     ଭାବ ଅଛି ତୁମର 

 କାହାପାଇଁ କାହିଁକି ବି , 

    ଉଠେ ତୋର ଜୁଆର 

କି କାରଣେ ଚିତ୍ତ ତୋର 

     ଥାଏ ସଦା ଅସ୍ତିର 

ଭିତରେ ଥାଉ ଶାନ୍ତ

     ଅଶାନ୍ତ ତୋ ବାହାର 

ସାଗର ହେ ସାଗର ।୨। 

 

ନଦୀ ସବୁ ଖରତର 

     ଛାଡି ଘର ତାଙ୍କର 

ତୋ ସହିତ ମିଶିବାକୁ 

     ମନ ହୁଏ ଅସ୍ତିର 

କୂଳକୁ ତୁ ଲଂଘୁ ନାହୁଁ  

     କେବେ କେଉଁ ଦିନର 

କିଏ ତୋତେ ରାଣ ଦେଲା 

      କହିବୁକି ସତର 

ସାଗର ହେ ସାଗର ।୩।

 

ସବୁ ଦେଶ ଭାବୁ ତୋର 

     ତୁହି ପୁଣି ତାଙ୍କର 

କାହାକୁ କରିନୁ କେବେ 

     ପର ଅବା ନିଜର 

ତୋର ଦରଶନ ପରେ 

     ଜଣାଯାଏ ମାତର 

ସାରା ପୃଥିବୀଟା ଲାଗେ 

     ଏକ ପରିବାରର 

ସାଗର ହେ ସାଗର ।୪।

 

କେଉଁ ଚିଜ ରଖିଅଛୁ 

     ତୋ ଗରଭ ଭିତର 

ସେ ସବୁକୁ ଦେଖିବାକୁ 

     ଭାରି ଇଚ୍ଛା ମୋହର 

ଗରବ ତୁ ସହୁ ନାହୁଁ 

     କେବେହେଲେ କାହାର 

ଗରବ ତା ଭାଙ୍ଗିଦେଉ 

     ଦେଖୁ ଯେବେ ଯାହାର 

ସାଗର ହେ ସାଗର ।୫।

 

ବସୁମତୀ ମାଆ ହେଲେ 

     କି ଲାଗିବୁ ଆମର 

ତୋ କୁଳ କାହିଁକି ସଦା 

     ଗଢା ଖାଲି ବାଲିର 

ଦେଖି ଶୁଣି ଲାଗେ ମୋତେ ହିଁ

      ମହାନ୍ ତୁ ସବୁର 

ସେଥିପାଇଁ ତୋ କୂଳରେ 

      ଅଛି କଳା ଠାକୁର 

ସାଗର ହେ ସାଗର ।୬।

ରାଉରକେଲା

Related posts

ଆସ୍ଥା ଓ ବିଶ୍ଵାସର ପ୍ରତୀକ ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା

Sunil Chandra Nayak

ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଦୋଳଯାତ୍ରା ଅବସରରେ ପୁରାଣ ପାଠ ଓ ନାମଯଗ୍ୟଁ ଅନୁଷ୍ଠିତ

Sunil Chandra Nayak

ଆଇନ ମହାବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!