ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଗର

ସାଗର

ଉପେନ୍ଦ୍ର କୁମାର ବସ୍ତିଆ 

 

ସାଗର ହେ ସାଗର 

    ତୁମେ ଭାରି ସୁନ୍ଦର 

ପଚାରିବି ପ୍ରଶ୍ନ ଏକ 

    ଦେବକି ତା ଉତ୍ତର ? 

ପରବତ ଠାରୁ ବେଶୀ 

    କାହିଁ ଏତେ ଗଭୀର 

କି କାରଣେ ଲୁଣି ତୋର 

    ଜଳ ନୀଳ ରଙ୍ଗର ?

ସାଗର ହେ ସାଗର ।୧।

 

ଜନ୍ମ ଜନ୍ମାନ୍ତରୁ କେଉଁ 

     ଭାବ ଅଛି ତୁମର 

 କାହାପାଇଁ କାହିଁକି ବି , 

    ଉଠେ ତୋର ଜୁଆର 

କି କାରଣେ ଚିତ୍ତ ତୋର 

     ଥାଏ ସଦା ଅସ୍ତିର 

ଭିତରେ ଥାଉ ଶାନ୍ତ

     ଅଶାନ୍ତ ତୋ ବାହାର 

ସାଗର ହେ ସାଗର ।୨। 

 

ନଦୀ ସବୁ ଖରତର 

     ଛାଡି ଘର ତାଙ୍କର 

ତୋ ସହିତ ମିଶିବାକୁ 

     ମନ ହୁଏ ଅସ୍ତିର 

କୂଳକୁ ତୁ ଲଂଘୁ ନାହୁଁ  

     କେବେ କେଉଁ ଦିନର 

କିଏ ତୋତେ ରାଣ ଦେଲା 

      କହିବୁକି ସତର 

ସାଗର ହେ ସାଗର ।୩।

 

ସବୁ ଦେଶ ଭାବୁ ତୋର 

     ତୁହି ପୁଣି ତାଙ୍କର 

କାହାକୁ କରିନୁ କେବେ 

     ପର ଅବା ନିଜର 

ତୋର ଦରଶନ ପରେ 

     ଜଣାଯାଏ ମାତର 

ସାରା ପୃଥିବୀଟା ଲାଗେ 

     ଏକ ପରିବାରର 

ସାଗର ହେ ସାଗର ।୪।

 

କେଉଁ ଚିଜ ରଖିଅଛୁ 

     ତୋ ଗରଭ ଭିତର 

ସେ ସବୁକୁ ଦେଖିବାକୁ 

     ଭାରି ଇଚ୍ଛା ମୋହର 

ଗରବ ତୁ ସହୁ ନାହୁଁ 

     କେବେହେଲେ କାହାର 

ଗରବ ତା ଭାଙ୍ଗିଦେଉ 

     ଦେଖୁ ଯେବେ ଯାହାର 

ସାଗର ହେ ସାଗର ।୫।

 

ବସୁମତୀ ମାଆ ହେଲେ 

     କି ଲାଗିବୁ ଆମର 

ତୋ କୁଳ କାହିଁକି ସଦା 

     ଗଢା ଖାଲି ବାଲିର 

ଦେଖି ଶୁଣି ଲାଗେ ମୋତେ ହିଁ

      ମହାନ୍ ତୁ ସବୁର 

ସେଥିପାଇଁ ତୋ କୂଳରେ 

      ଅଛି କଳା ଠାକୁର 

ସାଗର ହେ ସାଗର ।୬।

ରାଉରକେଲା

Related posts

ଆସନ୍ତୁ ଆଚାର୍ଯ୍ୟ ଦ୍ରୋଣଙ୍କ ଜନ୍ମ ରହସ୍ଯ ବିଷୟରେ ଜାଣିବା

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ଧରମ ମାସ କାର୍ତ୍ତିକ

Sunil Chandra Nayak

ଓଜେୟୁର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ,୧୦ ଦଫା ଦାବି ନେଇ ସରକାରଙ୍କୁ ଦାବିପତ୍ର ପ୍ରଦାନ ନିଷ୍ପତ୍ତି

Sunil Chandra Nayak

Leave a Comment

error: Content is protected !!