ଗଣ୍ଡାମେରଠାରେ ଶିଶୁ ମହୋତ୍ସବ ସୁରଭି ୨୦୨୬ ଆୟୋଜିତ
ଜୁନାଗଡ଼ (ମ ନି ସ):- ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଗଣ୍ଡାମେରଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ଗଣ୍ଡାମେର ଜରିଆରେ ଶିଶୁ ମହୋତ୍ସବ ୨୦୨୬ ଆୟୋଜିତ ହୋଇଯାଇଛି। ଏଥିରେ ସି ଆର ସି ସି ଟଙ୍କଧର ସାଗରଙ୍କ ତତ୍ତ୍ଵାବଧାନରେ ଗଣ୍ଡାମେର ସ୍କୁଲ ଶିକ୍ଷକ ବୈକୁଣ୍ଠ ନାଏକ ମୁଖ୍ୟ ବକ୍ତା ଭାବରେ କାର୍ଯ୍ୟ ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଗଣ୍ଡାମେର ସରପଞ୍ଚ ଶ୍ରୀ ମତି ହେମଲତା ନାଏକ ଯୋଗ ଦେଇ ଥିଲେ। ଅତିଥି ଭାବରେ ଗୋଲାମୁଣ୍ଡା ଏ ବି ଇ ଓ ପ୍ରଭାତ ଖମାରୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍କୁଲ ସଭାପତି ଭାବଗ୍ରାହୀ ନାଏକ ତଥା ଗଣ୍ଡାମେର ପ୍ରଧାନ ଶିକ୍ଷକ ଚୌବାହା ଟୋଲଟିଆ, ଲିମସେର ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ର ପ୍ରଧାନ ଶିକ୍ଷୟିତ୍ରୀ କଲ୍ପନା ପଣ୍ଡା, ଗୋଇନ୍ଦିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ରଣା, ବାବେଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଗେଶ୍ୱର ନାଏକ, ବିଶି ପଡ଼ା ଏନ ପି ଏସ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କଳାମଣି ସତନାମି,ଚଚରାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୋହନ ମାଝୀ, ମାଆ ଲଙ୍କେଶ୍ୱରୀ ମନ୍ଦିର ପୁଝାରୀ ଦିଲ୍ଲୀପ ଝଙ୍କାର, ସରଗିଗୁଡ଼ା ୟୁଜିଏଚଏସ ପ୍ରଧାନ ଶିକ୍ଷକ ଲବ ମାଝୀ, ଲିମସେର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ସହ ପ୍ରଧାନ ଗୁରୁଜୀ ଜଗଜ୍ଜିବନ ସା, ଗୁରୁଜୀ ଜିତେନ୍ଦ୍ର ନାଏକ, ବିଘ୍ନ ରାଉତ, ବନ୍ଦପଡ଼ା ଏନ ପି ଏସ ପ୍ରଧାନ ଶିକ୍ଷକ ନରେଶ ମଙ୍ଗରାଜ, ସହଯୋଗୀ ସୂର୍ଯ୍ୟକାନ୍ତ ନାଏକ, ଗୋବର୍ଦ୍ଧନ ନାଏକ, ପ୍ରଦୋଷ ନାଏକ, କିଶୋର ନାଏକ, ସହଯୋଗୀ ଶିକ୍ଷକ ରୋହିତ ବିଶ୍ଵାଳ, ରାଜାରାମ ମୋହନ ରାଏ, ଅଶ୍ୱିନ ପ୍ରସାଦ ବାଗ, ଅଭିମନ୍ୟୁ ମେହେର, ମନ୍ୟୁଷିନି ନାଏକ, ଭଗବାନ ମାଝୀ, ଶିବପ୍ରସାଦ କନପାନ, ଅତୁଲ ମେହେର , ଗ୍ରାମ ସ୍କୁଲ କମିଟି ତଥା ଅନ୍ୟାନ୍ୟ ଗ୍ରାମ ଭଦ୍ର ବ୍ୟକ୍ତି ଓ ମହିଳା ଯୋଗ ଦେଇ ଥିଲେ। ଏଥିରେ ପ୍ରଥମେ ମାଆ ଲଙ୍କେଶ୍ଵରୀ ମନ୍ଦିରରେ ପୁଝାରୀ ପୂଜା କରିବା ପରେ ସମସ୍ତ ଅତିଥି ମାନଙ୍କୁ ଚନ୍ଦନ, ସିନ୍ଦୁର କପାଳରେ ଲଗାଇବା ପରେ ମଞ୍ଚରେ ଅତିଥି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇ ଥିଲା। ଗଣ୍ଡାମେର କ୍ଲଷ୍ଟରରେ ଅଂଶ ଗ୍ରହଣ କରି ଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଏ ବି ଇ ଓ ଶ୍ରୀ ଯୁକ୍ତ ଖମାରୀ ଗଣ୍ଡାମେର ଗ୍ରାମ ବାସୀଙ୍କ ସହଯୋଗ ଓ ଏକତାକୁ ଦେଖି ତାଙ୍କ ଅଭିଭାଷଣରେ ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ହୋଇ ଥିବା ହେତୁ ଗ୍ରାମ୍ୟ ସ୍କୁଲ ସଭାପତି ତଥା କମିଟିଙ୍କୁ,ଉପସ୍ଥିତ ବିବ୍ୟାଳୟ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କୁ ସି ଆର ସି ସି ଶ୍ରୀ ଯୁକ୍ତ ସାଗର ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ସମାପ୍ତ କରାଯାଇଅଛି।ଏଥିରେ ଭୋଜନ ବ୍ୟବସ୍ଥା କରାଯାଇ ଥିଲା ଭୋଜନ ଅତ୍ୟନ୍ତ ସ୍ୱାଦିଷ୍ଠ ହୋଇ ଥିବା ଛାତ୍ର ଛାତ୍ରୀ ତଥା ଅଭିଭାବକ ପ୍ରଶଂସା କରିଥିବା ପ୍ରକାଶ।
ଜଗଜ୍ଜିବନ ସାଙ୍କ ରିପୋର୍ଟ

