ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସଦର ବ୍ଲକ୍ ର ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସ୍ତରୀୟ ବର୍ଣ୍ଣାଢ଼୍ୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ ସଦର ବ୍ଲକ୍ ର ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସ୍ତରୀୟ ବର୍ଣ୍ଣାଢ଼୍ୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ 

ଢ଼େଙ୍କାନାଳ:ତା.୧୪.୧୦.୨୦୨୬ ରିଖ : ନିକଟରେ ସ୍ଥାନୀୟ କାଠଗଡ଼ା ଆଶ୍ରମ ସ୍କୁଲ୍,ଢ଼େଙ୍କାନାଳ ପରିସରରେ ଢ଼େଙ୍କାନାଳ ସଦର ବ୍ଲକ୍ ର ଆଞ୍ଚଳିକ ସାଧନ କେନ୍ଦ୍ର ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସ୍ତରୀୟ ଏକ ଦିବସୀୟ ସୁରଭି କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ ହୋଇ ଉଦ୍ ଯାପିତ ହୋଇଯାଇଛି।ଏହି ଉପଲକ୍ଷେ ଢେଙ୍କାନାଳ ସଦର ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ସି.ଆର୍.ସି.ସି. ମୃଣ୍ମୟୀ ରାଉତ,ପ୍ରାକ୍ତନ ସି.ଆର୍.ସି.ସି.ଝସକେତନ ପ୍ରଧାନଙ୍କ ଆବାହକତ୍ୱରେ କାଠଗଡ଼ା ଆଶ୍ରମ ସ୍କୁଲ୍,ଢ଼େଙ୍କାନାଳର ପ୍ରଧାନ ଶିକ୍ଷକ ଶୟନ କୁମାର ଗଡ଼ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବରେ ଢେଙ୍କାନାଳ ସଦର ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ଖଣ୍ଡା ଓ ଅନ୍ୟତମ ସମ୍ମାନିତ ଅତିଥି ସନ୍ତୋଷ କୁମାର ପଟ୍ଟନାୟକ ଏବଂ ରବିନ୍ କୁମାର ଶତପଥି ପ୍ରମୁଖ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟର ସୁରଭି କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ଧରି ଛାତ୍ରୀ ଛାତ୍ରମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ଚିହ୍ନଟ ତଥା ବିକାଶରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛି ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ଉଦ୍ ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ମାନ୍ୟବର ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ କାରିଗରି ବିଜ୍ଞାନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପ୍ରତିନିଧି ବିଭୂତି ଭୂଷଣ ଷେଣ୍ଢ, ସମ୍ମାନିତ ଅତିଥି ଭାବେ ୧ ନମ୍ବର ୱାର୍ଡ଼ କାଉନସିଲର୍ ବଳରାମ ସେଠୀ,ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷିକା ପଙ୍କଜିନି କର ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ସ୍ଵୀୟ ସ୍ଵୀୟ ବକ୍ତବ୍ୟରେ ସୁରଭି କାର୍ଯ୍ୟକ୍ରମକୁ ସୃଜନଶୀଳତା ପ୍ରୋତ୍ସାହନର ପ୍ରତୀକ ଭାବରେ ବର୍ଣ୍ଣନା କରି ଛାତ୍ରୀ,ଛାତ୍ର ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନରେ ଏହା ଉତ୍ ପ୍ରେରକର ଭୂମିକା ନିର୍ବାହ କରିଥାଏ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଓ ମଞ୍ଚାସିନ ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାର ପ୍ରତ୍ୟେକ ବିଭାଗରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।ପ୍ରତ୍ୟେକ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ବ୍ଲକ୍ ସ୍ତରୀୟ,ଜିଲ୍ଲାସ୍ତରୀୟ ଓ ଶେଷରେ ରାଜ୍ୟ ସ୍ତରୀୟ ସୁରଭି -୨୦୨୬ରେ ଅଂଶ ଗ୍ରହଣ କରିପାରିବେ।

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢ଼େଙ୍କାନାଳର ଛାତ୍ରୀ,ଛାତ୍ରମାନେ ବିଦ୍ୟାଳୟ ସଂସ୍କୃତି ବିଭାଗ ଦାୟିତ୍ଵରେ ଥିବା ବରିଷ୍ଠା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ମିଳିତ ମାର୍ଗଦର୍ଶନରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ସର୍ବାଧିକ ୧୦ଟି ଏକକ ବିଭାଗରେ ପ୍ରଥମ ସ୍ଥାନ,ଦଳଗତ ନୃତ୍ୟ ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ବ୍ଲକ୍ ସ୍ତରକୁ ଉନ୍ନୀତ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି କ୍ଲଷ୍ଟର୍ ଅଧିନରେ ଥିବା ସମସ୍ତ ସରକାରୀ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରୁ ବରିଷ୍ଠ ଉଚ୍ଚ ମାଧ୍ୟମିକ ବିଭାଗରେ ଶତାଧିକ ଛାତ୍ରୀ,ଛାତ୍ର ଏଥିରେ ଅଂଶ ଗ୍ରହଣ କରି ୩୧ ଟି ବିଭାଗରେ ୯୩ ଜଣ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ମଞ୍ଚାସୀନ ଅତିଥିବୃନ୍ଦଙ୍କ ହସ୍ତରୁ ପର୍ଯ୍ୟାୟକ୍ରମେ ପ୍ରମାଣପତ୍ର ଓ ମେଡାଲ୍ ଗ୍ରହଣ କରି ତନ୍ମଧ୍ୟରୁ ୩୧ ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ବୃନ୍ଦ ବ୍ଲକ୍ ସ୍ତରକୁ ଉନ୍ନୀତ ହେବାର ଗୌରବ ହାସଲ କରି ପାରିଛନ୍ତି।ଏହିଭଳି ଭାବରେ ଏହି ପୋଲିସ୍ ଲାଇନ୍ କ୍ଳଷ୍ଟର୍ ଅଧିନରେ ଥିବା ୨ ଟି ଉଚ୍ଚ ମାଧ୍ୟମିକ,୨ ଟି ଉଚ୍ଚ ବିଦ୍ୟାଳୟ,୨ ଟି ପ୍ରାଥମିକ,୫ ଟି ଉଚ୍ଚ ପ୍ରାଥମିକ ଓ ୧ ଟି ଆଶ୍ରମ ସ୍କୁଲ୍ ସର୍ବମୋଟ୍ ୧୨ ଟି ବିଦ୍ୟାଳୟର ମିଳିତ ଭାବରେ ଆରମ୍ଭ ହୋଇଥିବା ସୁରଭି କାର୍ଯ୍ୟକ୍ରମ -୨୦୨୬ ଆନୁ‌ଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି।ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର, ଜର୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମହାଶ୍ୱେତା ପଣ୍ଡା,ରବିନ ଶତପଥୀ,କୌଶଲ୍ୟା ନନ୍ଦୀ,ପଦ୍ମିନୀ ନନ୍ଦ,ଅମିତା ମିଶ୍ର ମମତା ମହାପାତ୍ର,ପ୍ରାକ୍ତନ ସିଆର୍ ସିସି ଝସକେତନ ପ୍ରଧାନ,ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠା ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ଓ ଦୀପ୍ତିଶ କୁମାର ଶତପଥୀ,ପ୍ରଧାନ ଶିକ୍ଷୟିତ୍ରୀ ରେଖା ସାହୁ,ଲଳିତା ରଣା,ପ୍ରତିଭା ମିଶ୍ର,ମାନିନୀ ପ୍ରଧାନ,ସ୍ନେହପ୍ରଭା ସାହୁ,ନିରୁପମା ମିଶ୍ର,ସଙ୍ଗୀତା ସାହୁ,ସୀମାଞ୍ଜଳି ବେହେରା,ସବିତା ଦ୍ବିବେଦୀ ପ୍ରମୁଖ ଶିକ୍ଷୟିତ୍ରୀ ଓ ଶିକ୍ଷକ ବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଓ ସମ୍ମାନିତ ଅତିଥି ଦାୟିତ୍ୱ ସମ୍ପାଦନ କରିଥିବାରୁ ଓ କ୍ଲଷ୍ଟର୍ ଅଧିନରେ ଥିବା ସମସ୍ତ ଉଚ୍ଚ ମାଧ୍ୟମିକ,ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଯଥା ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଓ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳ,ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଡ଼ଃ ଦାଶରଥି ମିଶ୍ର ହାଇସ୍କୁଲ,ଜୁବୁଲି ଟାଉନ୍,ପୋଲିସ୍ ଲାଇନ୍,ଜର୍ଜ, କୁଞ୍ଜକାନ୍ତ,ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଆନନ୍ଦ ନଗର ଓ ଶ୍ୟମାଚରଣପୁର ପ୍ରାଥମିକ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁ‌ଷ୍ଠିତ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା ସମ୍ଭବ ହୋଇପାରିଥିଲା।ପୋଲିସ୍ ଲାଇନ୍ କ୍ଲଷ୍ଟରର ସବିତା ଦ୍ୱିବେଦୀ ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମ ସଂଯୋଜନା ଓ ପ୍ରାକ୍ତନ ସି.ଆର୍.ସି.ସି.ଝସକେତନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସ୍ୱାଧୀନ ମିଡ଼ିଆ ପ୍ରଭାରୀ ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ

masiha

ଧର୍ମଗଡ଼ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ଧର୍ମଗଡ଼ ବିଧାୟକ କର କମଳରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ଯକ୍ରମ…

Sunil Chandra Nayak

ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!