ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ୱାରା ବିସର୍ଜନ ପାଇଁ ନିର୍ମିତ କୁତ୍ରିମ ପୋଖରୀ ନିରୀକ୍ଷଣ

ବିଧାୟକଙ୍କ ଦ୍ୱାରା ବିସର୍ଜନ ପାଇଁ ନିର୍ମିତ କୁତ୍ରିମ ପୋଖରୀ ନିରୀକ୍ଷଣ

ରାଉରକେଲା : ଜଳ ପ୍ରଦ୍ୟୁଷଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଦେଶାନୁସାରେ ସମଗ୍ର ଭାରତରେ ପାର୍ବଣ ଋତୁରେ ଅନୁଷ୍ଠିତ ପୂଜାର୍ଚ୍ଚନା ସରିବା ପରେ ବିସର୍ଜନ କରିବା ପାଇଁ ଥିବା ଦେବା/ଦେବୀଙ୍କ ପ୍ରତିମା ଗୁଡିକୁ ସସମ୍ମାନେ ବିସର୍ଜନ ପାଇଁ କେତେକ ରାଜ୍ୟରେ ସରକାର କୁତ୍ରିମ ପୋଖରୀ ମାନ ନିର୍ମାଣ କରି ସେହିଠାରେ ହିଁ ବିସର୍ଜନ କାର୍ଯ୍ୟ ସମାପନ କରିଥାନ୍ତି । ଏହି କ୍ରମରେ ଆମ ରାଉରକେଲା ଜିଲ୍ଲା ପ୍ରଶାସନ ମଧ୍ୟ ସ୍ଥାନୀୟ ବାଲୁଘାଟ ନିକଟରେ ନଦୀ କୂଳରେ ଏକ ଅସ୍ଥାୟୀ ପୋଖରୀ ନିର୍ମାଣ କରିଛନ୍ତି । ବର୍ତ୍ତମାନ ସହରରେ ପାର୍ବଣର ଋତୁ ଚାଲୁଥିବାରୁ ଆସନ୍ତା ଦିନରେ ହେବାକୁ ଥିବା ବିଭିନ୍ନ ଦେବା ଦେବୀଙ୍କ ପ୍ରତିମା ବିସର୍ଜନକୁ ଦୃଷ୍ଟିରେ ରଖି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ରାଉରକେଲା ମହାନଗର ନିଗମର ଅଧିକାରୀଙ୍କ ସହିତ ମିଶି ବାଲୁଘାଟ ଠାରେ ଥିବା ଅସ୍ଥାୟୀ ପୋଖରୀ ନିକଟକୁ ଯାଇ ସମସ୍ତ ବ୍ୟବସ୍ଥାର ନିରୀକ୍ଷଣ କରିବା ସହିତ ଉପସ୍ଥିତ ଥିବା ରାଉରକେଲା ମହାନଗର ନିଗମର ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁହୁରା ରୁ ସନ୍ଦିପଡ଼ା ରାସ୍ତା ଅତ୍ୟନ୍ତ ଶୋଚନୀୟ 

masiha

ଶ୍ରେଷ୍ଠ ସ୍କାଉଟିଙ୍ଗ ପାଇଁ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ ବସନ୍ତ ବିଶ୍ୱାଳ ସ୍ମୁତି ସମ୍ମାନରେ ସମ୍ମାନିତ

Sunil Chandra Nayak

ଅର୍ଦ୍ଧନିର୍ମିତ ବ୍ରୀଜରେ‌ ପଡି ଦୁଇ ଯୁବକ ମୃତ୍ୟୁ ଜଣେ ଗୁରୁତର, ପୂର୍ତ୍ତ ବିଭାଗକୁ ଦାୟୀ କରି ସମାଜସେବୀ ଥାନାରେ କଲେ ଅଭିଯୋଗ

masiha

Leave a Comment

error: Content is protected !!