ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିଜ ଏବଂ ଲାଇସେନ୍ସ ଧାରୀଙ୍କ ବାସଗୃହର ସମ୍ପ୍ରସାରଣ ମାମଲା ସମସ୍ତ ସମ୍ପ୍ରସାରଣକୁ ବୈଧ କରିବା ପାଇଁ ସିଜିଏମଙ୍କୁ ବିଧାୟକ ଶ୍ରୀ ତନ୍ତୀ ଙ୍କ ଚିଠି

ଲିଜ ଏବଂ ଲାଇସେନ୍ସ ଧାରୀଙ୍କ ବାସଗୃହର ସମ୍ପ୍ରସାରଣ ମାମଲା

ସମସ୍ତ ସମ୍ପ୍ରସାରଣକୁ ବୈଧ କରିବା ପାଇଁ ସିଜିଏମଙ୍କୁ ବିଧାୟକ ଶ୍ରୀ ତନ୍ତୀ ଙ୍କ ଚିଠି

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା କେତେକ ବାସଗୃହକୁ ରାଉରକେଲା ଇସ୍ପାତ କାରଖାନା ସହରସେବା ବିଭାଗ ଦ୍ଵାରା ନିର୍ଧାରିତ ଲକ୍ଷାଧିକ ଟଙ୍କା ଜମା କରି ସେବାନିବୃତ କର୍ମଚାରୀ ଏବଂ କେତେକ ବ୍ୟବସାୟୀ ମାନେ ଲିଜ ଆକାରରେ ୧୧ମାସିଆ/୩୩ମାସିଆ ଲାଇସେନ୍ସ ଆକାରରେ ନେଇଛନ୍ତି । ଲିଜ/ଲାଇସେନ୍ସରେ ନେଇଥିବା ଘର ଗୁଡିକ ମନୁଷ୍ୟ ରହିବା ଉପଯୋଗୀ ନଥିଵା ବେଳେ କେତେକ ଘର ଗୁଡିକ ଲିଜ/ଲାଇସେନ୍ସ ଧାରୀ ପରିବାର ସଦସ୍ୟ ମାନଙ୍କ ରହିବା ପାଇଁ ଯଥେଷ୍ଟ ନଥିବା କାରଣରୁ ନିଜ ପରିବାରର ଆବଶ୍ୟକତା ଅନୁସାରେ ଲିଜ/ଲାଇସେନ୍ସ ଧାରୀ ବ୍ୟକ୍ତି ଉକ୍ତ ଘରେ କିଛିଟା ସମ୍ପ୍ରସାରଣ କରିଥିଲେ । ତେବେ ଇତିମଧ୍ୟରେ ଉକ୍ତ ସମ୍ପ୍ରସାରଣ ଗୁଡିକୁ ଅବୈଧ ଘୋଷଣା କରି ଭାଙ୍ଗିବା ପାଇଁ ଆର ଏସ ପିର ସହରସେବା ବିଭାଗ ପକ୍ଷରୁ ପ୍ରାୟତଃ ସମସ୍ତ ଲିଜ/ଲାଇସେନ୍ସ ଧାରୀଙ୍କୁ ନୋଟିସ ଦିଆଯାଇଛି । ନୋଟିସ ପାଇବା ପରେ ଅନେକ ଲିଜ/ଲାଇସେନ୍ସ ଧାରୀ ବ୍ୟକ୍ତି ମାନେ ଆସି ଏ ସମ୍ବନ୍ଧରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଲିଜଧାରୀ/ଲାଇସେନ୍ସ ଧାରୀଙ୍କ ସମସ୍ୟାର ସମାଧାନ ପାଇଁ ବିଧାୟକ ଶ୍ରୀ ତନ୍ତୀ ସହରସେବା ପ୍ରଶାସନ ବିଭାଗର ମୁଖ୍ୟ ଟି ଜି କାନେତକର ଏବଂ ପି କେ ସାହୁଙ୍କ ସହିତ ଏକ ମିଟିଙ୍ଗ କରି ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଵିଧାୟକ ଶ୍ରୀ ତନ୍ତୀ ଗତ ୫୦/୬୦ ବର୍ଷ ତଳେ ସେତେବେଳର ଆବଶ୍ୟକତା କୁ ଦେଖି ନିର୍ମାଣ ହୋଇଥିବା ଘର ଗୁଡିକ ବାସ୍ତବରେ ବର୍ତ୍ତମାନ ଲୋକଙ୍କ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ନୁହେଁ । ତେଣୁ ସମସ୍ତେ ନିଜ ନିଜର ପରିବାର ସଦସ୍ୟଙ୍କ ରହିବା ପାଇଁ ସମ୍ପ୍ରସାରଣ କରିବା ସ୍ବାଭାବିକ । ସେଥିପାଇଁ ପୂର୍ବରୁ ହୋଇଥିବା ସମସ୍ତ ସମ୍ପ୍ରସାରଣ କୁ ବୈଧ ବୋଲି ଧରିନେବା ସହିତ ବର୍ତ୍ତମାନ ଯେଉଁମାନେ ଲିଜ/ଲାଇସେନ୍ସ ଆକାରରେ ନେଉଛନ୍ତି ସେମାନଙ୍କୁ ନିଜ ନିଜ ବାସଗୃହରେ ଆବଶ୍ୟକ ସମ୍ପ୍ରସାରଣ ପାଇଁ ଅନୁମତି ଦେବାପାଇଁ ପରାମର୍ଶ ଦେବା ସହିତ ଏ ସମ୍ବନ୍ଧରେ ଏକ ପତ୍ର ଶ୍ରୀ କାନେତକରଙ୍କୁ ପ୍ରଦାନ କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିନାପାଲି ଶିଶୁ ବିଦ୍ଯାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

Sunil Chandra Nayak

ରାଇରଙ୍ଗପୁର ରେ ଟାଟା ପାଓ୍ବାରର କର୍ମଚାରୀ ମାରଣନୀତି ଓ ଶୋଷଣ ନୀତି ନେଇ କର୍ମଚାରୀଙ୍କ ଧାରଣା 

masiha

ସାନ ପୋଡ଼ାଗୁଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି, ଉଦଘାଟନୀ ଉତ୍ସଵରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

Leave a Comment

error: Content is protected !!