କୋଟପାଡ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କର୍ମକର୍ତ୍ତା ନିର୍ବାଚନ: ସଭାପତି ହେଲେ ଗୌରୀ ପ୍ରସାଦ ରଥ
ନବରଙ୍ଗପୁର:(୧୪|୧୦)(ରବି ନାରାୟଣ ମହାନ୍ତି)ବର୍ଷା ଓ ଅନ୍ୟନ୍ୟ ଅସୁବିଧା କାରଣ ବଶତଃ ଆମ୍ଭ ସଙ୍ଘର ନିର୍ବାଚନ ହୋଇ ପାରୁନଥିଲା, ଶେଷରେ ସମସ୍ତଙ୍କ ସହଯୋଗରେ ଆଜି ସୁଚାରୁ ରୂପେ ସଙ୍ଘର ପଦାଧିକାରୀ ମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜିର ନିର୍ବାଚନରେ ଆମ୍ଭ ସଙ୍ଘ ନିମ୍ନ ପଦାଧିକାରୀ ଙ୍କୁ ଚୟନ କରିଥିଲେ।ଶ୍ରୀ ନରସିଂହ ବେହେରାଙ୍କ ସଭାପତିତ୍ୱ ଓ ନିର୍ବାଚନ ଅଧିକାରୀ ଭାବେ ନର୍ଵାଚନ ଦାୟିତ୍ୱ ତୁଲାଇଥିଲେ। ଯଥାକ୍ରମେ ଶ୍ରୀ ଗୌର ପ୍ରସାଦ ରଥ, ସଭାପତି, ଶ୍ରୀ ମନୋଜ କୁମାର ମହାନ୍ତି, ଉପସଭାପତି, ଶ୍ରୀ ଆନନ୍ଦ କୁମାର ଦ୍ରାକ୍ଷାଲତା, ସମ୍ପାଦକ,ଶ୍ରୀ ସନ୍ତୋଷ କୁମାର ପାଢ଼ୀ, ସହ ସମ୍ପାଦକ,ଶ୍ରୀ ଡି. ନାରାୟଣ ରାଓ, କୋଷାଧକ୍ଷ, ଉପଦେଷ୍ଟା ମଣ୍ଡଳୀରେ ଶ୍ରୀ ନରସିଂହ ବେହେରା, ଶ୍ରୀମତୀ ଅଞ୍ଜଳି ହାଳଧର, ଶ୍ରୀ ନରସିଂହ ସେଠି ,ଶ୍ରୀ ଗୌର ପ୍ରସାଦ ରଥ, ସଭାପତି, ସମସ୍ତ ସଭ୍ୟ ଓ ସଭ୍ୟାଙ୍କୁ ଆଜିର ନିର୍ବାଚନରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣେଇଥିଲେ। ଆଗାମୀ ଦିନରେ ସମସ୍ତଙ୍କୁ ଧରି ସେ କାମ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଶେଷରେ ଶ୍ରୀ ମନୋଜ ମହାନ୍ତି ଧନ୍ୟବାଦ ଅର୍ପଣ କରି, ସଭା ଟିକୁ ସାଙ୍ଗ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

