ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମବାୟ କ୍ଷେତ୍ରରେ ବିକାଶ ନେଇ ସାନପାଖଣା ପଞ୍ଚାୟତ ପରିସରରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ

ସମବାୟ କ୍ଷେତ୍ରରେ ବିକାଶ ନେଇ ସାନପାଖଣା ପଞ୍ଚାୟତ ପରିସରରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ 

ରାଇରଙ୍ଗପୁର – ୧୫/୧୦ ସମବାୟ କ୍ଷେତ୍ରର ବିକାଶ,,ସରକାରୀ ଯୋଜନାର କାର୍ଯ୍ୟକାରିତା,ଏବଂ ସମବାୟ ସମିତିଗୁଡିକର ସୁପରିଚାଳନା,,ନୂତନ ପଦକ୍ଷେପ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାନପାଖଣା ପଞ୍ଚାୟତ ପରିସରରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଵାସନ୍ତୀ ଲାକ୍ରା,ସାନପାଖଣା ସରପଞ୍ଚ ସାଓ୍ବାନା ମାଝୀ,ଏସଏଆରସିଏସ ମିର୍ଜା ହେମ୍ବ୍ରମ,ପ୍ରବିଣା ନାଏକ,ସୁଶାନ୍ତ ସାହୁ,ଏମସିସି ବ୍ୟାଙ୍କର ଚନ୍ଦ୍ରକାନ୍ତ ମହାନ୍ତ,ରାଇରଙ୍ଗପୁର ଲ୍ଯାମ୍ଫର ଏମଡି ଲୋପାମୁଦ୍ରା ମହାନ୍ତ,ଗୁହାଳଡାଙ୍ଗିରୀ ଲ୍ଯାମ୍ପର ଏମଡି ପ୍ରଶାନ୍ତ ରାଜ ପ୍ରମୁଖ ଯୋଗ ଦେଇ ସମବାୟ ସମିତିର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।କୃଷି ଓ କୃଷକର ଉନ୍ନତି ପାଇଁ ସମବାୟ ର ଭୂମିକା ଅନନ୍ୟ ।ଏହି ଉଦ୍ଦେଶ୍ୟରେ ଚାଷୀମାନଙ୍କ ଦ୍ବାରା ଆକର୍ଷଣୀୟ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅତିଥିଗଣ ଆକର୍ଷଣୀୟ କଳାକୃତି ପାଇଁ ସମବାୟ ବିଭାଗ ତରଫରୁ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମ ପରିଚାଳନାରେ ରାଇରଙ୍ଗପୁର ଲ୍ଯାମ୍ପର ଆଶୁତୋଷ ମହାନ୍ତ,ସଞ୍ଜିତ ବାରିକ, କୃଷ୍ନ ମହାନ୍ତ, ରୁପାଲି ମହାନ୍ତ, ବିଶ୍ବକଳ୍ପିତା ମହାନ୍ତି,ରୋହିତ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ଵାଳ

Related posts

ରାଉରକେଲାକୁ ଜି.ସି.ସି. ସହର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫୋରମ୍‍ 

Sunil Chandra Nayak

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା

masiha

ନିର୍ବାଚନ ସାକ୍ଷରତା କ୍ଲବ ପକ୍ଷରୁ ନିର୍ବାଚନ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!