ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ 

ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ 

ନବରଙ୍ଗପୁର:(ତାରିଖ: ୧୫.୧୦.୨୦୨୬:)(ରବି ନାରାୟଣ ମହାନ୍ତି) ଆନ୍ତର୍ଜାତୀୟ ମହିଳା କୃଷକ ଦିବସ ଅବସରରେ ଆଜି ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସମ୍ମିଳନୀ yuକକ୍ଷଠାରେ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନବରଙ୍ଗପୁର ମହେଶ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଓ ବୈଜ୍ଞାନିକମାନେ, ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା), ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମେତ ପ୍ରାୟ ୧୫୦ ଜଣ ମହିଳା କୃଷକ ଯୋଗଦେଇଥିଲେ।କୃଷି କ୍ଷେତ୍ରରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ସହ ସେମାନଙ୍କର ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ଏବଂ ଜୀବିକାର ମାନ ବୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ମହିଳା କୃଷକମାନଙ୍କୁ କୃଷି ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା, ଉପଲବ୍ଧ ସହାୟତା, ଆଧୁନିକ କୃଷି ପ୍ରଯୁକ୍ତିବିଦ୍ୟା ଏବଂ ଆୟ ବୃଦ୍ଧିର ବିଭିନ୍ନ ସୁଯୋଗ ସମ୍ପର୍କରେ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମ ଅବସରରେ କୃଷି ବିଭାଗର ବିଭିନ୍ନ ଯୋଜନା ଓ ସରକାରୀ ସହାୟତା ସମ୍ପର୍କିତ ପ୍ରଦର୍ଶନୀ ଷ୍ଟଲ୍ ସ୍ଥାପନ କରାଯାଇଥିଲା। ଏହି ଷ୍ଟଲ୍ ମାଧ୍ୟମରେ ମହିଳା କୃଷକମାନଙ୍କୁ କୃଷି ସମ୍ବନ୍ଧୀୟ ବିଭିନ୍ନ ସୁବିଧା ଓ ଯୋଜନା ବିଷୟରେ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ମହିଳା କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମହିଳା କୃଷକ ଏବଂ ମହିଳା କୃଷକ ଗୋଷ୍ଠୀଙ୍କୁ ବିହନ କ୍ରୟ ନିମନ୍ତେ ବିହନ ଅର୍ଥରାଶି (ସିଡ୍ ମନି) ବଣ୍ଟନ କରାଯାଇଥିଲା।ଏହି ଅବସରରେ ମହିଳା କୃଷକମାନଙ୍କୁ ଆଧୁନିକ କୃଷି ଜ୍ଞାନକୌଶଳ ଆପଣାଇବା, ଉନ୍ନତ ମାନର ବିହନ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା, ସରକାରୀ ଯୋଜନାର ସୁଯୋଗ ନେବା ଏବଂ କୃଷି ସହିତ ମତ୍ସ୍ୟଚାଷ, ପ୍ରାଣୀପାଳନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଜୀବିକାର ସୁଯୋଗ ସୃଷ୍ଟି କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।ମହିଳା କୃଷକଙ୍କ ଦକ୍ଷତା, ପରିଶ୍ରମ ଓ ଅବଦାନକୁ ଉଚିତ ସ୍ୱୀକୃତି ପ୍ରଦାନ କରିବା ସହ ସେମାନଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ରିୟ ଓ ସ୍ୱାବଲମ୍ବୀ କରିବା ଦିଗରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।

Related posts

ବାଲ୍ୟବିବାହ ରୋକିଲା ଚନ୍ଦାହାଣ୍ଡି ପ୍ରଶାସନ

Sunil Chandra Nayak

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

masiha

ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନର କନଫରେନ୍ସ ୨୦୨୩ (ଜ୍ଞାନସେତୁ) ଆସନ୍ତା ୨୬ ଓ ୨୭ରେ

Sunil Chandra Nayak

Leave a Comment

error: Content is protected !!