ଢେଙ୍କାନାଳ ସଦର ବ୍ଲକ୍ ସ୍ତରୀୟ ଏକ ଦିବସୀୟ ବର୍ଣ୍ଣାଢ଼୍ୟ ଶିଶୁ ମହୋତ୍ସବ ‘ସୁରଭି’-୨୦୨୬ ମହାସମାରୋହରେ ଉଦ୍ ଯାପିତ
ଢେଙ୍କାନାଳ: ତା.୧୫.୧୦.୨୦୨୬ ରିଖ: ନିକଟରେ ସ୍ଥାନୀୟ ପିଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଏକଦିବସୀୟ ଢେଙ୍କାନାଳ ସଦର ବ୍ଲକ୍ ସ୍ତରୀୟ ବର୍ଣ୍ଣାଢ଼୍ୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।ସଦର ବ୍ଲକ୍ ଅନ୍ତର୍ଗତ ୧୭ଟି କ୍ଲଷ୍ଟର୍ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ,କୁଇଜ୍, ଚିତ୍ରାଙ୍କନ,ସୃଜନଶୀଳ ଲିଖନ,ବକ୍ତୃତା,ସଙ୍ଗୀତ,ଶୃତଲିଖନ ହସ୍ତାକ୍ଷର,ପିଏମ୍ ପୋଷଣ ସଂପର୍କୀତ ଚିତ୍ରକଳା ଶିଳ୍ପ କଳା ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସଦର ବିଆର୍ ସିସି ଶତ୍ରୁଘ୍ନ ଖଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରଞ୍ଜନ ଦଳେଇ,ମୁଖ୍ୟବକ୍ତାଭାବେ ପ୍ରାକ୍ତନ ଏବିଇଓ ଦେବବ୍ରତ ନାଥ,ସମ୍ମାନିତ ଅତିଥି ଭାବେ ଏବିଇଓ ଭଗବାନ ବେହେରା ଓ ଏବିଇଓ ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରିଥିଲେ।ସୁରଭି କାର୍ଯ୍ୟକ୍ରମ ହେଉଛି ପିଲାଙ୍କର ପ୍ରତିଭା ପ୍ରଦର୍ଶନର ମଂଚ।ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କର ପ୍ରତିଭାକୁ ଚିହ୍ନଟ କରି ତା’ର ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଆୟୋଜିତ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ବିତର୍କରେ ସତ୍ୟବ୍ରତ ନାଏକ,ପ୍ରବନ୍ଧରେ କ୍ରୀଷ୍ଣାରାଣୀ ସାମଲ,କୁଇଜ୍ ରେ ଲିପ୍ସାରାଣୀ ରାଉତ,ଚିତ୍ରାଙ୍କନରେ ପ୍ରିୟବ୍ରତ ମଲ୍ଲିକ, ସୃଜନଶୀଳ ଲିଖନରେ ପୁନମ୍ ଜେନା,ବକ୍ତୃତାରେ ସତ୍ୟବ୍ରତ ନାୟକ,ସଙ୍ଗୀତରେ ରିହାନା ବେଗମ୍,ପିଏମ୍ ପୋଷଣ ଚିତ୍ରକଳାରେ ଅମିତ୍ ବାରିକ,ଚିତ୍ରକଳାରେ ପୁଷ୍ପାଞ୍ଜଳି ସାହୁ, ଦିବ୍ୟାଙ୍ଗ ବର୍ଗର ଚିତ୍ରଙ୍କନାରେ ଶୁଭମ୍ ସାହୁ,ସଙ୍ଗୀତରେ ସାର୍ଥକ ଦାସ,କନିଷ୍ଠ ବର୍ଗର ଚିତ୍ରାଙ୍କନରେ ସୋନାଲି ପୃଷ୍ଟି, କୁଇଜ୍ରେ ଅଂଶୁମାନ ସାହୁ,ସୃଜନଶୀଳ ଲିଖନରେ ଶୁଭଲକ୍ଷ୍ମୀ ପଧାନ,ସଙ୍ଗୀତରେ ଶୀତଲ ପରିଡା,ଶୃତଲିଖନ ଓ ହସ୍ତାକ୍ଷରରେ ସୀମାଦୀପ୍ତି ମହାରଣା,ପିଏମ୍ ପୋଷଣ ଚିତ୍ରକଳାରେ ଆଶିଷ କୁମାର ସାହୁ,ଶିଳ୍ପକଳାରେ ସ୍ୱାଗତିକା ସାହୁ,ଦିବ୍ୟାଙ୍ଗ ବର୍ଗର ଚିତ୍ରକଳାରେ ଦେବସ୍ମିତା ଦାସ, ସଙ୍ଗୀତରେ ସୋମେଶ ପାଣିଗ୍ରାହୀ,ସର୍ବବରିଷ୍ଠ ବର୍ଗର ବିତର୍କରେ ଅନୁସୂୟା ରାଉତ,ପ୍ରବନ୍ଧରେ ଅର୍ଚ୍ଚିତା ଅନିନ୍ଦିତା ରାଉତ,ଚିତ୍ରାଙ୍କନରେ ଦେବଦତ୍ତ ବେହେରା,ସଙ୍ଗୀତରେ ସ୍ୱପ୍ନେଶ ନନ୍ଦ,କୁଇଜ୍ ରେ ଶୁଭସ୍ମିତା ରାଉତ,ବକ୍ତୃତାରେ ନିଳାଦ୍ରୀ ମୋହନ ରାଉତ,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୋଜାଲିନ୍ ମହାନ୍ତି ଓ ସାଥୀ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।କଳା ଶିକ୍ଷକ ଅଭିନବ ବରାଳ,ସନ୍ଦିପନୀ ଷଡ଼ଙ୍ଗୀ, ସୌରଭ ରାୟ,ବିକାଶ ଜେନା,ପ୍ରଶାନ୍ତ କୁମାର ପଣ୍ଡା, ବିଶ୍ୱରଞ୍ଜନ ଚମ୍ପତିରାୟ,ଅଧ୍ୟାପକ ଦେବୀ ପ୍ରସାଦ ପ୍ରଧାନ, ପ୍ରାକ୍ତନ ଏବିଇଓ ଜ୍ୟୋତିର୍ମୟୀ ନାଥ,ପ୍ରଶାନ୍ତ କୁମାର ସାହୁ, ବିଚିତ୍ରାନନ୍ଦ ରାଉତ,ସୁଶ୍ରୀ ଶୁଭସ୍ମିତା ବେଉରା,କାହ୍ନୁ ଚରଣ ମହାରଣା,ଅର୍ପିତାରାଣୀ ପତି,ବବିତା ସାହୁ,ଅଜୟ କୁମାର ସାମନ୍ତ,ସଂଯୁକ୍ତା ହୋତା,ସୁଚିସ୍ମିତା ମାନା,ସୌମିତ୍ରୀ ବିଷ୍ଣୁପ୍ରିୟା ମହାନ୍ତି ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ କୃତୀକୁ ମୂଲ୍ୟାଙ୍କନ କରିଥିଲେ।ଅପରାହ୍ନରେ ସଦର ବିଇଓ ଦିବ୍ୟ ପ୍ରକାଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର,ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀ,ଛାତ୍ରମାନଙ୍କୁ ପୁରସ୍କାର ବିତରଣ କରିଥିଲେ।ସମସ୍ତ ମଞ୍ଚାସୀନ ଅତିଥି ବୃନ୍ଦ ସ୍ୱୀୟ ବକ୍ତବ୍ୟରେ ଶିକ୍ଷାର୍ଥୀମାନଙ୍କୁ ସର୍ବଦା ଶିକ୍ଷା ଓ ସହଶୈକ୍ଷିକ କାର୍ଯ୍ୟକ୍ରମରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିବାକୁ ସୁପରାମର୍ଶ ପ୍ରଦାନ କରିଥିଲେ।ଶିକ୍ଷକ ରଜନୀକାନ୍ତ ସାହୁ,ଜିତେନ୍ଦ୍ର ସାହୁ ଓ ରମା ବେହେରା ମଂଚ ସଂଚାଳନ କରିଥିବାବେଳେ ଏବିଇଓ ସନ୍ତୋଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ କାଳନ୍ଦୀ ଦେବତା,ବିଛନ୍ଦ ବେହେରା,ଗଦାଧର ହାତୀ,ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ରସାନନ୍ଦ ମହାରଣା,ଶତୃଘନ ମଲ୍ଲିକ,ଲାଲୁ ପ୍ରସାଦ ସେନ୍,ଚିତ୍ତରଞ୍ଜନ ମହାନ୍ତି,ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସେଠୀ, ଚାରୁଲତା ସାହୁ,ସରୋଜିନୀ ରାଉତ,ରୂପଶ୍ରୀ ପରିଡା, ମୋନାଲିସା ନାୟକ,ପ୍ରଭାତୀ ବେହେରା,ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର,ଦୀପ୍ତିଶ କୁମାର ଶତପଥୀ,ରାଜେନ୍ଦ୍ର ନାଏକ ଓ ବିଷ୍ଣୁ ଚରଣ ମଲ୍ଲିକ ପ୍ରମୁଖ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଓ ସମସ୍ତ ସିଆର୍ ସିସି ବୃନ୍ଦ ସହଯୋଗ କରିଥିଲେ ବୋଲି ସ୍ୱାଧୀନ ସମ୍ବାଦଦାତା ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତାରେ ସୂଚନା ପ୍ରଦାନ କରିଛନ୍ତି।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍,

