ସରକାରୀ ସ୍ନାତକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ଵାଚନ ରେ ବିଜେଡି ଦଳର ବିସିଜେଡି ର କ୍ଲିନ୍ ସୁଇପ
ବନ୍ଧୁଗାଁ ତା ୧୬/୧୦/୨୬, ବନ୍ଧୁଗାଁ ବ୍ଲକ ସରକାରୀ ସ୍ନାତକ ମହାବିଦ୍ୟାଳୟ ଛାତ୍ର ସାଂସଦ ନିର୍ଵାଚନରେ ବିଜେଡି ଦଳ ବିସିଜେଡିର କ୍ଲିନ ସୁଇପ କରିଛି। ଆନ୍ଧ୍ର ପ୍ରଦେଶ ସୀମାନ୍ତ ବ୍ଲକ ରେ ବିଜେଡି ତରଫରୁ ସରକାରୀ ସ୍ନାତକ ମହାବିଦ୍ୟାଳୟ ଆରମ୍ୱ ପରେ ସ୍ଥାନୀୟ୨୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ରାଜ୍ଯ ସରକାରଙ୍କ ତରଫରୁ ଅଳ୍ପ ଦିନ ମଧ୍ୟରେ ମହାବିଦ୍ୟାଳୟ ଗୁଡିକରେ ଛାତ୍ର ସାଂସଦ ନିର୍ଵାଚନ ଘୋଷଣା କରିବା ପରେ ବିଜେଡି ସମର୍ଥିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜୟ ହାସଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଗତ କାଲି ମହାବିଦ୍ୟାଳୟ ରେ ୭ଟି ବିଭାଗର ପ୍ରତିଦୁନ୍ଧି ଛାତ୍ରଛାତ୍ରୀଙ୍କୁ ନେଇ ୱାଇ ଆଇ ଷ୍ଟାଣ୍ଡ ଫର କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା। ଏଠାରେ ପାର୍ଥୀ ମାନେ କେବଳ ନିଜ ପରିଚୟ ଦେଇନଥିଲେ ବରଂ କାହିଁକି ନିର୍ଵାଚନ ଲଡୁଛନ୍ତି ଏଵଂ ଜିତିଲେ ଛାତ୍ରଛାତ୍ରୀଙ୍କ ପାଇଁ କଣ କରିବେ , ନିଜର ଆଭିମୁଖ୍ୟ ରଖି ଥିଲେ।ଆଜି ପୁଲିସ କଡ଼ା ସୁରକ୍ଷା ବଳୟ ଭିତରେ ମହାବିଦ୍ୟାଳୟ ର ଛାତ୍ର ୟୁନିଅନ ଛାତ୍ର ସାଂସଦ ନିର୍ଵାଚନ ପାଇଁ ବସି ସଭାପତି ଭାବେ ୩ୟ ବର୍ଷର ଛାତ୍ର ମୋହନ ମାଣ୍ଡିଙ୍ଗି, ଉପ ସଭାପତି ଭାବେ ୨ୟ ବର୍ଷ ର ଛାତ୍ର କମୁଲୁ ପିଡିକା, ସାଧାରଣ ସମ୍ପାଦକ ଭାବେ ୨ ୟ ବର୍ଷର ଛାତ୍ର ରଞ୍ଜନ ମାଣ୍ଡିଙ୍ଗି, ସହକାରୀ ସାଧାରଣ ସମ୍ପାଦକ ଭାବେ ୨ ୟ ବର୍ଷର ଛାତ୍ର ମଣ୍ଠୁ ବିଡିକା, ସାଂସ୍କୃତିକ ସମ୍ପାଦକ ଭାବେ ୩ ୟ ବର୍ଷର ଛାତ୍ର ସଚିନ ମିଣିଆକା, କ୍ରୀଡା ସମ୍ପାଦକ ଭାବେ ୧ ମ ବର୍ଷର ଛାତ୍ର ରାହୁଲ ମାଣ୍ଡିଙ୍ଗି ଓ ସାମାଜିକ ସେବା ସମ୍ପାଦକ ଭାବେ ୨ୟ ବର୍ଷର ଛାତ୍ର ଗୋବିନ୍ଦ କାଶି ଙ୍କୁ ମହାବିଦ୍ୟାଳୟ ର ଛାତ୍ର ୟୁନିଅନ ତରଫରୁ ଚୟନ କରାଯାଇଥିଲା। ଆଜି ମଧ୍ୟାହ୍ନ ୩ ଘଣ୍ଟା ସମୟରେ ମହା ବିଦ୍ୟାଳୟ ପରିସରରେ ପ୍ରିନ୍ସିପାଲ ଅମରେଶ ଆଚାର୍ଯ୍ୟ ଦ୍ୱାରା ଛାତ୍ର ୟୁନିଅନ ତରଫରୁ ଚୟନ ବିଜୟ ପାର୍ଥୀ ନାମ ଘୋଷଣା କରିଥିଲେ। ବିଜେଡି ଦଳର ପତାକା ,ଫୁଲ ମାଳ, ସହ ମିଠା ଖୁଆଇ ମଜା ନେଇ ଥିଲେ।ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା, ସ୍ଥାନୀୟ ବାଦ୍ୟ, ଓ ଗୀତ ର ତାଳେ ତାଳେ ପାରମ୍ପାରିକ ଢେମସା ନାଚି ବାଣ ଫୁଟାଇ ଖୁସି ମନାଇ ଥିଲେ। ଏଥି ସହିତ ବିଜେଡି ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟ ନାଗ, ପୂର୍ବତନ ବ୍ଲକ ବିଜେଡି ସଭାପତି ବାଲା ନାଗ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବ୍ଲକ ବିଜେଡି ମହିଳା ସଭାପତି ଲକ୍ଷ୍ମୀ କାଡ୍ରାକା , ବରିଷ୍ଟ କର୍ମୀ ଗୋପୀନାଥ ବିଡିକା ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ଗାଁ ରୁ ମୁଖ୍ୟ ରାସ୍ତା ରାସ୍ତା ପର୍ଯ୍ୟନ୍ତ ପରିକ୍ରମା କରିଥିଲେ।
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

