ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ହେ ପ୍ରଭୁ ପରମେଶ୍ୱର

ହେ ପ୍ରଭୁ ପରମେଶ୍ୱର

ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ

 

ସକଳ ପରାଣ ତୁମେ ନାରାୟଣ 

ହେ ପ୍ରଭୁ ପରମେଶ୍ୱର,

ତୁମେ ସରଜିଛ ଏ ବିଶ୍ୱ ସଂସାର

ନାହିଁ ତା’ର ପଟ୍ଟାନ୍ତର ||

 

ଜଳ ସ୍ଥଳ ନଭ ସୃଷ୍ଟି ଯେ ତୁମର

କରୁଣା ଅଟେ ଅପାର,

ନର ପଶୁ ପକ୍ଷୀ କୀଟ ତରୁ ଲତା

ସବୁ ଭିଆଣ ତୁମର ||

 

ପାହାଡ଼ ପର୍ବତ ଝରଣା ସାଗର

ସବୁତ ସୃଷ୍ଟି ତୁମର,

ଜଡ଼ରୁ ଚେତନ ପ୍ରତିଟି ଭିତରେ

ରହିଅଛି ସତ୍ତା ଯା’ର ||

 

ତୁମରି ଅଜ୍ଞାରେ ବହଇ ପବନ

କିରଣ ଢାଳେ ଭାସ୍କର,

ତୁମରି ନିର୍ଦ୍ଦେଶେ ଫୁଲଯେ ଫୁଟଇ

ବୃକ୍ଷରେ ହୁଅଇ ଫଳ ||

 

ଅଦୃଶ୍ୟରେ ତୁମେ ଲୀଳାମୟ ହରି

ସର୍ବଘଟେ ଅବସ୍ଥିତ,

ବିପଦ କାଳରେ ବନ୍ଧୁ ରୂପେ ତୁମେ

ସହାୟ ହୁଅ ଭକତ ||

 

ପିତାମାତା ରୂପେ ତୁମେ ଭଗବାନ

ଲାଳନ ପାଳନ କର୍ତ୍ତା,

ଗୁରୁରୂପେ ତୁମେ ଆବିର୍ଭାବ ହୋଇ

ଜ୍ଞାନାଲୋକ ଜ୍ଞାନବାର୍ତ୍ତା ||

 

ଜଳ,ବାୟୁ ରୂପେ ପ୍ରାଣଦାତା ତୁମେ

ଉଦ୍ଭିଦେଯେ ଅନ୍ନଦାତା,

ତୁମରି ଲୀଳାର ନାହିଁ ଆଦି ଅନ୍ତ

ବିଶ୍ୱ ବ୍ରହ୍ମାଣ୍ଡ ବିଧାତା ||

 

ପାପୀ ଡାକୁଥାଏ ତପୀ ଡାକୁଥାଏ

ଚୋରବି ଡାକେ ଆକୁଳେ,

ସମୟାନୁଯାୟୀ ହୋଇଥାଅ ସାହା

ନିକିତି ତୁମ ହାତରେ ||

 

କଳିଯୁଗେ ତୁମେ କଳକି ଅବତାରେ

ଆସହେ ଏଧରା ଧାମ,

ଅନ୍ୟାୟ ଅଧର୍ମ ପାପର ମୋଚନେ

ଧରା କର ପରିତ୍ରାଣ ||

Related posts

କନକପଡା ରେ ନଲକୂପ ଅଚଳ, ଲୋକେ ବ୍ୟାକୁଳ

Sunil Chandra Nayak

ମହାଭାରତ କଥା……..୧୦

ବିଶ୍ୱ ଭିନ୍ନକ୍ଷମ ଦିବସ : ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ; ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ

Sunil Chandra Nayak

Leave a Comment

error: Content is protected !!