ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଶୁର୍ଲା ଡିଗ୍ରୀ କଲେଜରେ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ

କୁଶୁର୍ଲା ଡିଗ୍ରୀ କଲେଜରେ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ଯୁବା ବା ନିଶାମୁକ୍ତ ପାଇଁ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଅମର ଯୁକ୍ତତିନି ମହାବିଦ୍ୟାଳୟ କୁଶୁର୍ଲାର ଅଧ୍ୟକ୍ଷ ନବୀନ କୁମାର ପଧାନ, ଜାତୀୟ ସେବାଯୋଜନା ଅଧିକାରୀ ରାଜେନ୍ଦ୍ର ଗହୀର, ଅଧ୍ୟାପିକା ସସ୍ମିତା ସାହୁ, ଡିଇଓ ହୃଦାନନ୍ଦ ସାହୁ, ଯୋଗ ଶିକ୍ଷକ ମର୍ଦରାଜ ଭୋଇ, ଯୋଗ ଏବଂ ପ୍ରକୃତି ବନ୍ଧୁ ସନତ କୁମାର ସାହୁ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିବା ସହ ଯୁବପିଢ଼ିଙ୍କୁ ନିଶାମୁକ୍ତ କରିବା ପାଇଁ ଯୋଗ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ପ୍ରାକୃତିକ ମାଧ୍ୟମ। ଏହା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ମାନସିକ ସ୍ତରରେ ଦୃଢ଼ କରି ନିଶା ପ୍ରତି ଥିବା ଆସକ୍ତିକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଅଧିକାଂଶ ଯୁବକ ଚିନ୍ତା, ଅବସାଦ ବା ମାନସିକ ଚାପ ଯୋଗୁଁ ନିଶା ଆଡ଼କୁ ଆକର୍ଷିତ ହୋଇଥାନ୍ତି। ତେଣୁ ଯୋଗ ପ୍ରାଣାୟାମ (ଯେପରିକି ଅନୁଲୋମ- ବିଲୋମ, ଭ୍ରାମରୀ ଓଁକାର) ଶରୀରରେ ଅକ୍ସିଜେନ୍ ସ୍ତର ବଢ଼ାଏ ଏବଂ ମସ୍ତିଷ୍କକୁ ଶାନ୍ତ କରି ଚାପ ମୁକ୍ତ କରେ ବୋଲି ମତବ୍ୟକ୍ତ କରି ଶପଥ ପାଠ କରିଥିଲେ। ଅମର ଯୁକ୍ତତିନି ମହାବିଦ୍ୟାଳୟର ସମସ୍ତ ଏନଏସଏସ ଛାତ୍ର ଛାତ୍ରୀ ହରଗୌରୀ ଯୁବକ ସଂଘ କୁଶୁର୍ଲା, କଳାରୁଦ୍ର ଯୁବକ ସଂଘ ହଜାରୀପଡା ଓ ରାଧାମାଧବ ଯୁବକ ସଂଘ ଯୋରାଡବରା ସମସ୍ତ ଯୁବ ଗୋଷ୍ଠି ଉପସ୍ଥିତ ରହିଥିଲେ। ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ପ୍ରଗତି ଉତ୍କଳ ସଂଘ ତରଫରୁ ‘ ମୋ ପ୍ରିୟ କବି ଓ କବିତା ‘ ଆସର ଅନୁଷ୍ଠିତ

Sunil Chandra Nayak

ୱାର୍ଡ ନଂ୧୨ରେ ଏନଏସି ପକ୍ଷରୁ ଜନଶୁଣାଣୀ କାର୍ଯ୍ୟକ୍ରମ

masiha

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ତୃତୀୟ ଅର୍ଘ୍ୟ : ‘ବ୍ୟକ୍ତିମାନଙ୍କର ମାନସିକ ମଙ୍ଗଳ’ ସମ୍ପର୍କୀତ ବକ୍ତୃତା

masiha

Leave a Comment

error: Content is protected !!