ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ରାଧାକୃଷ୍ଣ ବଜାର ଠାରେ ମହାଆଡମ୍ବରେ ନବରାତ୍ର ଦୁର୍ଗାପୂଜା ଅବସରରେ ଛପନ ଭୋଗ ଲାଗି , ୨-ମଦ ବନ୍ଦ ପାଇଁ ଆଲୁଅଝରଣ ମହିଳା ବୃନ୍ଦ ଏସପି ଙ୍କ ପାଖରେ ଗୁହାରୀ

ରାଧାକୃଷ୍ଣ ବଜାର ଠାରେ ମହାଆଡମ୍ବରେ ନବରାତ୍ର ଦୁର୍ଗାପୂଜା ଅବସରରେ ଛପନ ଭୋଗ ଲାଗି

ଢେଙ୍କାନାଳ:୧୬/୧୦ – (ମନିସ) – ଢେଙ୍କାନାଳ ସହର ରାଧାକୃଷ୍ଣ ବଜାର ଦୋଳମଣ୍ତପ ସାହିଠାରେ ରାଧାକୃଷ୍ଣ ବଜାର ଦୁର୍ଗାପୂଜା ସମିତି ପକ୍ଷରୁ ନବରାତ୍ର ଦୁର୍ଗାପୂଜା ଷଷ୍ଠ ଦିବସ ଅବସରରେ ଛପନ ଲାଗି କରାଯାଇଥିଲା। ଏହି ନବରାତ୍ର ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ପ୍ରକାରର ମିଠା, ପିଠା ସମେତ୍ ନାନା ପ୍ରକାରର ଫଳମୂଳ ଲାଗି କରାଯାଇଥିଲା। ସଂନ୍ଧ୍ୟା ଆଳତୀ ସମୟରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଓ ଶ୍ରଧାଳୁ ଉପସ୍ଥିତ ରହି ଦର୍ଶନ କରିଥିଲେ। ୧୫ ଦିନ ଧରି ଆୟୋଜିତ ହେଉଥିବା ଉତ୍ସବରେ ମାଁଙ୍କ ପୀଠରେ ପୂଜା ପାଇବେ। ଆୟୋଜନ ହୋଇଥିବା ନବରାତ୍ରରେ ପୂଜକ ନରୋତ୍ତ ଦାସ, ରୁଦ୍ରନାରାୟଣ କବିଶତପଥୀ, ଭବାନୀଶଙ୍କର ରଥ, ସୁବ୍ରତ ମହାପାତ୍ର ପ୍ରମୁଖ ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଉଥିବା ବେଳେ ରାଧାକୃଷ୍ଣ ବଜାର ଦୋଳମଣ୍ତପ ସାହିର ସମସ୍ତ ସାହିବାସୀନ୍ଦା ନବରାତ୍ର କାର୍ଯ୍ୟକ୍ରମକୁ ସହଯୋଗ କରୁଛନ୍ତି।

ମଦ ବନ୍ଦ ପାଇଁ ଆଲୁଅଝରଣ ମହିଳା ବୃନ୍ଦ ଏସପି ଙ୍କ ପାଖରେ ଗୁହାରୀ

ଢେଙ୍କାନାଳ:୧୬/୧୦ – କାମାକ୍ଷାନଗର ଥାନା ଅନ୍ତର୍ଗତ ଆଲୁଅଝରଣ ଏସଟି/ଏସସି ସାହିର ମହିଳା ବୃନ୍ଦ ମଦ ବନ୍ଦ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏଠାରେ ପ୍ରକାଶ ଥାଉ କି ଯେ, ଆଲୁଅଝରଣ ମହିଳାମାନେ ଏକତ୍ରିତ ହୋଇ ଏକ ବୈଠକ ଆୟୋଜନ କରି ସରପଞ୍ଚଙ୍କୁ ଏବଂ କାମାକ୍ଷାନଗର ଥାନାରେ ହାତରନ୍ଧା ମଦ ବିକ୍ରି ବନ୍ଦ ନିମନ୍ତେ ଲିଖିତ ଅଭିଯୋଗ କରିଛନ୍ତି। ମହିଳା ମାନେ ଥାନାରୁ ଫେରୁଥିବା ସମୟରେ ସେହି ଗ୍ରାମର ଜନୈକ ଅର୍ଜୁନ ନାଏକଙ୍କ ପୁତ୍ର ପ୍ରତାପ ନାଏକ ରାସ୍ତାରେ ଲଙ୍ଗଳା ହୋଇ ଅସଭ୍ଯ ଭାଷାରେ ଗାଳିଗୁଲଜ କରି ଧମକ ଦେଇଛନ୍ତି। ତମ ମହିଳା ଗୋଷ୍ଠୀକୁ ଲଙ୍ଗଳା କରି ବାଡେଇବି ଏବଂ ତୁମ୍ଭ ମାନଙ୍କର ଇଜ୍ଜତ ନେବି ଇତ୍ୟାଦି୍। ଏହା ଶୁଣି ମହିଳା ଗୋଷ୍ଠୀଙ୍କ ସମସ୍ତ ସଦସ୍ୟା ଭୟଭୀତ ହୋଇଯାଇଥିଲେ। ଯାହାକି ମହିଳା ମାନଙ୍କ ମାନହାନି ହୋଇଥିଲା। ଏହି ବେନିୟମ ହାତରନ୍ଧା ମଦ ପିଇବା ଯୋଗୁଁ ବିଗତ ଦିନରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି। ଏବଂ ଗ୍ରାମର ଲୋକମାନେ ମଦ ପିଇଢ ଘରେ ଆସି ଅଶାନ୍ତି ସୃଷ୍ଟି କରି ନାନାଦି ନିର୍ଯ୍ଯାତନା ଦେଉଛନ୍ତି। ଆଜିର ଦିନରେ କୋମଳମତୀ ନାବାଳକ ମାନେ ମଧ୍ୟ ନିଶାଶକ୍ତ ହୋଇଗଲେଣି। ଯାହାଫଳରେ ଗ୍ରାମରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇ ଶାନ୍ତିମୟ ସଂସାର ବିପର୍ଯ୍ୟସ୍ତ ହୋଇପଡିଲାଣି। ତେଣୁ ଗ୍ରାମରେ ସମ୍ପୂର୍ଣ୍ଣ ଭାବରେ ଦେଶୀମଦ କାରବାର ବନ୍ଦ କରାଯାଇ ଦୋଷୀମାନଙ୍କୁ ଉପରେ ଦୃଢକାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସପ୍ତାହକୁ ଥରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଗଲେ ବହୁତ ଉତ୍ତମ ହୋଇପାରିବ ବୋଲି ଗ୍ରାମର ମହିଳା ମାନେ ଅନୁରୋଧ କରିଛନ୍ତି। ଅଭିଯୋଗ ପତ୍ର ଦାଖଲ କରିବା ସମୟରେ ଗ୍ରାମର ମହିଳା ମାନେ ହେଲେ ଲତିକା ନାଏକ, ଶ୍ରୀଦେବୀ ବେହେରା, ମମି ପାତ୍ର, ଖୁଜାରୀ ପାତ୍ର, ବର୍ଷା ବେହେରା, ଅହଲ୍ଯା ବେହେରା ପ୍ରମୁଖ ଉପସ୍ଥିତ ହୋଇଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

କୋକସରା କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଅନୁଷ୍ଠିତ 

masiha

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ 

masiha

ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା

masiha

Leave a Comment

error: Content is protected !!