ମହତାବ ଭବନ ପରିସରରେ ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆଶ୍ସୋସିଏସନ ଆନୁକୁଲ୍ୟରେ ଶିଳ୍ପୋଦ୍ବୋଗୀମାନଙ୍କ ପାଇଁ ‘ଜେମ ପୋର୍ଟାଲ ନେଇ କର୍ମଶାଳା
ରାଇରଙ୍ଗପୁର -୧୭/୧୦ ରାଇରଙ୍ଗପୁର ମହତାବ ଭବନ ପରିସରରେ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆଶ୍ସୋସିଏସନ ର ସାଧାରଣ ସମ୍ପାଦକ ଦେବବ୍ରତ ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବାମନଘାଟୀ ଉପଖଣ୍ଡର ଶିଳ୍ପୋଦ୍ୟୋଗୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୧୬ ରୁ ଆରମ୍ଭ ହୋଇଥିବା’ ଜେମ୍ ପୋର୍ଟାଲ’ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାଵେ ମୟୂରଭଂଜ ସାଂସଦ ଶ୍ରୀ ନବ ଚରଣ ମାଝୀ ଓ ସଂମାନନୀୟ ଅତିଥିଭାବେ ଡ଼ି.ଆଇ.ସି ଜେନେରାଲ ମ୍ୟାନେଜର ଶ୍ରୀ ଦିନେଶ ହୋତା ଓ ଟିପିଏନଓଡିଏଲ ର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ଶ୍ରୀ ଆଶୁତୋଷ ପଣ୍ଡା ଯୋଗ ଦେଇଥିଲେ।ଓଡିଶା ସରକାର ଙ୍କ ଏମ.ଏସ.ଏମ.ଇ ବିଭାଗ ତରଫରୁ ଶ୍ରୀ ଶିବ ଶଙ୍କର ରଥ ଓ ମୁଖ୍ୟବକ୍ତା ଶ୍ରୀ ସୁଧାଂଶୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବାବେଳେ ଜଗନ୍ନାଥ ଚେତନା ପରିଷଦ ସଭାପତି ଲଳିତ ମହାନ୍ତ ମଂଚ ପରିଚାଳନା କରିଥିଲେ । ରିସୋର୍ସ ପାର୍ସନ ସୁଧାଂଶୁ ପ୍ରଧାନ “ଜେମ୍ ପୋର୍ଟାଲ” ଦ୍ଵାରା ସାଂପ୍ରତିକ ପରିସ୍ଥିତିରେ ଆଧୁନିକ ପ୍ରତିଯୋଗିତା ମୂଳକ ଦୁନିଆଁରେ ଶିଳ୍ପୋଦ୍ୟୋଗୀ ମାନେ କିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଓ ବିଭାଗ କୁ ଜେମ ପୋର୍ଟାଲ ମାଧ୍ୟମରେ ଜିନିଷ ବିକ୍ରୟ କରି ପାରିବେ, ସେଥିରେ ଆଲୋକପାତ କରିଥିଲେ ।
ରାଇରଙ୍ଗପୁର ବିଶିଷ୍ଟ ଖଣିପତି ଜଗଦିଶ ମିଶ୍ର, ଶିଳ୍ପୋଦ୍ୟୋଗୀ ବିଶ୍ୱନାଥ ଅଗ୍ରୱାଲ, ଓ ଶିଳ୍ପୋଦ୍ୟୋଗୀ ଟି.କେ. ବିଜୟନ, ଭଳି ଏହି କାର୍ଯ୍ୟକ୍ରମରେ ୬୦ ରୁ ଉର୍ଦ୍ଧ୍ବ ଶିଳ୍ପୋଦ୍ୟୋଗୀ ଅଂଶ ଗ୍ରହଣ କରି “ଜେମ ପୋର୍ଟାଲ” ଉପରେ ଅବଗତ ହୋଇଥିଲେ ।
(ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ)

