କାମାକ୍ଷାନଗର ସହରର ପ୍ରସିଦ୍ଧ ଦଶହରା ପର୍ବ ଉତ୍ସବ
କାମାକ୍ଷାନଗର – କାମାକ୍ଷାନଗର ଦଶହରାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା, ସହରର ମୁଣ୍ଡିଦେଉଳି ବଜାର, ଜଗନ୍ନାଥ ବଜାର, ଲକ୍ଷ୍ମୀ ବଜାର, ମେନରୋଡ଼ ବଜାର ସହିତ ରେକୁଳା, ଲକ୍ଷ୍ମୀ ବଜାର, ମେନରୋଡ଼ ବଜାର, ରେକୁଳା ଠାରେ ଦୁର୍ଗା ପୂଜା କରାଯାଉଛି l ଲକ୍ଷ୍ମୀ ବଜାର ଠାରେ ମା ଦୁର୍ଗାଙ୍କର ଚାନ୍ଦି ମୁକୁଟ ଶୋଭା ପାଉଥିବା ବେଳେ ଲକ୍ଷ୍ମୀ ନାରାୟଣ ବଜାର ଠାରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ର ଅବିକଳ ମୂର୍ତ୍ତି କରାଯାଇଥିବାରୁ ବହୁ ଭକ୍ତଙ୍କ ଗହଳି ଲାଗି ରହିଛି l ଷଷ୍ଠି ଠାରୁ ଗହଳି ଆରମ୍ଭ ହୋଇଥିବା ବେଳେ ନବମୀ ଓ ଦଶମୀ ରେ ସହରରେ ଚାଳିଶ ହଜାର ରୁ ଉର୍ଦ୍ଧ୍ୱ ଭକ୍ତ ସମାଗମ ହୋଇଥିଲା l ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ମୃତୟନ କରାଯାଇ ସହର ମଧ୍ୟରେ ଦୁଇ ଚକିଆ ଓ ଚାରି ଚକିଆ ଜାନକୁ ନିଷେଧ କରାଯାଇଛି l ହେଲେ କେତେକ ଅମାନିଆ ଯୁବ ଗୋଷ୍ଠୀ ସହରରେ ଲାଗି ରହିଥିବା ଗହଳି ମଧ୍ୟରେ ଦୁଇ ରୁ ତିନି ଜଣ ବସି ଘୁରି ବୁଲୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଏଥି ସହିତ ମୀନାବଜାର,ଖେଳନା ଦୋକାନ, ଖାଇବା ଦୋକାନରେ ଲୋକଙ୍କ ଭିଡ଼ ଯମୁଛି।
ବାଇକ ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ
କାମାକ୍ଷାନଗର- କାମାକ୍ଷାନଗର ସହରର ଗୁପ୍ତି ନଗର ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ ଧକ୍କାରେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ଅଦେଇତା ନାୟକଙ୍କ ପତ୍ନୀ ପାର୍ବତୀ (୫୫ ) ବୋଲି ଜଣାଯାଇଛି l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ ପରେ ମୃତଦେହକୁ ଜବତ କରି ବ୍ୟବଛେଦ ର ବ୍ୟବସ୍ଥା କରିଛି l ଏ ସଂକ୍ରାନ୍ତରେ ଥାନା ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି l
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

