ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର -: ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ପ୍ରଶାସନର ତନଘନା ତଦନ୍ତ

ଥୁଆମୂଳ ରାମପୁର,୨୨/୫: ମ.ନି.ସ.:- ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କ ମଧ୍ୟରେ ପୁଣିଥରେ ଗୁରୁଙ୍କୁ ଲାଗିଛି କଳଙ୍କର ଦାଗ। ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ସଙ୍ଗିନ ଅଭିଯୋଗ ଆସିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଗୋପୀନାଥପୁର ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ। ୧୦୦ ଶଯ୍ଯା ବିଶିଷ୍ଟ ଏହି ଛାତ୍ରୀ ନିବାସରେ ରହୁଥିବା ୬ ଜଣ ଛାତ୍ରୀ ଶିକ୍ଷକ ନାଁରେ ଏଭଳି ଅଭିଯୋଗ କରିଛନ୍ତି। ଅନ୍ତେବାସୀ ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ଶଶୀଧର ନାଏକ ଆସଦାଚରଣ କରୁଥିବା ବିଷୟକୁ ନିଜ ବାପା ମାଆଙ୍କୁ ଯଦି ଜଣାନ୍ତି ତେବେ ସାର୍ଟିଫିକେଟ ଦେଇ ବିଦ୍ଯାଳୟରୁ ବହିସ୍କାର କରିଦେବା ଧମକ ଭୟରେ ଛାତ୍ରୀମାନେ କାନ୍ଦି କାନ୍ଦି ହଷ୍ଟେଲ ରୁ ବାହାରି ଯାଉଥିବା ଦେଖି ଗୋପୀନାଥପୁର କିଛି ଗ୍ରାମବାସୀ ତାଙ୍କୁ ଅଟକାଇବା ସହିତ ଘଟଣା ବିଷୟରେ ସେମାନେ ଜାଣିବାକୁ ଚାହିଁଥିଲେ। କିଛି ସମୟ ପରେ ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୋମେଶ୍ବର ବେହେରା ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀ ମାନଙ୍କୁ ସୁରକ୍ଷା ବ୍ଯବସ୍ତା କରିବା ପାଇଁ ଗ୍ରାମରେ ଥିବା ଓଏଲ୍ଏମ୍ ଗୃହରେ ରଖିବା ପରେ ଗଣଶିକ୍ଷା ବିଭାଗର ପ୍ରଦତ୍ତ ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗକୁ ଜଣାଇଥିବା ପ୍ରକାଶ କରିଛନ୍ତି। ଅଭିଯୋଗ ପାଇ ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା। ଘଟଣା ବିଷୟରେ ଛାତ୍ରୀ ମାନେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ଦିଦିଙ୍କୁ ମଧ୍ୟ ଜଣାଇଥିବା ପ୍ରକାଶ କହିଛନ୍ତି। ଛାତ୍ରୀ ମାନଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀମାନେ ରହୁଥିବା ହଷ୍ଟେଲକୁ କେବଳ ମହିଳା ୱାଡେନ୍ ହିଁ ପ୍ରବେଶ କରିପାରିବେ। କିନ୍ତୁ ପ୍ରଧାନ ଶିକ୍ଷକ ବିନା ଅନୁମତିରେ ପ୍ରବେଶ କରି ଛାତ୍ରୀ ମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରିଛନ୍ତି।ଏପରିକି ପ୍ରଧାନ ଶିକ୍ଷକ ଛାତ୍ରୀ ମାନେ ଗାଧୋଇବା ଓ ଡ୍ରେସ ପିନ୍ଧିଥିବା ସମୟରେ ଲୁଚିଛପି ଦେଖିବା ଠୁ ଆରମ୍ଭ କରି ହଷ୍ଟେଲକୁ ଅବାଧରେ ପ୍ରବେଶ କରି ଛାତ୍ରୀ ମାନଙ୍କ ଶରୀର କୁ ଛୁଇଁବା ଭଳି ମଧ୍ୟ ଅଭିଯୋଗ କରିଛନ୍ତି। ଘଟଣାର ଅଭିଯୋଗ ପାଇ ବ୍ଳକ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଓ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ବିଜୟ କୁମାର ବେହୁରା ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗ କାରୀ ଛାତ୍ରୀ ମାନଙ୍କ ଠାରୁ ସମସ୍ତ ବିଷୟ ସମ୍ପର୍କରେ ପଚାରିଥିଲେ। ୬ ଜଣ ଛାତ୍ରୀ ଉକ୍ତ ଘଟଣାର ଅଭିଯୋଗ ନେଇ ଲିଖିତ ଭାବରେ ପ୍ରଶାସନକୁ ଜଣାଇଥିଲେ। ଛାତ୍ରୀ ମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ତୂରନ୍ତ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଶଶୀଧର ନାଏକକୁ ଦାୟିତ୍ୱରୁ ହଟାଇ ଦିଆ ଯାଇ ଥିବାବେଳେ ହଷ୍ଟେଲ ଦାୟିତ୍ୱ ଶିକ୍ଷୟିତ୍ରୀ ଆଲ୍ଲାଦିନୀ ମଣି ବାଗଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଖବର ପାଇ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ବିଦ୍ୟାଳୟକୁ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ୍ ବିଭାଗ ପହଞ୍ଚି ଛାତ୍ରୀ ମାନଙ୍କ ଠାରୁ ଅଭିଯୋଗ ଶୁଣିଥିଲେ। ଥୁଆମୂଳ ରାମପୁର ବିଡ଼ିଓ ଶୁଭକାନ୍ତ ନାଏକ ଓ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନାଏକଙ୍କୁ ଥାନରେ ଅଟକ ରଖାଯାଇଛି। ଏହାର ତଦନ୍ତ ପରେ ହିଁ ପ୍ରକୃତ ରହସ୍ୟ ପଦାକୁ ଆସିବା ସହିତ ପ୍ରଧାନ ଶିକ୍ଷକ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ସହ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବା ବିଷୟ ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପାଣିରେ ବୁଡି ଛାତ୍ର ଙ୍କ ମୃତ୍ୟୁ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନୂତନ ପ୍ରସ୍ତୁତି  ଶୁଭାରମ୍ଭ ହେଲା ଭିଜନ ଡକ୍ୟୁମେଣ୍ଟ ‘ମୋ ପଞ୍ଚାୟତ

Sunil Chandra Nayak

ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ

Sunil Chandra Nayak

Leave a Comment

error: Content is protected !!