ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକାଙ୍କୁ ଅପହରଣ, ଗଣଦୁଷ୍କର୍ମ ପରେ ହତ୍ୟା: ଗଳିତ ଶବ ଉଦ୍ଧାର 

ନାବାଳିକାଙ୍କୁ ଅପହରଣ, ଗଣଦୁଷ୍କର୍ମ ପରେ ହତ୍ୟା: ଗଳିତ ଶବ ଉଦ୍ଧାର 

ଜଳେଶ୍ଵର,୨୨/୧୦( ମନିସ)-। ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅନ୍ତର୍ଗତ ବର୍ତନା ପଞ୍ଚାୟତର ଶୋଳଶଣ୍ଡା ଓ ବର୍ତନା ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତା ପାର୍ଶ୍ୱରେ ଥିବା ହେରାପଦା ଗ୍ରାମର ପଡ଼ିଆ ସନ୍ନିକଟ ଥିବା ଏକ ଗଛ ନିକଟରୁ ଗୁରୁବାର ସକାଳ ସମୟରେ ଗୋଟେ ଗଳିତ ଶବ ମିଳିଥିଲା। ଲୋକ ଦେଖି ଜଳେଶ୍ଵର ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଜଳେଶ୍ଵର ଥାନା ଆଇ .ଆଇ.ସି ଅଶୋକ କୁମାର ବାରିକ୍ ଏବଂ ଅନ୍ୟ ଅଧିକାରୀ ମାନେ ପହଂଚି ତଦନ୍ତ କରିଥିଲେ।ଶବ ନିକଟରୁ ଏକ ବାଇକ୍‌ର ଚାବି ଓ ନାବାଳିକାଙ୍କ ଜୋତା ମିଳିଛି।ସୂଚନା ଅନୁସାରେ ମୃତ ନାବାଳିକା ଜଣକ ପଶ୍ଚିମବାଡ଼ ପଞ୍ଚାୟତ ଦେବକୁମାର ଗ୍ରାମର ଅରୁଣ ଜେନାଙ୍କ ଝିଅ ଦୀପିକା ଜେନା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପ୍ରାୟ ୭ରୁ ୮ ଦିନ ତଳେ ନାବାଳିକା ଜଣକ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ନାମ୍ପୋ ଫାଣ୍ଡିରେ ଗତ ୧୬ ତାରିଖରେ ଅପହରଣ ଅଭିଯୋଗ କରାଯାଇଥିଲା।ଅଭିଯୁକ୍ତଙ୍କୁ ଫାଣ୍ଡିକୁ ଡାକି କାହା ଇସାରାରେ ପୋଲିସ ଛାଡ଼ି ଦେଇଛି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ଉପସଭାପତି ସିପ୍ରା ବାଜପେୟୀ। ଆଜି ତାଙ୍କ ଗଳିତ ମୃତଦେହ ଏକ ଧାନ ବିଲରୁ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ପ୍ରାଥମିକ ସୂଚନା ଅନୁସାରେ, ନାବାଳିକାଙ୍କ ଶରୀରରେ ପୋଡ଼ିଯାଇଥିବା ଚିହ୍ନ ଥିବାରୁ ତାଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଏବଂ ମୃତ୍ୟୁର ପରିସ୍ଥିତି ସମ୍ପର୍କରେ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ। ଏ ନେଇ ଜଳେଶ୍ଵର ଥାନାରେ ସୁଲତାନପୁର ଗ୍ରାମର ଚନ୍ଦ୍ରକାନ୍ତ ଜେନା (୨୨)ନାମରେ ମଧ୍ୟ ଅଭିଯୋଗ ହୋଇଥିଲା। ଏ ନେଇ ଗଳିତ ଶବ ଦେଖିବା ପରେ ଏକ ଗଣ ଦୁଷ୍କର୍ମ ସହିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଏବଂ ପରିବାର ଲୋକ। ପ୍ରଥମେ ଗଣ ଦୁଷ୍କର୍ମ ସହିତ ପରେ ଓଢଣି ସାହାଯ୍ୟରେ ହତ୍ୟା କରାଯାଇଛି ।ତାପରେ ନାବାଳିକା ମୃତ ଦେହ କୁ ଲଣ୍ଡା ସହିତ ଶବରୁ ଦୁର୍ଗନ୍ଧ ବାହାରିବା ରୋକିବା ପାଇଁ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରି ଶବର କିଛି ଅଂଶ ପୋଡି ଦିଆଯାଇଛି ସନ୍ଦେହ କରାଯାଉଛି। ନାବାଳିକାଙ୍କୁ ନ୍ୟାୟ ପ୍ରତିବାଦରେ ଗ୍ରାମବାସୀ ଜଳେଶ୍ଵର-ପଶ୍ଚିମବାର୍ଡ ମୁଖ୍ୟ ରାସ୍ତାର ବଡନଗର ଠାରେ ଅବରୋଧ କରିଥିଲେ। ଅଧିକ ତଦନ୍ତ ପାଈଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଅଧିକ ତଦନ୍ତ କରିଥିଲେ। ଜଳେଶ୍ୱର ପୋଲିସ ଅଭିଯୁକ୍ତ ଚନ୍ଦ୍ରକାନ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ସହିତ କେଉଁ କାରଣରୁ ହତ୍ୟା କରିଛି ଓ ତା ସହିତ ଅନ୍ୟ କିଏ କିଏ ଆଉ ହତ୍ୟା ଓ ଦୁଷ୍କର୍ମରେ ସଂପୃକ୍ତ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।ମୃତ୍ୟୁର ପ୍ରକୃତ କାରଣ, ନାବାଳିକାଙ୍କ ମୃତ୍ୟୁ ପଛର ପରିସ୍ଥିତି ଏବଂ ଅଭିଯୋଗର ସତ୍ୟତା ପୋଲିସର ଛାନଭିନ ପରେ ସ୍ପଷ୍ଟ ହେବ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଅବକାରୀ ଚଢାଉ ନଅ ବାଇକ୍ ସହିତ ଆଠ ଅଟକ

masiha

ନିଖୋଜ ଯୁବକର ମୃତ ଦେହ ଠାବ- ହତ୍ୟା ସନ୍ଦେହ ,  ଶବ ଆଣିବାକୁ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ପରିବାର

Sunil Chandra Nayak

ରାଇଘର ରେ ପୁଣି ମାଓ ବ୍ୟାନର ଓ ଲିପଲେଟ 

Sunil Chandra Nayak

Leave a Comment

error: Content is protected !!