ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଅପହଞ୍ଚ , ଜନଜୀବନ ଅସ୍ତବ୍ୟସ୍ତ 

ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଅପହଞ୍ଚ , ଜନଜୀବନ ଅସ୍ତବ୍ୟସ୍ତ 

ଥୁଆମୂଳ ରାମପୁର:୨୪/୧୦ – (ମନିସ) :- ବର୍ତ୍ତମାନ ଭଳି ଆଧୁନିକ ଦିନରେ ସହର ଗୁଡିକ ବଦଳୁଛି, କିନ୍ତୁ ଜିଲ୍ଲାର ଅନେକ ଗ୍ରାମାଞ୍ଚଳରେ ମୌଳିକ ସମସ୍ୟା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବିକାଶର ବଡ ବଡ ଦାବି ସ୍ବତ୍ବେ, ଗାଁ ଗୁଡିକରେ ଆଜି ମଧ୍ୟ ଅନେକ ଜରୁରୀ ସେବା ପହଞ୍ଚିପାରୁ ନାହିଁ। ଗ୍ରାମାଞ୍ଚଳରେ ସମସ୍ୟା ଗୁଡିକ ଯୋଗୁଁ ଗ୍ରାମୀଣ ଜୀବନ ଦୁର୍ବିସହ ହୋଇଯାଇଛି। ଯାହାକି ଅନେକ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଆଜି ବି କାଦୁଅ ହୋଇଯାଉଛି। ସାମାନ୍ୟ ବର୍ଷା ହେଲେ ଗାଁ ଗୁଡିକ ବାହ୍ଯ ଜଗତରୁ ବିଚ୍ଛିନ୍ନ ହୋଇପଡୁଛୀ। ଏହା ଫଳରେ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ଯାଇପାରୁନାହିଁ। ପାନୀୟ ଜଳ ସଙ୍କଟ ଆଉ ଏକ ସମସ୍ୟା ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବସୁଦ୍ଧା ଯୋଜନା କରାଯାଇଥିଲେ ବି ଅନେକ ସ୍ଥାନରେ ଏହା ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଛି। ଲୋକମାନେ ଦୁଷିତ ନଦୀ ,ଝରଣା ବା ଚୂଆଁ ପାଣି କୁ ବ୍ଯବହାର କରିବା ପାଇଁ ବାଧ୍ୟ ହେବାକୁ ପଡୁଛି। ଯାହା ଦ୍ବାରା ଜଳବାହିତ ରୋଗରେ ପୀଡିତ ହେବା ଆଶଙ୍କା ରହୁଛି। ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ଅଭାବ ରହିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥା ନକହିବା ଭଲ। ସାଧାରଣ ଚିକିତ୍ସା ପାଇଁ ଲୋକଙ୍କୁ ଶହ ଶହ କିଲୋମିଟର ଦୂର ସହରକୁ ଦୌଡିବାକୁ ପଡୁଛି। ବେକାରୀ ଓ ପରିବାର ପ୍ରତିପୋଷଣ ପାଇଁ ଗାଁରେ ରୋଜଗାରର କୌଣସି ସ୍ଥାୟୀ ପନ୍ଥା ନଥିବାରୁ ଯୁବପିଢି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏହି ସମସ୍ତ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଗୁହାରି କରିଆସୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି, କିନ୍ତୁ କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ। ସରକାର କେବଳ ରଙ୍ଗ ବଦଳାଉଛନ୍ତି କିନ୍ତୁ ଗ୍ରାମାଞ୍ଚଳରେ ବାସବାସ କରୁଥିବା ଲୋକଙ୍କ ଜୀବନ ଶୈଳୀ ବଦଳି ପାରୁନାହିଁ। ତେବେ ଏହି ବ୍ଳକର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ କେବେ ମୌଳିକ ସୁବିଧା ପାଇବେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତି ଦ୍ୱାରା ପ୍ରଚାର ରଥର ଶୁଭାରମ୍ଭ

ଦୀର୍ଘ ବର୍ଷର ଅନ୍ତ ଘଟାଇ ପରୀକ୍ଷା ମୁଳକ ଭାବେ ଗଡିଲା ଅନୁଗୁଳ-ଡୁବୁରି ରେଳଲାଇନ ଉପରେ ମାଲବାହି ଟ୍ରେନ

Sunil Chandra Nayak

ଜୟପାଟଣାରେ କଳିଙ୍ଗ ୱେବ ମିଡିଆ ଇନସାଇଟ୍‌ର ରାଜ୍ୟସ୍ତରୀୟ ସାଙ୍ଗଠନିକ ବୈଠକ

Sunil Chandra Nayak

Leave a Comment

error: Content is protected !!