ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଏକତା ଦିବସ ଜାତୀୟସ୍ତରୀୟ ସମାରୋହରେ ଯୋଗଦେବା ପାଇଁ ନବରଙ୍ଗପୁର ଜିଲ୍ଲାରୁ ୫୦ ଜଣିଆ ପ୍ରତିନିଧି ଦଳ ଗୁଜରାଟ ଗସ୍ତ

ରାଷ୍ଟ୍ରୀୟ ଏକତା ଦିବସ ଜାତୀୟସ୍ତରୀୟ ସମାରୋହରେ ଯୋଗଦେବା ପାଇଁ ନବରଙ୍ଗପୁର ଜିଲ୍ଲାରୁ ୫୦ ଜଣିଆ ପ୍ରତିନିଧି ଦଳ ଗୁଜରାଟ ଗସ୍ତ

ନବରଙ୍ଗପୁର:(ତାରିଖ: ୨୭.୧୦.୨୦୨୬)(ରବି ନାରାୟଣ ମହାନ୍ତି)ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଗୁଜରାଟର କେଭାଡିଆସ୍ଥିତ ଏକତା ନଗରଠାରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ସମାରୋହରେ ଯୋଗଦେବା ପାଇଁ ନବରଙ୍ଗପୁର ଜିଲ୍ଲାରୁ ୫୦ ଜଣିଆ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି।ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଆରକ୍ଷୀ ଅଧୀକ୍ଷକ ଶ୍ରୀ କଶ୍ୟାପ ପାର୍ଥ ଜଗଦୀଶ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ବର୍ମନ ପତାକା ଦେଖାଇ ପ୍ରତିନିଧି ଦଳର ଯାତ୍ରାର ଶୁଭାରମ୍ଭ କରିଥିଲେ।ପ୍ରତିନିଧି ଦଳ ନବରଙ୍ଗପୁରରୁ ଦୁଇଟି ବସ୍‌ ଯୋଗେ କେସିଙ୍ଗା ପର୍ଯ୍ୟନ୍ତ ଯାତ୍ରା କରିବା ପରେ ସେଠାରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଗୁଜରାଟ ଯିବେ। ଏହି ଯାତ୍ରା ସମୟରେ ସମସ୍ତ ପ୍ରତିନିଧିଙ୍କ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଖଣ୍ଡ ଭାରତ ଗଠନ ଓ ଜାତୀୟ ଏକତା ପ୍ରତି ଅବଦାନକୁ ସ୍ମରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାର ବାର୍ତ୍ତାକୁ ଅଧିକ ସୁଦୃଢ଼ କରିବା ଏହି ଜାତୀୟସ୍ତରୀୟ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୋଷଣ ଦିବସ ପାଳନ 

Sunil Chandra Nayak

ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ଜରିଆରେ କେନ୍ଦୁପତ୍ର ବିକ୍ରି ଆରମ୍ଭ

Sunil Chandra Nayak

ଆସନ୍ତା ମହିଳା ଦିବସ ଉପଲକ୍ଷେ ଲେଡିଲାୟନ ର ଖେଳ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!