ବୃକ୍ଷ ହେଉଛି ଦେବତା ସଦୃଶ୍ୟ
ବସୁଧୈବ କୁଟୁମ୍ବକମ୍ ଓ ପ୍ରମେୟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ
ରାଉରକେଲା: ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଓ ଦୈନିକ ପ୍ରମେୟ ର ମିଳିତ ଆନୁକୂଲ୍ୟରେ ବିରମିତ୍ରପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସୁନ୍ଦରୀ ଦାଶ ଙ୍କ ସଭାପତିତ୍ବ ଓ ବସୁଧୈବ କୁଟୁମ୍ବକମ୍ ର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୈ।ରହିତ୍ୟ ରେ ମୁଖ୍ୟ ପୃଷ୍ଠପୋଷକ ତଥା ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରମଶକ୍ତି ମହାବିଦ୍ୟାଳୟର ପ୍ର ଡ଼ଃ ମୁନିନ୍ଦ୍ ମହାଳିକ, ମୁଖ୍ୟବକ୍ତା ଭାବେ ଜର୍ଣ୍ଣାଲିଷ୍ଟସ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସମ୍ମାନିତ ଅତିଥି ଭାବେ ପ୍ରମେୟ ର ସହ ସମ୍ପାଦକ ନରହରି ଦାସ, ଶିକ୍ଷାବିତ୍ ତଥା ସମାଜସେବୀ ବ୍ରଜକିଶୋର ଶୁକ୍ଳା, ପ୍ରମେୟ ର ସ୍ଥାନୀୟ ପ୍ରତିନିଧି ଆଲୋକ କର ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଲେ ଯେ ବୃକ୍ଷ ହେଉଛି ମା ସଦୃଶ। ଏହା ସହ ବୃକ୍ଷରୋପଣ ଓ ତାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ପାଖାପାଖି ୫୪୦ ରୁ ୫୬୦ ଲିଟର ଅମ୍ଳଜାନ ଗ୍ରହଣ କରୁଥିବାବେଳେ ଗୋଟିଏ ପ୍ରାପ୍ତବୟସ୍କ ଗଛଟିଏ ୨୭୦ ଲିଟର ପର୍ଯ୍ୟନ୍ତ ଅମ୍ଳଜାନ ଦେଇଥାଏ। ତେଣୁ ଅତିକମରେ ପ୍ରତ୍ୟେକ ବ୍ୟକ୍ତି ଦୁଇଟି ଗଛ ଲଗାଇବା ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ଦାସ,ଶ୍ରୀ ଶୁକ୍ଳ ତାଙ୍କ ବକ୍ତବ୍ୟରେ ବୃକ୍ଷରୋପଣ କିପରି ଆଗାମୀ ପିଢି ପାଇଁ ଆବଶ୍ୟକତା ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ବସୁଧୈବ କୁଟୁମ୍ବକମ୍ ଅନୁଷ୍ଠାନର ସଭାପତି କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକ କବିତା ମାଧ୍ୟମରେ ସଚେତନ ବାର୍ତ୍ତା ବାଣ୍ଟିବା ସହ ବୃକ୍ଷ ହେଉଛି ପୃଥିବୀର ନୀରବ କବି ବୋଲି ମତ ରଖିଥିଲେ । ସେହିପରି ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସଂଯୋଜକ ଶ୍ରୀ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ସହ ଅଶ୍ବସ୍ଥ ଗଛ କିପରି ବିଷ୍ଣୁ ବୃକ୍ଷ ଓ ବୃକ୍ଷରୋପଣ ପାଇଁ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରି ଏଥିପାଇଁ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବୃକ୍ଷ ହେଉଛି ଦେବତା ସଦୃଶ୍ୟ ବୋଲି ମତ ରଖିଥିଲେ।ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ସ୍ବାଗତ ଅଭିଭାଷଣ ରଖିଥିବାବେଳେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ଆଲୋକ କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିଥିଲେ । ଆଲୁମନୀ ଖୁସୁବୁ ଅଗ୍ରୱାଲ ଉପସ୍ଥିତ ଥିଲାବେଳେ ନିରୁପମା ପତି ଓ ମହାଦେବ ମାଝୀ ଙ୍କ ସହ କାର୍ଯ୍ୟକ୍ରମ ପରିଚାଳନା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

