ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ

ନର୍ଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ

ନର୍ଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବ୍ଲକର ୧୭ ଗୋଟି କ୍ଲଷ୍ଟରରୁ ପ୍ରଥମ ହୋଇ ଆସି ଥିବା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିସହ ଶିଶୁ ଶ୍ରମମୁକ୍ତ ଗ୍ରାମପଞ୍ଚାୟତ ସଚେତନତା ଅଭିଯାନ ଅନ୍ତର୍ଗତ ବ୍ଲକ ସ୍ତରୀୟ ନିବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ବିଶିଷ୍ଟ ଅତିଥି ଭାବେ ସାଂସଦ ପ୍ରତିନିଧି ଅନିରୁଦ୍ଧ ପଧାନ, ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ମାଝୀ, ସେକ୍ସନ ଅଫିସର ଟଙ୍କଧର ସାହୁ ପ୍ରମୁଖ ମଞ୍ଚାସୀନ ରହି କୃତୀ ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷକ ଅନୀଲ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ଅର୍ଜୁନ ବାଗ, ଶିଶିର କୁମାର ବେହେରା, ଚକ୍ରଧର ସା ଓ ସୁଧୀର କୁମାର ଧଙ୍ଗଡ଼ାମାଝୀ ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀମାନେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ଅଂଶଗ୍ରହଣ କରିବେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

କିଶୋରୀ ବାଳିକାଙ୍କ ସଚେତନତାମୂଳକ ତାଲିମ ଅନୁଷ୍ଠିତ

Sunil Chandra Nayak

ରୋଟାରୀ କ୍ଲବ୍ ପକ୍ଷରୁ ଦନ୍ତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର

masiha

ଵିଜାତଳାରେ ସାରନା ଅଲ୍ ଇତୁନ୍ ଆଶ୍ରା ଆନୁକୁଲ୍ୟରେ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରୀ ପରୀକ୍ଷା ଦେଲେ

Leave a Comment

error: Content is protected !!