ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ଭଗବତୀ ଚରଣ ପାଣିଗ୍ରାହୀଙ୍କୁ ସାରସ୍ଵତ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ “ଶାସ୍ତ୍ର ପୁରାଣ ଇତିହାସ” ପୁସ୍ତକର ଉନ୍ମୋଚନ ଉତ୍ସବ 

ଓଡ଼ିଆ ଭାଷା ବିକାଶ ମଞ୍ଚର ଭଗବତୀ ଚରଣ ପାଣିଗ୍ରାହୀଙ୍କୁ ସାରସ୍ଵତ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ “ଶାସ୍ତ୍ର ପୁରାଣ ଇତିହାସ” ପୁସ୍ତକର ଉନ୍ମୋଚନ ଉତ୍ସବ 

ଭଗବତୀ ଥିଲେ ଓଡ଼ିଆ ସାହିତ୍ୟ ନବଜାଗରଣର ନନ୍ଦିକାର

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୮୩ତମ ତିରୋଧାନ ଦିବସର ସାରସ୍ଵତ ସ୍ମୃତି ତର୍ପଣ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି ।

ଏହି ସାରସ୍ଵତ ସମାରୋହରେ ବରେଣ୍ୟ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ଗିରୀଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟ ଆଲୋଚନା ରୂପେ ଡ ନଗେନ ଦାସ ଯୋଗଦେଇଥିଲେ । ଶ୍ରୀ ମହାପାତ୍ର ଅତିଥି ପରିଚୟ ସହିତ ଭଗବତୀଙ୍କ ଜୀବନବ୍ୟାପୀ ସାହିତ୍ୟ ସାଧନା କିପରି ଓଡ଼ିଆ ସାହିତ୍ୟରେ ନବୀନ ଯୁଗର କ୍ରାନ୍ତି ଆବାହନ କରିଥିଲା ,ତତ୍‍ସମ୍ପର୍କରେ ଏକ ଭିତ୍ତିପ୍ରବନ୍ଧ ପାଠ କରିଥିଲେ ।

ହେତୁବାଦୀ ଲେଖକ ଗଗନ ବିହାରୀ ଧଳଙ୍କ “ଶାସ୍ତ୍ର ପୁରାଣ ଇତିହାସ “ ପୁସ୍ତକକୁ ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରି ପାଠକାର୍ପଣ କରିଥିଲେ 

ମୁଖ୍ୟ ବକ୍ତା ଡ ନଗେନ ଦାସ ଉନ୍ମୋଚିତ ପୁସ୍ତକର ସମୀକ୍ଷା ସହିତ ହେତୁବାଦୀ ସମାଜ ତତ୍ତ୍ବବିତ୍ ଦାର୍ଶନିକ ମାନଙ୍କର ଏଷଣା ଓ ଗବେଷଣାର ମୂଳଭିତ୍ତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଭଗବତୀଙ୍କ ଜୀବନାଦର୍ଶ ସହିତ ଶ୍ରୀ ଧଳଙ୍କ ପୁସ୍ତକରେ ଥିବା ହେତୁବାଦୀ ଦର୍ଶନ ଓ ତାଙ୍କର ବିଶ୍ବଦୃଷ୍ଟି ସମ୍ପର୍କରେ ଅଭିଭାଷଣ ରଖିଥିଲେ । ସଭାପତି ଶ୍ରୀ ପତି ଅତିଥି ମାନଙ୍କ ବକ୍ତବ୍ୟର ନିର୍ଯ୍ୟାସକୁ ଉପସ୍ଥାପନ ପୂର୍ବକ ଭଗବତୀଙ୍କୁ ଆତ୍ମାର କାରିଗର ଓ ଶ୍ରୀ ଧଳଙ୍କୁ କଲମର ସିପାହୀ ବୋଲି ଅଭିହିତ କରି ତାଙ୍କର ସାରସ୍ଵତ କ୍ରାନ୍ତିର ଧାରା ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ କ୍ଷେତ୍ରରେ କିପରି ନୂତନ ଚିନ୍ତନର ଝଡକୁ ଆବାହନ କରିଛି ଏବଂ ବୈଜ୍ଞାନିକ ସମାଜବାଦ ହିଁ ଏକମାତ୍ର କ୍ରାନ୍ତି,ମୁକ୍ତି , ଶାନ୍ତିର ପଥ ବୋଲି ଅଭିହିତ କରି ଭଗବତୀଙ୍କ ଦର୍ଶନତତ୍ତ୍ଵ ଓ ଶ୍ରୀ ଧଳଙ୍କ ପୁସ୍ତକର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ।

ଦ୍ଵିତୀୟ ପର୍ଯ୍ୟାୟରେ କବି ଧୋବେଇ ବେହେରାଙ୍କ ସଂଯୋଜନାରେ ସର୍ବଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, ଡଃ କୃପାସିନ୍ଧୁ ନାୟକ,ଅଜୟ ମହାନ୍ତି,ପରେଶ ବିଶ୍ବାଳ, ତ୍ରିନାଥ ସିଂହ, ପ୍ରତାପ କୁମାର ପଣ୍ଡା, ରାଜୀବ ପାଣି,ଇଂ ଅଶୋକ ପଟ୍ଟନାୟକ, ତ୍ରିଲୋଚନ ସ୍ବାଇଁ, ଗୌତମ ଦାସ, କାଶୀନାଥ ପାତ୍ର, ଆଲୋକ ବୋଷ, ସଂଜୀବ ଭୋଇ, ପ୍ରକାଶ ଚନ୍ଦ୍ର ସେଠୀ,ଧୋବେଇ ବେହେରା,ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ । କବି ପ୍ରତାପ କୁମାର ପଣ୍ଡା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ସହରର ପ୍ରମୁଖ ବୁଦ୍ଧିଜୀବୀ ଓ ସାରସ୍ଵତ ସାଧକ ସର୍ବଶ୍ରୀ ବ୍ରଜେନ୍ଦ୍ର ଦାଶ, ଜଗନ୍ନାଥ ରାଉତ, ମନୋଜ ନନ୍ଦ , ରାଧାମୋହନ ନାୟକ, ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ, ବସନ୍ତ କୁମାର ଦାଶ, ଅକ୍ଷୟ ସାମଲ, ପୀତବାସ ପ୍ରଧାନ, ବିଜୟିନୀ ଜେନା, ଗୀତାରାଣୀ ବେହେରା, ଶୁଭଶ୍ରୀ ଧଳ,ଅଜିତ ନାୟକ, ଶ୍ରୀଧର ସୁନା, ଶ୍ରୀନିବାସ ସେଠୀ,ଶ୍ରୀମନ୍ତ ବେହେରା,ବୈଶାଳିନୀ ପ୍ରଧାନ, ବାସୁଦେବ ସାହୁ , ନରେନ୍ଦ୍ର କୁମାର ସାହୁ, ବିକାଶ ଗୋପ୍, ନରେନ୍ଦ୍ର ଗୋପ୍, ସୁକାନ୍ତ ଖୁଣ୍ଟିଆ, ଶୁଭ୍ରାଂଶୁ ମିଶ୍ର, ଅକ୍ଷୟ କୁମାର ପଣ୍ଡା, ଶେଖ୍ ଇସଲାମ, ଶାନ୍ତନୁ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଯୋଗଵେଦାନ୍ତ ସମିତି ,ଭୂବନେଶ୍ବର ଆନୁକୁଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ପାହାଡପୁର ଗ୍ରାମ ଏବଂ ପୈତୃକ ଗ୍ରାମ ଉପରବେଡାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ

Sunil Chandra Nayak

ଲଣ୍ଡନବାସୀ ଚାଖିବେ ଢେଙ୍କାନାଳର ସୁଆଦିଆ ଷ୍ଟ୍ରବେରୀ

Sunil Chandra Nayak

ତେନ୍ତୁଳୀଖୁଣ୍ଟି ବ୍ଲକ ପରେ ମୈଦଲପୁର ଅଞ୍ଚଳରେ ହାତୀ

Sunil Chandra Nayak

Leave a Comment

error: Content is protected !!