ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିକିଆ ଗ୍ରାମର ବିକାଶକୁ ନେଇ ବୈଠକ

ଉତ୍କେଲା,୨୧/୦୫, ମ ନି ସ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ବୈଠକ ଗୃହରେ କିକିଆ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ କିଶୋର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ କିକିଆ ଗ୍ରାମର ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଗାମି ଦିନରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ଯଥା- ପାଣିଟାଙ୍କି, ଡାକ୍ତରଖାନା , ସାପ୍ତାହିକ ବଜାର, କଲ୍ୟାଣ ମଣ୍ଡପ, ଗାଁ ଖଳା ଓ ଆର୍ ଆଈ ଅଫିସ୍ ଗୃହ କରିବା ପାଇଁ ଆବଶ୍ୟକ ହେଉଥିବା ଜମି ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ କିକିଆ ଗ୍ରାମରେ ଥିବା ସରକାରୀ ଜମି ଜବରଦଖଲକୁ ଚିହ୍ନଟ କରି ଉକ୍ତ ଜମିରେ ଉପରୋକ୍ତ କାର୍ଯ୍ୟ କରିବା ନିଷ୍ପତ୍ତିକୁ ପୁଣିଥରେ ଆଲୋଚନା କରି ଜବର ଦଖଲ କାରୀ ମାନଙ୍କ ମଧ୍ଯରେ ଯୋଗ୍ୟ ଥିବା ହିତାଧିକାରୀଙ୍କୁ ଅନ୍ୟତ୍ର ଯାଗା ଯୋଗାଇବା ପାଇଁ ପ୍ରତିଶୃତି ଦିଆଯାଇଥିଲା ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ କିଛି ସୁବିଧା ନ ଦେଇ ତୁରନ୍ତ ଜାଗା ଖାଲି କରିବା ପାଇଁ ଗ୍ରାମବାସୀମାନେ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ କିକିଆ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ କିଶୋର କୁମାର ପଧାନ ,ନାଏବ ସରପଞ୍ଚ ଗୌରୀ ମାଝୀ,ସରୋଜ ନାଏକ ଓ୍ବାର୍ଡ ମେମ୍ବର ,ଅଂଜନା ଚିନାଗୁନ ଓ୍ବାର୍ଡ ମେମ୍ବର,ଲମ୍ବୋଧର ମାଝୀ ଓ୍ବାର୍ଡମେମ୍ବର,କିକିଆ ଗ୍ରାମ ଅନ୍ତର୍ଗତ ଏସ ଏଚ ଜି ଗୃପ ର ସଭ୍ୟାମାନେ,ଅଶ୍ବିନୀ ପ୍ରଧାନ, ତନୁଚରଣ ନାଏକ, ଭିକାରୀ ନାଏକ, ରାଜକୁମର ପଧାନ,ନବିନ ରଣା, ଲମ୍ବୋଦର ସୁନା, ଗଣେଶ ରଣା, ସୁଶାନ୍ତ ନାଏକ, ତରଙ୍ଗିନୀ ସା , ଗୌରୀ ରଣା (ପୂର୍ବତନ ସରପଞ୍ଚ), ଅଭିରାମ ବୁଦ୍ଧିଆ ତଥା କିକିଆ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରତି ୱାର୍ଡରୁ ଆସିଥିବା ୱାର୍ଡବାସୀମାନେ ଯୋଗଦାନ କରିଥିଲେ ।

ଉତ୍କେଲାରୁ ଅର୍ଜ୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା କାହିଁକି ସପନେ ଆସୁଛ 

Sunil Chandra Nayak

କୋକସରା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକଙ୍କ ପକ୍ଷରୁ ବିଇଓଙ୍କୁ ଦାବିପତ୍ର 

Sunil Chandra Nayak

ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝି ଙ୍କ ପ୍ରଥମ ପଦକ୍ଷେପ

Sunil Chandra Nayak

Leave a Comment

error: Content is protected !!