ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ 

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ 

ରାଉରକେଲା: ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କେନ୍ଦ୍ରର ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତ, ସମ୍ମାନିତ ଅତିଥି ଭାବେ ଭାରତ ସ୍ବାଭିମାନର ସହ ରାଜ୍ୟ ପ୍ରଭାରୀ ଡ ଅକ୍ରୁର ମାର୍ଥା, ଜର୍ଣ୍ଣାଲିଷ୍ଟସ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଓ ଅନ୍ୟତମ ଅତିଥି ଯୋଗଗୁରୁ ପୀତବାସ ପ୍ରଧାନ ପ୍ରମୁଖ ଯୋଗଦେଇ ଉପସ୍ଥିତ ଯୋଗ ଶିଖୁଥିବା ବ୍ୟକ୍ତିବିଶେଷଙ୍କୁ ଯୋଗ କିପରି ସୁସ୍ଥ ରହିବାର ମାଧ୍ୟମ, ସୁସ୍ଥ ସମାଜ ଗଠନରେ ଯୋଗର ଭୂମିକା, ଯୋଗାଭ୍ୟାସ ର ୮ ଟି ଅଙ୍ଗ,ଆସନ ଦ୍ବାରା ଯାହା ସମ୍ଭବ ନୁହେଁ ତାହା ଧ୍ୟାନ ଦ୍ବାରା କିପରି ସମ୍ଭବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଗୁରୁ ଶ୍ରୀ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ୨୦୦୬ ରୁ ଆରମ୍ଭ ହୋଇଥିବା ଯୋଗକେନ୍ଦ୍ର କିପରି ftକାର୍ଯ୍ୟକ୍ରମ କରୁଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଅତିଥି ଓ ଯୋଗ ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଯୋଗ ଶିକ୍ଷାର୍ଥୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯୋଗକେନ୍ଦ୍ର ର ପ୍ରିୟା ପାତ୍ର, ସୁଭାଷିନୀ ସାହୁ, କବିତା ଦାଶ, ସୁପ୍ରିୟା ଜେନା, ସୁନିତା ମୁଲଚାନ୍ଦ, ସସ୍ମିତା ମହାନ୍ତି, ରବିନ୍ଦ୍ର ଠାକୁର, ରମେଶ ସାହୁ, ବିଷ୍ଣୁ ଚରଣ ସାହୁ, ସଂଯୁକ୍ତା ଦାଶ, କାମିନୀ ବିଶ୍ବାଳ,ନିହାରିକା ବିଶ୍ବାଳ, ରୁକ୍ମିଣୀ ଅଗ୍ରୱାଲ, ଗୀତାଞ୍ଜଳି ମହାରଣା, ବିବେକ ପାତ୍ର, ଅରୁଣିମା ବାରିକ, ଭୁବନେଶ୍ୱରୀ ମହାପାତ୍ର,ସୈ।ଦାମିନୀ ମିଶ୍ର ପ୍ରମୁଖଙ୍କ ସମେତ ବହୁ ଶିକ୍ଷାର୍ଥୀ ସହଯୋଗ କରିଥିଲେ। ଶେଷରେ ସମସ୍ତେ ସାମୁହିକ ଭାବେ ପ୍ରସାଦ ସେବନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲୁକା କଳାରେ ରାଧାକ୍ରିଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଖଇରା ଉପ-ନିବନ୍ଧକ ଓ ତହସିଲ କାର୍ଯ୍ଯାଳୟରେ ଅଦ୍ଭୁତ ଘଟଣା, କବଲା ମିଥ୍ୟା ହେଲେ ଜମି ବିକ୍ରି ପାଇଁ ମସୁଧା

masiha

ରାଇରଙ୍ଗପୁର ଲ୍ଯାମ୍ପ ପରିସରରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!