ଚରିତ୍ର ଗଠନରେ ବାଲ୍ମୀକି ରାମାୟଣର ଭୂମିକା ଆଲୋଚନାଚକ୍ର , ରାମାୟଣ ଚରିତ୍ର ଗଠନର ମହାକାବ୍ୟ
ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ଓ ସେକ୍ଟର ୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମିଳିତ ଆନୁକୂଲ୍ୟରେ ଚରିତ୍ର ଗଠନରେ ବାଲ୍ମୀକି ରାମାୟଣର ଭୂମିକା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶାଖା ର ସଭାପତି ବିଜୟିନୀ ଜେନାଙ୍କ ଅଧ୍ୟକ୍ଷତା ଓ ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ମୁଖ୍ୟଅତିଥି, ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ସମ୍ମାନିତ ଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ରାଉରକେଲା ସମ୍ବାଦ ସଂସ୍କରଣର ମୁଖ୍ୟ ଲକ୍ଷ୍ମୀ ନାରାୟଣ ହୋତା ଯୋଗଦେଇ ମାର୍ମିକ ବକ୍ତବ୍ୟ ରଖିଥିଲେ। ବିଷୟ ବିଶେଷଜ୍ଞ ଶ୍ରୀ ହୋତା ତାଙ୍କ ବକ୍ତବ୍ୟରେ କହିଲେ ଯେ ବୈଷୟିକ ବିଦ୍ୟା ସର୍ବଶ୍ବ ନୁହେଁ। ଜୀବନ ହେଉଛି ସମ୍ବେଦନଶୀଳ,ଆମ ମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ରହିବା ଦରକାର। ପିଲାମାନଙ୍କ ଅପେକ୍ଷା ଆମେ କେତେ ଚରିତ୍ରବାନ ତାକୁ ଅଭିଭାବକ ଓ ଶିକ୍ଷକ ମାନେ ପ୍ରଥମେ ଆତ୍ମସମୀକ୍ଷା କରିବା ଦରକାର। ମହାତ୍ମାଗାନ୍ଧୀଙ୍କ ତ୍ୟାଗ ହିଁ ତାଙ୍କର ସାହାସ ଥିଲା। ସେହିପରି ଆମ ମାନଙ୍କ ମଧ୍ୟରେ ତ୍ୟାଗ ଓ ସମର୍ପଣ ଭାବ ରହିଲେ ଗ୍ରହଣୀୟତା ହୋଇପାରିବ। ସେହିପରି ସୀତା ହେଉଛନ୍ତି ଆଦର୍ଶର ପ୍ରତୀକ । ନୈତିକତା ପତନ ନଘଟିଲେ ରାମାୟଣ ପରିବର୍ତ୍ତନ ର ସୂତ୍ରଧର ହୋଇପାରିବ। ରାମାୟଣ ଚରିତ୍ର ଗଠନର ଏକ ମହାକାବ୍ୟ। ମୁଖ୍ୟଅତିଥି ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶିକ୍ଷାର ଉଦ୍ଦେଶ୍ୟ ଜୀବିକା ପାଇଁ ନୁହେଁ, ଏହା ସହ ଉତ୍ତମ ଚରିତ୍ର ଗଠନ ଓ ନୈତିକତା ତଥା ସମ୍ମାନିତ ଅତିଥି ଶ୍ରୀ ଶତପଥୀ ସାମ୍ପ୍ରତିକ ସ୍ଥିତି ରେ ଏଭଳି ଆଲୋଚନାକୁ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ପ୍ରାକ୍ ଭାଷ,ସହ ସମ୍ପାଦିକା ମମତା ଜେନା ଅତିଥି ପରିଚୟ ଓ ଅନ୍ୟତମ ସହ ସମ୍ପାଦିକା ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ, ଆଶୁତୋଷ ଜ୍ୟୋତିଷୀ,ସୈ।ମ୍ୟପ୍ରସାଦ ନନ୍ଦ, ଦୀନବନ୍ଧୁ ରଥ,ଡ ରବିନ୍ଦ୍ର କୁମାର ଜେନା, କରୁଣାକର ପାଟ୍ଟଶାଣୀ, ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଓ ବିଦ୍ୟାମନ୍ଦିରର ସମସ୍ତ ଗୁରୁ ମା ଗୁରୁଜୀ ଉପସ୍ଥିତ ଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

