ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ତ୍ତିକ ବ୍ରତଧାରୀଙ୍କ ସେବାରେ ବିଧାୟକ ଦୁର୍ଗା ଚରଣ ତନ୍ତୀ

କାର୍ତ୍ତିକ ବ୍ରତଧାରୀଙ୍କ ସେବାରେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା : ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସ ଚାଲୁଥିବା ବେଳେ ଅନେକ ମା-ମାଉସୀ ମାନେ ସେକ୍ଟର- ୩ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଏକମାସ ଧରି ବ୍ରତ କରୁଛନ୍ତି । ମନ୍ଦିର ପରିଷରରେ ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ବ୍ରତଧାରୀ (ହବିଷିଆଳି) ଏଠାରେ ରହି ଭଗବାନଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ମନ୍ଦିର ପରିସରକୁ ଗସ୍ତରେ ଯାଇ ପ୍ରଥମେ ଦେବ ଦେବ ମହାଦେବ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ପରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ସହିତ ଦେବୀ ସୁଭଦ୍ରା ଏବଂ ଭଗବାନ ବକଭଦ୍ରଙ୍କୁ ପୂଜାର୍ଚ୍ଚନା କରିବା ପରେ କାର୍ତ୍ତିକ ବ୍ରତଧାରୀଙ୍କ ନିକଟକୁ ଯାଇ କଥାବାର୍ତ୍ତା ହେବା ସହିତ ହବିଷିଆଳି ମାନେ ଦିନ ତମାମ ବସି ଯେଉଁ ମଣ୍ଡପରେ ପୂଜାର୍ଚ୍ଚନା କରିଥାନ୍ତି ସେହି ସ୍ଥାନରେ ବିଧାୟକ ଶ୍ରୀ ତନ୍ତୀ ନିଜ ହାତରେ ଝାଡୁ ଧରି ସେବା କାର୍ଯ୍ୟ କରିଥିଲେ, ପରବର୍ତ୍ତୀ ସମୟରେ ହବିଷିଆଳି ମାନଙ୍କୁ ସେମାବଙ୍କର ଆଉ କଣ ଆବଶ୍ୟକତା ସମ୍ବନ୍ଧରେ ପଚାରି ବୁଝିଥିଲେ । ଏଠାରେ ସୂଚନାଯୋଗ୍ୟ କି ଗତ ସପ୍ତାହରେ ହବିଷିଆଳିଙ୍କ ଅନୁରୋଧ କ୍ରମେ ବିଧାୟକ ଶ୍ରୀ ତନ୍ତୀଙ୍କ ପ୍ରୟାସ କ୍ରମେ ୬ଟି ଅସ୍ଥାୟୀ ଶୌଚାଳୟ ସ୍ଥାପନା କରାଯାଇଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦରଦୀ ବଂଧୁ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର ନେଇ ପ୍ରସ୍ତୁତି 

masiha

କୋଦୋଗୁଡା ପିଡବ୍ଲୁଡି ରାସ୍ତାରୁ କୁସୁମଜୋର ରାସ୍ତା ଶୋଚନୀୟ

masiha

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳନ

masiha

Leave a Comment

error: Content is protected !!